ନଭେମ୍ବର 2ରେ ଖୋଲିବ ସ୍କୁଲ, ସରକାର ଅକ୍ଟୋବର 5ରୁ ଛାତ୍ର ଛାତ୍ରୀ ମାନକୁ ଡ୍ରେସ ଓ ବହି ବାଣ୍ଟିବେ 

ଆନ୍ଧ୍ର ପ୍ରଦେଶ ସରକାର ନଭେମ୍ବର ୨ ରୁ ସ୍କୁଲ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି । ସେଥିପାଇଁ ୫ ଅକ୍ଟୋବରରୁ ସ୍କୁଲ ଡ୍ରେସ ଓ ବହି ବଣ୍ଟା ଯିବ । ସ୍କୁଲ ଖୋଲିବା ପୂର୍ବରୁ ସେମାନେ ୟୁନିଫର୍ମ ରେଡି ରଖିବେ । ମୁଖ୍ୟମନ୍ତ୍ରୀ କାର୍ଯ୍ୟଳୟ ଅନୁସାରେ ପ୍ରତେକ କିଟରେ ତିନି ଯୋଡା ଡ୍ରେସ , ସ୍ଟଡି ମେଟେରିଆଲ, ନୋଟ ବୁକ, ଗୋଟେ ଯୋଡା ଯୋଜା, ଦୁଇଟି ଯୋଡା ମୋଜା, ବେଲ୍ଟ ଓ ଗୋଟିଏ ସ୍କୁଲ ବ୍ୟାଗ ରହିବ । ସରକାର ୫ ଅକ୍ଟୋବରରେ ସ୍କୁଲ ଖୋଲିବା ପାଇଁ  ନିସ୍ପତି କହିଥିଲେ କିନ୍ତୁ କରୋନା ସ୍ଥିତିକୁ ଆଖି ଆଗରେ ରଖି ଏହାକୁ ସ୍ଥଗିତ ରଖିଛନ୍ତି ।

କିନ୍ତୁ ଯେଉଁ ଭଳି କରୋନା ସଂକ୍ରମଣ ଦିନକୁ ଦିନ ବଢି ଚାଲିଛି ସେଥିପାଇଁ ନଭେମ୍ବର ୨ ରେ ସ୍କୁଲ ଖୋଲିବ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡି ମଙ୍ଗଳ ବାର ଆୟୋଜିତ ହୋଇଥିବା ଭିଡିଓ କନଫରେସିଂ ଜରିଆରେ ନଭେମ୍ବରରେ ସ୍କୁଲ ଖୋଲିବା ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଅଧିକାରୀ ମାନଙ୍କୁ ଶୀଘ୍ର କାମ ପୁରା କରିବା ପାଇଁ ନାଡୁବେଦର ପ୍ରଥମ ଭାଗ କାର୍ଯ୍ୟକ୍ରମ ଉପରେ ଧ୍ୟାନ ଦେବା ପାଇଁ କହିଛନ୍ତି । ଏହି ଯୋଜନା ମାଧମରେ ବିଦ୍ୟାଳରେ ପ୍ରଥମରୁ ଷଷ୍ଠ ଶ୍ରେଣୀ ପିଲାଙ୍କ ପାଇଁ ସ୍ଵତନ୍ତ୍ର ଇଂରାଜୀ ଶିକ୍ଷା ପ୍ରଦାନ କରାଯିବ ।

ପ୍ରଥମ ପର୍ଯ୍ୟାୟ ପାଇଁ ୧୫,୭୧୫ ସ୍କୁଲର ଚିହ୍ନଟ କରାଯାଇଛି । ଏହି ସ୍କୁଲରେ ଦଶଟି ସୁବିଧା ପ୍ରଦାନ କରାଯିବ । ମୋଟ ୧୫,୭୧୫ ବିଦ୍ୟାଳୟରୁ ୧୫,୫୬୨ ବିଦ୍ୟାଳୟର କାମ ଚାଲିଥିବା ବେଳେ ୧୫୩ ବିଦ୍ୟାଳୟରେ କାମ ଆରମ୍ଭ ହେବା ବାକି ଅଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *