CBI ପରେ SBI ଦେଇଛି ଗ୍ରାହକଙ୍କୁ ଚେତାବନୀ ! ଏହି ଭୁଲ ଯୋଗୁ ଖାଲି ହୋଇପାରେ କୋଟି କୋଟି ଗ୍ରାହକଙ୍କ ଖାତା

ଦେଶର ସବୁଠୁ ବଡ ବ୍ୟାଙ୍କ, ଭାରତୀୟ ସ୍ଟେଟ ବ୍ୟାଙ୍କ ନିଜ ଗ୍ରାହକ ମାନଙ୍କୁ ସମ୍ଭାବିତ ସାଇବର ଆକ୍ରମଣ ବିଷୟରେ ଚେତାବନୀ ଦେଇଛନ୍ତି । ବ୍ୟାଙ୍କ ଶନିବାର ସନ୍ଧ୍ୟାରେ ସୋସିଆଲ ମିଡିଆରେ ଗୋଟେ ପୋଷ୍ଟ କରି କଷ୍ଟମରଙ୍କୁ ଏଲର୍ଟ ରହିବା ପାଇଁ କହିଲା । ପୋଷ୍ଟରେ କିଛି ବଡ ସହରରେ ସାଇବର ଆକ୍ରମଣ ବିଷୟରେ କହିଥିଲେ । ଏସବିଆଇ ଗ୍ରାହକ ମାନବକୁ ଅପିଲ କରିଥିଲେ କି ଏହି ଆକ୍ରମଣକାରୀମାନେ କୋଭିଡ-୧୯ ର ନାଁରେ ନକଲି ଇ ମେଲ ପଠେଇ ଲୋକଙ୍କଠୁ ଟଙ୍କା ବ୍ୟକ୍ତିଗତ ଓ ବିତ୍ତୀୟ ସୂଚନା ଚୋରୀ କରୁଛନ୍ତି ।

Image Courtesy: Google

ପ୍ରଥମେ ଦିଲ୍ଲୀରେ ସାଇବର ସେଲ୍ସ ବି ଲୋକଙ୍କୁ ବ୍ରାଇଟ୍ସ ଆପରେ ବି ବ୍ୟାଙ୍କ ସମ୍ବନ୍ଧିତ ସୂଚନା ନଦେବା ପାଇଁ ମନା କରିଥିଲେ । ସେଇ ହ୍ୟାକର ମାନେ ବ୍ୟାଙ୍କ ଡିଟେଲ ଆପଣଙ୍କ ଆକାଉଣ୍ଟରୁ ହ୍ୟାକ କରୁଛନ୍ତି । ଏସ ବି ଆଇ  ରବିବାରଦିନ ଟ୍ବିଟରେ ଲେଖିଥିଲେ, ଆମକୁ ଗୋଟେ ସୁଚନା ଆସିଛି କି ଭାରତରେ ପ୍ରମୁଖ ସହରରେ ସାଇବର ଆକ୍ରମଣ ହେବାର ଅଛି । [email protected] ରେ ଆସୁଥିବା ଇ ମେଲ, ଯାହାର ସଜେଷ୍ଟ ‘ଫ୍ରି କୋଭିଡ-୧୯ ଟେସ୍ଟ’ ଦିଆଯାଇଛି ଓ ତାଉପରେ କ୍ଲିକ କରନ୍ତୁ ନାହିଁ ।

Image Courtesy: Google

ଏସ ବି ଆଇ ଗୋଟେ ବୟାନରେ କହିଛି କି ପାଖାପାଖି ୨୦ ଲକ୍ଷ ଭାରତୀୟଙ୍କ ଇ ମେଲ ଆଇଡ ସାଇବର ଅପରାଧୀମାନେ ଚୋରିକରିଛନ୍ତି । ହ୍ୟାକରସ ଇ ମେଲ ଆଇଡ [email protected] ରେ ଲୋକଙ୍କ ଫ୍ରି ରେ କରୋନା ଟେସ୍ଟ କରିବା ପାଇଁ କହି ତାଙ୍କ ବ୍ୟକ୍ତିଗତ ଓ ବ୍ୟାଙ୍କର ସୂଚନା ପ୍ରାପ୍ତ କରୁଛନ୍ତି । ଏସ ବି ଆଇ  ଦେଶର ଦିଲ୍ଲୀ, ମୁମ୍ବାଇ, ହୟଦ୍ରାବାଦ, ଚେନ୍ନାଇ ଓ ଅହମଦାବାଦ ର ଲୋକଙ୍କୁ ଏହି ଠକ ମାନଙ୍କ ଠାରୁ ସାବଧାନ ରହିବା ପାଇଁ କହିଛନ୍ତି ।

Image Courtesy: Google

ଭାରତୀୟ କମ୍ପ୍ୟଟର ଇମେର୍ଜେଂସୀ ଟିମ (CERT-IN) ପ୍ରଥମେ ଚେତାବନୀ ଜାରି କରି ସବୁ ସରକାରୀ ବିଭାଗ ଓ ସଂସ୍ଥାକୁ ଏହା ବିଷୟରେ ଜଣାଇଥିଲେ । ଏବେ ଏହି ହ୍ୟାକର ମାନେ ସାଧାରଣ ଜନତାଙ୍କୁ ନଜରରେ ରଖି କୋଭିଡ -19 ନାମରେ ସାଇବର ଆକ୍ରମଣକୁ ସଫଳ କରାଇବାପାଇଁ ଚେଷ୍ଟା କରୁଛନ୍ତି । ଏହା ପୂର୍ବରୁ 2016 ରେ ଭାରତୀୟ ବ୍ୟଙ୍କିଙ୍ଗ ସଂସ୍ଥାକୁ ବହୁତ ବଡ ଭୟଙ୍କର ହ୍ୟାକର ଆକ୍ରମଣର ସାମ୍ନା କରିବାକୁ ପଡିଥିଲ, ଯେଉଁଥିରେ ଦେଶର ବହୁତ ଏ ଟି ଏମ  ପ୍ରଭାବିତ ହୋଇଥିଲା ।

Image Courtesy: Google

ଯେଉଁଥିରେ ହ୍ୟାକର ଡେବିଟ କାର୍ଡ଼ର ପିନ ସହିତ ବହୁତ ଗୋପନୀୟ ସୂଚନା ଚୋରିକରିଥିଲା । ଗ୍ରାହକ ମାନଙ୍କର ବ୍ୟକ୍ତିଗତ ସୂଚନାକୁ ଗୋପନୀୟତାକୁ ଅସୁବିଧାରେ ଦେଖି ଏସବିଆଇ  କିଛି ନୂଆ ଗ୍ରାହକଙ୍କୁ କିଛି ଦିନ ଭିତରେ ବେସୀ ରିସ୍କ ଥିବା ଗ୍ରହକମାନଙ୍କ ପାଇଁ ପାଖାପାଖି 6 ଲକ୍ଷ ଡେବିଟ କାର୍ଡ଼ ଜାରି କରିଛନ୍ତି । ବାକି ବ୍ୟାଙ୍କମାନେ ବି ଏହିଭଳି ପଦକ୍ଷପ ନେଇଛନ୍ତି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *