ଅକ୍ଟୋବର 1 ରୁ ବଦଳିଲା ଏହି ସବୁ ନିୟମ, ଜାଣି ନିଅନ୍ତୁ ନହେଲେ ପଡି ପାରନ୍ତି ଅସୁବିଧାରେ

ଆସନ୍ତା ଅକ୍ଟୋବର ପହିଲାରୁ ଅନେକ ଗୁଡିଏ ନିୟମରେ ପରିବର୍ତନ ହେବାକୁ ଯାଉଛି । ଟ୍ରାଫିକ ଠୁ ଆରମ୍ଭ କରି ସ୍ୱାସ୍ଥ୍ୟ ବୀମା ପର୍ଯ୍ୟନ୍ତ । ପହିଲାରୁ ପ୍ରତେକ କ୍ଷେତ୍ରରୁ କିଛି ନୂଆ ନିୟମ ଲାଗୁହେବ । ଯାହା ସାଧାରଣ ଲୋକଙ୍କୁ ଜାଣିବାର  ଆବଶ୍ୟକ ରହିଛି । ଜାଣନ୍ତୁ ଅକ୍ଟୋବର ୧ ରୁ କେଉଁ କେଉଁ ନିୟମରେ ହେବ ପରିବର୍ତନ ।

ଅକ୍ଟୋବର ୧ ରେ ମୋଟର ଜାନ ଆଇନିରେ ବଡ ସଂଶୋଧନ ହେବାକୁ ଯାଉଛି, ପହିଲାରୁ ଗାଡି  ଲାଇସେନ୍ସ ରେଜିସଷ୍ଟ୍ରେସନ ଓ ପରିମିଟ ଭଳି କାଗଜ ପତ୍ର ସରକାରଙ୍କ ଦ୍ଵାରା ପରିଚାଳିତ ୱେବ ସାଇଟରେ ମେନ୍ଟେନ କରିପାରିବେ ଗାଡି ଚାଳକ ମାନେ ଆଉ କାଗଜ ପାତ୍ର ଆଉ ସାଥିରେ ନେଇ ଯିବାକୁ ପଡିବନି । ଚେକିଂ ସମୟରେ ୱେବ ସାଇଟରେ ଥିବା କାଗଜ ପାତ୍ର ଦେଖାଇ ପାରିବେ ଗାଡି ଚାଳକ ।

ସେହି ପରି ଗାଡି ଚଳାଇଲା ବେଳେ ଫୋନ ବ୍ୟବହାର କରିପାରିବେ ଗାଡି ଚାଳକ କିନ୍ତୁ ଗୋଟିଏ ସର୍ତରେ କେବଳ ରୁଟ ବା ଦିଗ ନିର୍ଧାରଣ ସମୟରେ ଫୋନ ବ୍ୟବହାର କରିପାରିବେ ଗାଡି ଚାଳକ । ଯଦି ଫୋନରେ କଥା ହେଉଥିବାର ଧାରା ପଡିଲେ ଗାଡି ଚାଳକଙ୍କୁ ଜୋରିମାନା ଦେବାକୁ ପଡିପାରେ ।

ସେହିପରି ପହିଲାରୁ ଆଇଡିଆଇ ନିୟମ ଅନୁଯାଇ ସ୍ୱାସ୍ଥ୍ୟ ବୀମା ପଲିଶିରେ ମଧ୍ୟ ବଡ ଧରଣର ପରିବର୍ତନ ହେବାକୁ ଯାଉଛି । ପହିଲାରୁ କମ ଦରରେ ଅଧିକ ରୋଗ ଉପରେ ସୁବିଧା ପାଇ ପାରିବେ ବୀମା ଧାରକ , ଯଦି ଲଗାତାର ଆଠ ବର୍ଷ ପ୍ରିମିୟମ ଭରିଥାନ୍ତି ତେବେ କମ୍ପାନୀ  କୌଣସି  କାରଣ ଦର୍ଶାଇ ଆବେଦନକୁ ଆଉ ରିଜେକ୍ଟ କରିପାରିବେ ନାହିଁ । ଯଦି ବୀମା ଧାରକଙ୍କ ପାଖରେ ୧ ରୁ ଅଧିକ କମ୍ପାନୀର ପଲିଶି ଥାଏ, ବିକଳ୍ପ ବାଛିବାର ଅଧିକାର ମଧ୍ୟ ରହିବା ।  ଗୋଟିଏ ପଲିଶି ପରେ ଅନ୍ୟ କମ୍ପାନୀରେ ମଧ୍ୟ କ୍ଳେମ କରିପାରିବେ ବୀମା ଧାରକ ।

