ଆପଣଙ୍କ ସ୍ୱାସ୍ଥ୍ୟକୁ ସମ୍ପୂର୍ଣ୍ଣ ଖରାପ କରିଦିଏ ସକାଳର ଏ 3 ଟି ଅଭ୍ୟାସ, ତେଣୁ ଆଜି ଠୁ ଛାଡ଼ନ୍ତୁ

ସ୍ବାସ୍ଥ୍ୟ କେବଳ ନିରୋଗର ନାମ ହୋଇନଥାଏ । ଆମକୁ ସର୍ବାଙ୍ଗୀନ ସ୍ବାସ୍ଥ୍ୟ ସମ୍ପର୍କରେ ଜାଣିବା ବହୁତ୍ ଆବଶ୍ୟକ । ସ୍ବାସ୍ଥ୍ୟ ର ଅର୍ଥ ବିଭିନ୍ନ ଲୋକଙ୍କ ପାଇଁ ଅଲଗା ଅଲଗା ହୋଇଥାଏ । କିନ୍ତୁ ଯଦି ଆମେ ସାର୍ବଭୌମିକ ଦୃଷ୍ଟିକୋଣରୁ ଦେଖିବା ତ ସ୍ବାସ୍ଥ୍ୟର ଅର୍ଥ ହେଉଛି ଆମ ଜୀବନରେ ଆସିବାକୁ ଥିବା ସାମାଜିକ, ଶାରୀରିକ ଓ ଭାବନାତ୍ନକ ସମସ୍ୟାକୁ ସାମ୍ନା କରିବା ସହ ସଫଳତାପୂର୍ବକ ସକ୍ଷମ ହେବା । ଏମିତି କହିବାକୁ ଗଲେ ଆଜିକାଲି ସମୟରେ ନିଜ ସ୍ବାସ୍ଥ୍ୟ ରଖିବ ପାଇଁ ବିଭିନ୍ନ ପ୍ରକାରର ଟେକ୍ନିକ ବାହାରିଲାଣି, କିନ୍ତୁ ଏସବୁ ଅଧିକ ବ୍ୟବହୃତ ନୁହେଁ । ଆପଣ ସକାଳୁ ଉଠନ୍ତି ନୂଆ ଆଶା ବିଶ୍ବାସ ସହିତ,କି ଆଜି ଦିନଟି ଭଲରେ କଟିବ ଓ ଦିନ ଭିତରେ ନିଜର ସବୁ ଜରୁରୀ କାମ ପୂରଣ କରିବା ।

Image Courtesy: Google

କିନ୍ତୁ ଯଦି ଦିନ ଆରମ୍ଭ ଭୁଲ ବାଟରେ କରାଯାଏ, ତ ସାରାଦିନ ଖରାପ ହୋଇଥାଏ । ଅଜାଣତରେ ଆପଣଙ୍କ କିଛି ଭୁଲ୍ ଆପଣଙ୍କ ଦିନକୁ ଖରାପ କରିଥାଏ ଓ ଆପଣ ଙ୍କୁ ଜଣା ମଧ୍ୟ ପଡେନାହିଁ । ଯଦି ଏହି ମଧ୍ୟରୁ ଆପଣଙ୍କର ମଧ୍ୟ ଏମିତି କିଛି ଅଭ୍ୟାସ ଥାଏ ତ ଜଲଦି ବଦଳାଇ ଦିଅନ୍ତୁ ।

ସକାଳୁ ଉଠି ପାଣି ପିଇବା-

ସକାଳୁ ଉଠି ପାଣି ପିଇବା ଅଭ୍ୟାସ ବହୁତ ଭଲ । କିନ୍ତୁ ବହୁତ ଲୋକ ସକାଳୁ ବିନା କୁଳି କରି ପାଣି ପିଅନ୍ତି । ଯାହାକି ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । କାରଣ ରାତିରେ ଆମ ପାଟି ଭିତରେ ବ୍ୟାକ୍ଟେରିଆ ଉତ୍ପନ୍ନ ହୋଇଥାଏ । ଯଦି ବିନା କୁଳି କରି ପାଣି ପିଇବା ତ ବ୍ୟାକ୍ଟେରିଆ ପେଟ ଭିତରକୁ ଯାଇ ପେଟରେ ଇମ୍ଫେକ୍ସନ, ପାଚନତନ୍ତ୍ର ଖରାପ, ପେଟ ଯନ୍ତ୍ରଣା ଇତ୍ୟାଦି ସମସ୍ୟା ସୃଷ୍ଟି କରିଥାନ୍ତି । ତେଣୁ ବିନା କୁଳି କରି ପାଣି ପିଇବା ଅନୁଚିତ ।

ସକାଳୁ ସକାଳୁ ଗାଧେଇବା-

Image Courtesy: Google

କିଛି ଲୋକ ଶେଯରୁ ଉଠୁ ଉଠୁ ବାଥରୁମ୍ କୁ ଯାଆନ୍ତି ଓ ଗାଧେଇଥାନ୍ତି । ସକାଳୁ ଗାଧେଇବା ଭଲ ଅଭ୍ୟାସ ହେଲେ ଶେଯରୁ ଉଠୁ ଉଠୁ ଗାଧେଇବା ଅନୁଚିତ୍ । କାରଣ ଶୋଇବା ପରେ ଶରୀର ର ତାପମାତ୍ରା ବଢ଼ିଯାଇଥାଏ । ଗାଧେଇବା ଦ୍ଵାରା ହାଟାତ୍ ତାପମାତ୍ରା କମିଯିବାରୁ ଶରୀରର ତାପମାନ ସନ୍ତୁଳନ ବିଗିଡ଼ି ଯାଇଥାଏ ତେଣୁ ଅନେକ ରୋଗ ସୃଷ୍ଟି ହୋଇଥାଏ । ସେଥିପାଇଁ କିଛି ସମୟ ରହି ତା ପରେ ଗାଧାନ୍ତୁ ।

ଜଳଖିଆ ଛାଡ଼ିବା-

Image Courtesy: Google

ଯେଉଁ ଲୋକ କାମ କରିବା ବ୍ୟସ୍ତତାଭିତରେ ଅଧିକାଂଶ ନିଜ ଜଳଖିଆ ଖାଇବା ଭୁଲିଯାଆନ୍ତି ସେମାନଙ୍କୁ ବୟସ ପୂର୍ବରୁ ବୁଢାପା ଗ୍ରାସ କରିଥାଏ । ଜଳଖିଆ ଛାଡ଼ିବା ଦ୍ଵାରା ଶରୀର କିଛି ଘଣ୍ଟା ଭୋକିଲା ରହିଥାଏ । ଯାହା ଫଳରେ ଶରୀରକୁ ଏନର୍ଜି ଠିକ ଭାବରେ ମିଳିନଥାଏ ଓ ଥକ୍କା ଅନୁଭବ ହୋଇଥାଏ । ଏମିତି ବି ଗମ୍ଭୀର ରୋଗର ରେ ମଧ୍ୟ ପଡିବାକୁ ହୋଇଥାଏ ।

Leave a Reply

Your email address will not be published. Required fields are marked *