ଶସ୍ତା ହେଲା ଗ୍ଯାସ ସିଲିଣ୍ଡର, ଜାଣନ୍ତୁ କେତେ କମିଲା ଦର

ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୁଦ୍ଧିକୁ ନେଇ ସମସ୍ତେ ବହୁତ ଚିନ୍ତା ପ୍ରକଟ କରୁଛନ୍ତି । କାରଣ କରୋନା ଭଲି ସ୍ଥିତିରେ ଯେଉଁଠି କେତେକ ଲୋକମାନଙ୍କର ଚାକିରି ଚାଲିଯାଇଛି ସେହିଭଳି ଘଡିସନ୍ଧି ମୂହୁର୍ତ୍ତରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୁଦ୍ଧି ସମସ୍ତଙ୍କୁ ଆହୁରି ଅଧିକ ଚିନ୍ତାରେ ପକାଇ ଦେଇଛି ।

କିନ୍ତୁ ସରକାର ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଏକ ଆଶ୍ଵସ୍ତି କର ଖବର ଦେଇଛନ୍ତି । କହିବାକୁ ଗଲେ ସରକାର ଗ୍ୟାସ ସିଲିଣ୍ଡର ପିଛା ଦର ହ୍ରାସ କରିଛନ୍ତି । ୧୯ କିଲୋଗ୍ରାମ ବିଶିଷ୍ଟ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ ହୋଇଛି । ମେ ମାସରେ ବି ଏହି ଗ୍ୟାସ ସିଲିଣ୍ଡରର ଦାମ କମ କରାଯାଇଥିଲା । କିନ୍ତୁ ୧୪.୨ କିଲୋଗ୍ରାମ ବାଲା ଗ୍ୟାସରେ ମୂଲ୍ୟ କମ ହୋଇ ନାହିଁ । ଏକ ୱେବସାଇଟରୁ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀରେ ୧୯ କିଲିଗ୍ରାମ ବାଲା ଗ୍ୟାସ ସିଲିଣ୍ଡରର ମୂଲ୍ୟ ଜୁନ ୧ ତାରିଖ ଠାରୁ ନୂଆ ମୂଲ୍ୟ ଧାର୍ଯ୍ୟ କରାଯାଇଛି ।

ବର୍ତ୍ତମାନ ଏହାର ମୂଲ୍ୟ ୧୪୭୩.୫୦ ଟଙ୍କା ରଖାଯାଇଛି । ଏହା ପୂର୍ବରୁ ଏହି ସିଲିଣ୍ଡରର ମୂଲ୍ୟ ୧୫୯୫.୫୦ ଟଙ୍କା ଥିଲା । ଅର୍ଥାତ ୧୨୨ ଟଙ୍କା ହ୍ରାସ କରାଯାଇଛି । କିନ୍ତୁ ଏହା ପୂର୍ବରୁ ବି ସରକାରୀ ପେଟ୍ରୋଲିୟମ କମ୍ପାନୀ ଗୁଡିକ ଗତ ମେ ମାସରେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୪୫.୫୦ ଟଙ୍କା କମ କରିଥିଲେ । ସେହି ସମୟରେ ଏହି ସିଲିଣ୍ଡରର ମୂଲ୍ୟ ୧୬୪୧ ଟଙ୍କା ରୁ ୧୫୯୫.୫୦ ଟଙ୍କା ହୋଇଥିଲା ।

ବର୍ତ୍ତମାନ ଚାଳନ୍ତୁ ଜାଣିବା କେଉଁ ସହରେ ଏହି ମାସ ଠାରୁ କେତେ ଟଙ୍କା ସିଲିଣ୍ଡରର ମୂଲ୍ୟ ଧାର୍ଯ୍ୟ କରାଯାଇଛି । ଦିଲ୍ଲୀରେ ଗତ ମେ ମାସରେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୫୯୫.୫୦ ଥିଲା । କିନ୍ତୁ ଜୁନ ମାସରେ ଏହାର ମୂଲ୍ୟ ୧୪୭୩.୫୦ ଧାର୍ଯ୍ୟ କରାଯାଇଛି । ସେହିଭଳି ମୁମ୍ବାଇରେ ଏହି ସିଲିଣ୍ଡରର ମୂଲ୍ୟ ମେ ମାସରେ ୧୫୪୫ ଟଙ୍କା ଥିଲା । କିନ୍ତୁ ଜୁନ ମାସରେ ଏହାର ମୂଲ୍ୟ ୧୪୨୨.୫୦ ଟଙ୍କା ଅଛି ।

କଲିକତାରେ ୧୬୬୭.୫୦ ଟଙ୍କାରୁ କମ କରି ୧୫୪୪.୫୦ ଟଙ୍କା କରାଯାଇଛି । ସେହିଭଳି ଚେନ୍ନାଇରେ ପୂର୍ବରୁ ୧୭୨୫ ଟଙ୍କା ଥିବା ସମୟରେ ବର୍ତ୍ତମାନ ଏହି ସିଲିଣ୍ଡରର ମୂଲ୍ୟ ୧୬୦୩ ଟଙ୍କା ଅଛି । କିନ୍ତୁ ଘରୋଇ ସିଲିଣ୍ଡରର ମୂଲ୍ୟ କୌଣସି ବି ପ୍ରକାରର ପରିବର୍ତ୍ତନ କରାଯାଇ ନାହିଁ । ଦିଲ୍ଲୀରେ ଆଜି ମଧ୍ୟ ଘରୋଇ ସିଲିଣ୍ଡରର ମୂଲ୍ୟ ୮୦୯ ଟଙ୍କା ଅଛି । ସବୁଠୁ ଗୁରୁତ୍ଵ ପୂର୍ଣ କଥା ହେଉଛି କି ୨୦୨୧ରେ ରୋଷେଇ ଗ୍ୟାସ ସିଲିଣ୍ଡର ୧୧୫ ଟଙ୍କା ମହଙ୍ଗା ହୋଇସାରିଛି ।

ଦିଲ୍ଲୀରେ ଗତ ଜାନୁୟାରୀ ମାସରେ ଏଲପିଜି ସିଲିଣ୍ଡର ମୂଲ୍ୟ ୬୯୪ ଟଙ୍କା ଥିଲା । ଫେବ୍ରୁୟାରୀରେ ଏହା ବଢି ୭୧୯ ଟଙ୍କା କରାଯାଇଛି । ସେହିଭଳି ମାର୍ଚ୍ଚରେ ୮୧୯ ଟଙ୍କା କରିଦିଆଯାଇଛି । ଦିନକୁ ଦିନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବଢିବା କାରଣରୁ ଲୋକମାନଙ୍କ ଚିନ୍ତା ବି ବଢି ଚାଲିଛି । ତେବେ ଓଡିଶାରେ ବର୍ତ୍ତମାନ 14 କେଜି ଗ୍ଯାସର ଦାମ 836 ଟଙ୍କା ଅଛି ।

Leave a Reply

Your email address will not be published. Required fields are marked *