ବିଦେଶକୁ ଟଙ୍କା ପଠାଯାଉଥିବା ଟିକସକୁ ନେଇ ମଧ୍ୟ କେନ୍ଦ୍ର ସରକାର ନୂଆ ନିୟମ ଆଣିଛନ୍ତି ଏହା ଅକ୍ଟୋବର ପହିଲାରୁ ଲାଗୁ ହେବ । ଯଦି ଆପଣ ବିଦେଶରେ ଥିବା ସମ୍ପର୍କୀୟ ପାଖକୁ ଟଙ୍କା ପଠାଇବାକୁ ଚହୁଁଛନ୍ତି  ତେବେ ଅତିରିକ୍ତ ୫ ପ୍ରତିଶତ ଟିସିଏସ ଚାର୍ଜ ଦେବାକୁ ପଡିବ ।

ସେହି ପରି ଅକ୍ଟୋବର ୧ ରୁ  fssai ମଧ୍ୟ ଖାଦ୍ୟର ଗୁଣ ବତାକୁ ନେଇ ବଡ ଧରଣର ପରିବର୍ତନ କରିବାକୁ ଯାଉଛି । ପହିଲାରୁ ସୋରିଷ ତେଲରୁ ଅନ୍ୟ କୌଣସି ତେଲର  ମିଶ୍ରଣକୁ  ବନ୍ଦ କରିଦିଆଯିବ । ପୂର୍ବରୁ ସୋରିଷ ତେଲ ସହିତ ଅନ୍ୟ ତେଲର  ମିଶ୍ରଣ କରାଯାଇ ବଜାରରେ ଏହାକୁ ବିକ୍ରି କରାଯାଉଥିଲା । ତେଣୁ ଲୋକଙ୍କୁ ସୁଧ ସୋରିଷ ତେଲ ଯୋଗାଇ ଦେବାକୁ ଏହି ଭଳି ନିସ୍ପତି ନେଇଛି fssai ।

ସେହି ପରି ବଜାରରେ ମିଳୁଥିବା ଖୋଲା ମିଠାର ପ୍ରସ୍ତୁତି ତାରିଖ ଓ ଏକ୍ସପାୟର୍ଡ ତାରିଖ ଲେଖିବାକୁ ପଡିବ । ଅକ୍ଟୋବର ପହିଲାରୁ ନୂଆ ଟିଭି କିଣିବା ମହଙ୍ଗା ହେବ । ଟିଭି ନିର୍ମାଣରେ  ଲାଗୁଥିବା ଓପେନ ସେଲର ଆମଦାନି ଉପରେ ୫ ପ୍ରତିଶତ ସୀମା ଶୁଳ୍କ ବୃଦ୍ଧି କରିବା ପାଇଁ ନିସ୍ପତି ନେଇଛନ୍ତି ସରକାର । ଏହା ପୂର୍ବରୁ ଏହି ଶୁଳ୍କ ଉପରେ ଗୋଟିଏ ବର୍ଷ ଛାଡ ଦିଆଯାଇଥିଲା, ଯାହା ସେପ୍ଟେମ୍ବର ୩୦ ରେ ସେସ ହେବ । ତେଣୁ ଶୁଳ୍କ ଲାଗୁ ହେଲା ପରେ ନୂଆ ଟିଭିର ଦାମ ପହିଲାରୁ ବଢିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *