Breaking News ! ସରକାରଙ୍କ ବଡ ଘୋଷଣା, ପିଲାଙ୍କ ଖାତାକୁ ଆସିବ ମଧ୍ୟାହ୍ନ ଭୋଜନ ଟଙ୍କା, ଦେଖନ୍ତୁ କେବେ ଓ କେତେ ଟଙ୍କା

କେନ୍ଦ୍ର ସରକାର ଦ୍ଵିପହରର ଖାଦ୍ୟ ବ୍ୟବସ୍ଥା ବା ମିଡ ଡେ ମିଲ ଯୋଜନା ଅନ୍ତର୍ଗତ ବିଦ୍ୟାର୍ଥୀମାନଙ୍କୁ ପ୍ରତ୍ୟକ୍ଷ ଲାଭ ଅନ୍ତରଣ (direct benefit transfer, DBT) ଜରିଆରେ ଟଙ୍କା ଦେବା ପାଇଁ ନିଷ୍ପତି ନେଇଛନ୍ତି । କହିଦେଉଛୁ କି କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ,

ନିଶଂକ ୧୧ କୋଟି ୮୦ ଲକ୍ଷ ବିଦ୍ୟାର୍ଥୀକୁ ବିଶେଷ ରିଲିଫ ଉପାୟ ରୂପରେ ଏହି ସହୟତା ଉପଲବ୍ଧ କରିବାର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ସରକାର ଏହି ଯୋଜନା ଦ୍ଵାରା ଦେଶରେ ସରକାରୀ ଓ ସରକାରୀ ସହାୟତା ପ୍ରାପ୍ତ ସ୍କୁଲରେ ପଢୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନଙ୍କୁ ଲାଭ ମିଳିବ ।ଶିକ୍ଷା ମନ୍ତ୍ରାଳୟ ଅନୁସାରେ, କେନ୍ଦ୍ର ସରକାର ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ୧୨୦୦ କୋଟି ଟଙ୍କା ଅତିରିକ୍ତ ରାଶି ପ୍ରଦାନ କରିଛନ୍ତି ।

ଏହି ନିଷ୍ପତି କୋବିଡ ମହାମାରୀ ସମୟରେ ପିଲାମାନଙ୍କୁ ଜରୁରୀ ପୋଷଣ ଉପଲବ୍ଧ କରିବା ଓ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ସାହାର୍ଯ୍ୟ କରିବ । ମନ୍ତ୍ରାଳୟ କହିଛନ୍ତି କି ଏହି ସହାୟତା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନୁସାରେ ନିଃଶୁଲ୍କ ଖାଦ୍ୟାନ୍ନ ବିତରଣ ଅନ୍ତର୍ଗତ ହେବ । କରୋନାକୁ ଦେଖି କେନ୍ଦ୍ର ସରକାର ବର୍ତ୍ତମାନ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୮୦ କୋଟି ଲୋକମାନଙ୍କୁ ମାଗଣା ଡାଲି ଓ ଚାଉଲ ଦେଉଛନ୍ତି ।

ବର୍ତ୍ତମାନ ବିଦ୍ୟାର୍ଥୀମାନଙ୍କୁ ତାଙ୍କ ଖାତାରେ ଟଙ୍କା ଦେବା ପାଇଁ ନିଷ୍ପତି ନେଇଛନ୍ତି । ଦ୍ଵିପହର ଭୋଜନ ଯୋଜନା ଅନ୍ତର୍ଗତ ତାଙ୍କ ଖାତାରେ ଟଙ୍କା ଟ୍ରାନ୍ସଫର କରିବାର ନିଷ୍ପତି ଦ୍ଵାରା ପିଲାମାନଙ୍କର ପୋଷଣ ସ୍ତରକୁ ସୁରକ୍ଷିତ ରଖିବାରେ ସାହାର୍ଯ୍ୟ କରିବ । ଏହା କରୋନା ମହାମାରୀ ସମୟରେ ତାଙ୍କର ରୋଗ ପ୍ରତି ରୋଧକ ଶକ୍ତିକୁ ବୁଦ୍ଧି କରିବାରେ ସାହାର୍ଯ୍ୟ କରିବ ।

କେନ୍ଦ୍ର ସରକାରଙ୍କ ଏହି ବିଶେଷ କଲ୍ୟାଣକାରୀ ଉପାୟ ଦ୍ଵାରା ଦେଶରେ ୧୧.୨୦ ଲକ୍ଷ ସରକାରୀ ଓ ସରକାରୀ ସହୟତା ପ୍ରାପ୍ତ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ପାଖାପାଖି ୧୧.୮୦ କୋଟି ପିଲାମାନଙ୍କୁ ଲାଭ ମିଳିବ । ଏହି ଯୋଜନା ଆରମ୍ଭ କରିବା ପଛରେ କିଛି ଖାସ ଉଦ୍ଦେଶ୍ୟ ବି ଅଛି । ଗରିବ ବର୍ଗର ପିଲାମାନଙ୍କୁ ସ୍କୁଲରେ ଶିକ୍ଷା ସହିତ ପୌଷ୍ଟିକ ଖାଦ୍ୟ ଦେବା ପାଇଁ ଦ୍ଵିପହର ଯୋଜନା ଆରମ୍ଭ କରାଯାଇଥିଲା ।

ସ୍କୁଲରେ ନାମାଙ୍କନର ସଂଖ୍ୟା ବଢିବ, ଅଧିକ ରୁ ଅଧିକ ପିଲାମାନେ ସ୍କୁଲ ଆସିବେ, ଏଥିପାଇଁ ଏହି ଯୋଜଜନା ଆରମ୍ଭ କରାଯାଇଥିଲା । ଭୋଜନ ପାଇଁ ପିଲାମାନଙ୍କୁ ସ୍କୁଲରୁ ଘରକୁ ଯିବାକୁ ପଡିବ ନାହିଁ । ସେଥିପାଇଁ ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ଛାତ୍ରମାନଙ୍କୁ ସ୍କୁଲରେ ରଖିବା ପାଇଁ ଏହି ଯୋଜନାର ଆରମ୍ଭ କରାଯାଇଛି । କହିଦେଉଛୁ କି କିଛି ଦିନ ତଳେ ଦେଶର ଉପରାଷ୍ଟ୍ରପତି ଦ୍ଵିପହର ଭୋଜନ ଯୋଜନାରେ କ୍ଷୀର ସାମିଲ କରିବା ପାଇଁ ନିର୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *