ଶ୍ମଶାନରେ ଶେଷ ନୂଆ ସମ୍ପର୍କ, କେଉଁଠି ବିବାହର ୫ ଦିନ ପରେ ଲିଭିଛି ମଥାର ସିନ୍ଦୂର ତ କେଉଁଠି ୧୮ ଦିନ ପରେ ଆଖିବୁଜିଛି ନବବଧୂ

ସଞ୍ଜୟ ଓ ମଧୁସ୍ମିତା ଏହି ଦୁଇଟି ନାଁ ଆଉ କେବେ ବି ଏକାଠି ହୋଇ ପାରିବ ନାହିଁ । କାରଣ ସଞ୍ଜୟ ସବୁଦିନ ପାଇଁ ମଧୁସ୍ମିତାକୁ ଛାଡି ଆର ପାରିକୁ ଚାଲି ଯାଇଛି ।

କହିଦେଉଛୁ କି ୫ ଦିନ ପୂର୍ବେ ହିଁ ସଞ୍ଜୟ ଓ ମଧୁସ୍ମିତା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ଦୁଃଖର କଥା ଏହା ଅଟେ କି ବାହାଘରର କିଛି ଦିନ ପରେ ହିଁ ସ୍ଵାମୀ ସ୍ତ୍ରୀଙ୍କ ଏହି ସମ୍ପର୍କ ସବୁଦିନ ପାଇଁ ଭାଙ୍ଗିଗଲା । ସଞ୍ଜୟର ମୃ-ତ୍ୟୁ ପରେ ଲିଭିଗଲା ମଧୁସ୍ମିତାଙ୍କ ମଥାରେ ଲାଗିଥିବା ସଜ ସଜ ସିନ୍ଦୁର । କ-ରୋ-ନା ଭଲି ପରିସ୍ଥିତିରେ କେନ୍ଦ୍ରପଡା ରାଜକନିକା ବ୍ଲଗର ପ୍ରଧାନପଡା ଦୂର୍ଗା ଦେବୀ ଗାଁରେ ଏହିଭଳି ଏକ ଦୁଃଖଭରା ଘଟଣା ଘଟିଛି । କହିଦେଉଛୁ କି ସଞ୍ଜୟ କୁମାର ରାୟ ବାଙ୍ଗଲୋରରେ ଏକ ପ୍ରାଇବେଟ କମ୍ପାନୀରେ କାମ କରୁଥିଲେ ।

ଏହା ମଧ୍ୟରେ ସଞ୍ଜୟର ପରିବାର ଲୋକମାନେ ରାଜକନିକା ବ୍ଲଗର ଓଲାଭରା ପଞ୍ଚାୟତର ଏକ ଗାଁରେ ତାଙ୍କର ବାହାଘର ସ୍ଥିର କରିଥିଲେ । ଯେଉଁ କାରଣରୁ ସଞ୍ଜୟ ଏହି ମାସର ୧ ତାରିଖରେ ନିଜ ଗାଁକୁ ଫେରି ଆସିଥିଲେ । ଏହା ପରେ ୯ ତାରିଖରେ ତାଙ୍କର ବାହାଘର ହୋଇଥିଲା । ବାଙ୍ଗାଲୋରରୁ ଫେରିବା ପରେ ସଞ୍ଜୟଙ୍କ କୋବିଡ ପରୀକ୍ଷା ବି ହୋଇଥିଲା । କିନ୍ତୁ ସଞ୍ଜୟଙ୍କ ରିପୋର୍ଟ ନେଗେଟିବ ଆସିଥିଲା । ଏହା ପରେ ଘରକୁ ଆସିବାର କିଛି ଦିନ ପରେ ସଞ୍ଜୟଙ୍କ ଦେହ ଅସୁସ୍ଥ ହୋଇଥିଲା ।

ଥଣ୍ଡା, ଜର ସହ କାସ ମଧ୍ୟ ହେଉଥିଲା । କିନ୍ତୁ ଏହା ମଧ୍ୟରେ ସମସ୍ତ ପରମ୍ପରା ଅନୁଯାୟୀ ତାଙ୍କର ବିବାହ ମଧୁସ୍ମିତାଙ୍କ ସହ ହୋଇଥିଲା । ଅନ୍ୟ ପଟେ ସଞ୍ଜୟ ଔଷଧ ବି ଖାଉଥିଲେ କିନ୍ତୁ ଏହା ସତ୍ବେ ବି ତାଙ୍କର କାସ ଓ ଜର ଭଲ ହେଉ ନ ଥିଲା । ଏହା ପରେ ୧୨ ତାରିଖରେ ତାଙ୍କର ଚତୁର୍ଥୀ ଥିଲା ଓ ସେହି ଦିନ ଚତୁର୍ଥୀ ପିଣ୍ଡ ପଡିବ ସହ ଘରେ ହୋମ ମଧ୍ୟ ହୋଇଥିଲା । କିନ୍ତୁ ଚତୁର୍ଥୀ ବାସୀ ଦିନ ତାଙ୍କର ସ୍ୱାସ୍ଥ୍ୟ ଆହୁରି ଖରାପ ହୋଇଗଲା । ଏହା ପରେ ତାଙ୍କୁ ହସ୍ପିଟାଲ ନିଆଗାଲା କିନ୍ତୁ ରାସ୍ତା ମଝିରେ ହିଁ ତାଙ୍କର ମୃ-ତ୍ୟୁ ହୋଇଥିଲା ।

ଏମିତିରେ ଏକ ନୂଆ କାହାଣୀ ଆରମ୍ଭ ହେବା ମାତ୍ରେ ହିଁ ଶେଷ ହୋଇଗଲା । ଅନ୍ୟ ଏକ ଗାଁରେ ବି ଏହିଭଳି କିଛି ଏକ ଘଟଣା ଘଟିଥିଲା । ଯେଉଁଠି ମହିଳାର ହାତରୁ ନା ହିଁ ମେହେନ୍ଦି ଲିଭିଛି ନା ହିଁ ପାଦରୁ ଅଳତା ଲିଭଛି, କିନ୍ତୁ ମହିଳା ଜଣକ ନିଜର ନବ ବିବାହିତତା ସ୍ଵାମୀକୁ ସବୁଦିନ ପାଇଁ ଏକୁଟିଆ ଛାଡି ଚାଲିଗଲେ । ବଡପାଲ ସାହିର ବେଣୁଧର ପାଲଙ୍କ ଝିଅ ସ୍ଵର୍ଣଲତା ଗତମାସ ୨୮ ତାରିଖରେ ବିଷ୍ଣୁଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହା ପରେ ବାହାଘରର କିଛି ଦିନ ପରେ ତାଙ୍କୁ ଜର ହେଲା ।

ଯେଉଁଥି ପାଇଁ ସେ ଔଷଧ ମଧ୍ୟ ସେବନ କରୁଥିଲେ । କିନ୍ତୁ ଜର ନ କମିବାରୁ ଶନିବାର ଦିନ ବାଲିପାଟଣାର ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଭର୍ତି କରାଗଲା । କିନ୍ତୁ ସ୍ଵର୍ଣଲତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସେଠିକାର ଡାକ୍ତରମାନେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ରେଫର କରି ଦେଇଥିଲେ । ଏହା ପରେ ମହିଳାର ସମ୍ପର୍କୀୟମାନେ ମହିଳାଙ୍କୁ ଭୁବନେଶ୍ଵର ହସ୍ପିଟାଲକୁ ନେଇଥିଲେ । କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ନ ଆସିବାରୁ ଆମ୍ବୁଲାନ୍ସରେ ଅକ୍ସିଜେନ ଲଗାଇ ମହିଳା ଜଣଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ୯ ଟି ହସ୍ପିଟାଲକୁ ନିଆଯାଇଥିଲା ।

କିନ୍ତୁ ସବୁ ହସ୍ପିଟାଲ ତାଙ୍କୁ ଫେରି ଦେଇଥିଲେ । ଏହା ପରେ ପରିବାର ଲୋକମାନଙ୍କ ହୋ ହାଲା ପରେ ମହିଳା ଜଣକଙ୍କୁ କ୍ୟାପଟିଲା ହସ୍ପିଟାଲରେ ଭର୍ତ୍ତି କରାଗଲା । ଯେଉଁଠି ତାଙ୍କର କୋବିଡ ପରୀକ୍ଷା କରାଯାଇଥିଲା । କିନ୍ତୁ ରିପୋର୍ଟ ଆସିବା ପୂର୍ବରୁ ହିଁ ତାଙ୍କର ମୃ-ତ୍ୟୁ ହୋଇଗଲା । କହିବାକୁ ଗଲେ ନବ ବିବାହିତ ଯୋଡିର ଏଇ ଦୁଇଟି କାହାଣୀ ଆଖିରୁ ଲୁହ ନେଇ ଆସୁଛି ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *