ସରକାରଙ୍କ ବଡ ନିଷ୍ପତି: ଏବେ Youtubeରେ ପଢିବେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଛାତ୍ର, ଜାଣନ୍ତୁ କେବେଠୁ ଓ କେଉଁ ସମୟରେ ହେବ Class

ରାଜ୍ୟ ସରକାର ବର୍ତ୍ତମାନ ଏକ ବଡ ନିଷ୍ପତି ନେଇଛନ୍ତି । କହିଦେଉଛୁ କି ପୂର୍ବରୁ ହାଇସ୍କୁଲର ଛାତ୍ର ଛାତ୍ରୀମାନେ ଅନ୍ଲାଇନ ମାଧ୍ୟମରେ ପାଠ ପଢୁଥିଲେ କିନ୍ତୁ ବର୍ତ୍ତମାନର ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ପ୍ରାଥମିକ ସ୍କୁଲ ଅର୍ଥାତ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କୁ ବି ଅନ୍ଲାଇନ ଅର୍ଥାତ ୟୁଟ୍ୟୁବ ମାଧ୍ୟମରେ ପାଠ ପଢାଯିବ । ଜୁନ ୨୧ ରୁ ଜୁଲାଇ ୭ ପର୍ଯ୍ୟନ୍ତ ପ୍ରଥମ ରୁ ଅଷ୍ଟମ

ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କୁ ୟୁଟ୍ୟୁବ ମାଧ୍ୟମରେ ପାଠ ପଢାଯିବ । ପ୍ରଥମ ଫେଜ ୟୁଟ୍ୟୁବ କ୍ଳାସ ପାଇଁ ୮ ଟି ଜିଲ୍ଲାକୁ ଚୟନ କରାଯାଇଛି ଓ ସେହି ସମସ୍ତ ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଦା, କଟକ, ବଲାଙ୍ଗୀର, କେନ୍ଦ୍ରାପଡା, ଗଞ୍ଜାମ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ । କହିଦେଉଛୁ କି ଏହି ୟୁଟ୍ୟୁବ କ୍ଳାସ ସୋମବାର ଠାରୁ ଶୁକ୍ରବାର ଯାଏ ଚାଲିବ । ଶନିବାର ଓ ରବିବାର କୌଣସି ବି କ୍ଳାସ ହେବ ନାହିଁ । ଏହି ୫ ଦିନରେ ୩୦ ମିନିଟର ତିନୋଟି କ୍ଳାସ କରାଯିବ ।

ଦିନ ୧୦ ଟା ରୁ ଏହି ସମସ୍ତ କ୍ଳାସ ଆରମ୍ଭ ହୋଇଯିବ । ଏହି ସମସ୍ତ କ୍ଳାସ ଗୁଡିକ ଯେମିତି ସବୁଦିନ ଓ ସହଜରେ ଚାଲିବ ସେହି ଦିଗରେ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାର ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଗଯୋଗଙ୍କୁ ଚିଠି ଲେଖି ସୂଚିତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ତୃତୀୟ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କର ପାଠ ପଢା ୯ ରୁ ୧୦ ପର୍ଯ୍ୟନ୍ତ ଚାଲିବ ।

ଅନ୍ୟ ପଟେ ଚତୁର୍ଥ ରୁ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କର ପାଠ ପଢା ୯ ଟା ରୁ ୧୦. ୩୦ ପର୍ଯ୍ୟନ୍ତ ଚାଲିବ । ରାଜ୍ୟ ସରକାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ୟୁଟ୍ୟୁବ କ୍ଳାସ ପାଇଁ କ୍ଳାସ ପ୍ରସ୍ତୁତ ଓ ଅନ୍ୟ ସମସ୍ତ ପ୍ରକାରର ପ୍ରସ୍ତୁତି କରିବା ପାଇଁ ଚିଠି ଲେଖା ଯାଇଛି । ଏହା ସହିତ ପାଠ ପଢାକୁ ତଦାରଖ କରିବା ପାଇଁ ସ୍ଵତନ୍ତ୍ର ଟିମ ମଧ୍ୟ ଗଠନ କରାଯିବ । ଏହି ଟିମରେ ବରିଷ୍ଠ ବିଷୟ ବିଶେଷଜ୍ଞ ମୁଖ୍ୟ ରହିବେ ।

ଯେଉଁମାନେ ପାଠ ପଢୁଥିବା ଶିକ୍ଷକମାନଙ୍କୁ ଗାଇଡ କରିବେ । ସ୍କୁଲର ଶିକ୍ଷକମାନଙ୍କୁ ଏହା ବି ସୂଚିତ କରାଯାଇଛି କି ବିଷୟ ଅନୁସାରେ ଓ କ୍ଳାସ ଅନୁସାରେ ପ୍ରତି ଚାପ୍ଟର ୱାର୍କସିଟ ପ୍ରସ୍ତୁତ କରି ଛାତ୍ର ଛାତ୍ରୀମାନଙ୍କୁ ୱ୍ହାଟସଏପରେ ମ୍ୟାସେଜ କରିବେ । ଅନ୍ୟ ସ୍କୁଲ ଗୁଡିକ ନିଜର ନିଜର କ୍ଳାସ କରି ନିଜର ଛାତ୍ର ଛାତ୍ରୀମାନଙ୍କର ଦ୍ଵନ୍ଦ ଦୂର କରି ପାରିବେ ।

ଏହା ସହିତ କେଉଁ ଦିନରେ କେଉଁ ସମୟରେ କେଉଁ କ୍ଳାସ ଅନ୍ଲାଇନ କରାଯିବ ଏହାର ଏକ ତାଲିକା ପ୍ରସ୍ତୁତ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ପଠାଇ ଦିଆଯାଇଛି । କହିବାକୁ ଗଲେ ରାଜ୍ୟ ସରକାର ଏହିଭଳି ନିଷ୍ପତି ନେଇ ପିଲାମାନଙ୍କର ଭବିଷ୍ୟତକୁ ମଜବୁତ କରିଛନ୍ତି । ଏମିତିରେ ପିଲାମାନେ ଅନ୍ଲାଇନ ମାଧ୍ୟମରେ କେମିତି ସୁବିଧାରେ ପାଠ ପଢି ପାରିବେ ଏହା ସେମାନଙ୍କ ମାତା ପିତାଙ୍କୁ ତଦାରଖ କରିବାକୁ ପଡିବ ।

Leave a Reply

Your email address will not be published. Required fields are marked *