ଷ୍ଟେଟ ବ୍ୟାଙ୍କରେ ଆକାଉନ୍ଟ ଥିଲେ ଠାରେ ନିଶ୍ଚୟ ଦେଖନ୍ତୁ ନ ହେଲେ ପସ୍ତେଇବେ!

ନମସ୍କାର ବନ୍ଧୁଗଣ । ଆମ ଦେଶରେ ଅନେକ ପ୍ରକାରର ବ୍ଯାଙ୍କ ରହିଛି ଯାହା ଦ୍ଵାରା ଆମେ ଆମର କିଛି ସେଭିଙ୍ଗ କରିପାରୁ ଯାହା ଆମ ଭବିଷ୍ୟତରେ କାମରେ ଆସିଥାଏ । ସେହି ବ୍ଯାଙ୍କ ମାନଙ୍କ ମଧ୍ୟରୁ ଭାରତୀୟ ଷ୍ଟେଟ ବ୍ଯାଙ୍କ ଏମିତି ଏକ ବ୍ଯାଙ୍କ ଯିଏ ନିଜର ଗ୍ରାହକ ମାନଙ୍କ ପାଇଁ ସମୟ ସମୟରେ ଠକାମିର ଶିକାର ନ ହେବା ପାଇଁ କିଛି ନିୟମର ଅନେକ ପରିବର୍ତ୍ତନ କରିଥାଏ ।

ତେବେ ସୂଚନା ଅନୁସାରେ ଷ୍ଟେଟ ବ୍ଯାଙ୍କ ନିଜ ଗ୍ରାହକ ମାନଙ୍କ ପାଇଁ କିଛି ସତର୍କ ସୂଚନା ଜାରି କରିଛି । ତେବେ ଆସନ୍ତୁ ଜାଣିବା ସେହି ସତର୍କ ନିୟମ ବା ସୂଚନା କଣ ରହିଛି । ଏସବିଆଇ ବ୍ଯାଙ୍କ ଗ୍ରାହକ ମାନଙ୍କର ଆକାଉଣ୍ଟର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ଚେତାବନୀ ଦେଇଥାଏ । ନିକଟରେ କିଛି ଜରୁରୀ ସତର୍କ ଅବଲମ୍ବନ କରିବାକୁ ଗ୍ରାହକ ମାନଙ୍କର ଆକାଉଣ୍ଟକୁ ନେଇ ଏସବିଆଇ ବ୍ଯାଙ୍କ ସୂଚନା ଦେଇଛି । ଏସବିଆଇ ବ୍ଯାଙ୍କ ସୂଚନା ଦେଇଛି ଯେ ବିନା ଭ୍ୟାରିଫିକେସନରେ କୌଣସି ଆପ୍ଲିକେସନ ଇନଷ୍ଟଲ କରାଯିବ ନାହି ।

ଏହାର କାରଣ ହେଉଛି ନକଲି ଆପ ଗ୍ରାହକ ମାନଙ୍କୁ ଆଗକୁ ଯାଇ କିଛି ବିପଦରେ ନ ପକାଇ ପାରେ । ଏସବିଆଇ ବ୍ଯାଙ୍କ ସୋସିଆଲ ମିଡିଆ ଜରିଆରେ ନିଜ ଟ୍ବିଟରେ ଗ୍ରାହକ ମାନଙ୍କୁ ଏହି ବିଷୟରେ ଆଲର୍ଟ କରିଛି । ଏସବିଆଇ ବ୍ଯାଙ୍କ କହିଛି ଯେ ଗ୍ରାହକ ମାନଙ୍କର ସୁରକ୍ଷା ବ୍ୟାଙ୍କର ପ୍ରଥମ ପ୍ରାଥମିକତା ଅଟେ । ଯେପରି ଗ୍ରାହକ ମାନେ ଠକାମିର ଶିକାର ନ ହୁଅନ୍ତି ସେଥି ପାଇଁ ବ୍ଯାଙ୍କ ଗ୍ରାହକ ମାନଙ୍କୁ କିଛି ଟିପ୍ସ ବିଷୟରେ ସୂଚନା ଦେଇଛି । ଏହି ଟିପ୍ସ ମାଧ୍ୟମରେ ଗ୍ରାହକ ମାନେ ନିଜର ବ୍ୟକ୍ତିଗତ ଓ ଆର୍ଥିକ ଡାଟାକୁ ବିପଦରୁ ରକ୍ଷା କରି ପାରିବେ ।

ଗ୍ରାହକ ମାନେ କେବଳ ଭେରୀଫାଏଡ ସୋର୍ସରୁ ଆପ ଡାଉନ ଲୋଡ କରିବା ଉଚିତ । କୌଣସି ଅଜଣା ବ୍ୟକ୍ତିର ପରାମର୍ଶରେ କିଛି ବି ଆପ ଡାଉନ ଲୋଡ କରିବା ଉଚିତ ନୁହେଁ । ବ୍ୟାଙ୍କର କହିବା ଅନୁସାରେ ଗ୍ରହକଙ୍କର ଓଟିପି, ପିନ ଓ ଶିବିବି ବ୍ଯତୀତ ସବୁ ମ୍ଯାସେଜ ଗୁଡିଉକୁ ରିମୋଟ ଜରିଆରେ ପଠାଇ ପାରିବେ । ଏହି ଭଳି ନକଲି ମ୍ଯାସେଜ ଠାରୁ ଗ୍ରାହକଙ୍କୁ ଦୂରେଇ ରହିବାକୁ ବ୍ଯାଙ୍କ କହିଛି । ଏହା ଛଡା ନକଲି ଏସମେସ, ଇମେଲ, କଲ, ଫେଥ ଲିଙ୍କ ଉପରେ କିଛି ବି ପ୍ରତିକ୍ରିୟା ଦେବା ଉଚିତ ନୁହେ । ଏହା ଛଡା ୟୁଜର ଆଇଡି ପାସୱାର୍ଡ, ଓଟିପି, ଡେବିଟ କାର୍ଡ, ପିନ କାହା ସହ ଶେୟାର କରିବା ଉଚିତ ନୁହେ ।

କୌଣସି ବ୍ଯାଙ୍କ ଗ୍ରାହକ ମାନଙ୍କୁ ବ୍ୟକ୍ତିଗତ ସୂଚନା ମାଗେ ନାହି । କିନ୍ତୁ ଏସବିଆଇ, ଆରବିଆଇ ଓ ସରକାରୀ ବ୍ଯାଙ୍କର ଅଫିସରେ କଲ କରୁଥିବା ଲୋକଙ୍କ ଠାରୁ ସତର୍କ ରହିବା ପାଇଁ ବ୍ଯାଙ୍କ ସୂଚନା ଦେଇଛି । ଯଦି ଆପଣ ମାନଙ୍କର ଷ୍ଟେଟ ବ୍ଯାଙ୍କରେ ଆକାଉଣ୍ଟ ରହିଛି ତେବେ ଏହି ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ । ନଚେତ ଆପଣଙ୍କର ଆକାଉଣ୍ଟ କିଛି ଫେଥ ଆଇଡି ଯୋଗୁ ଖାଲି ହୋଇପାରେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *