ଶନିଙ୍କର କୁ ପ୍ରଭାବରୁ ଆପଣଙ୍କୁ ବଞ୍ଚେଇ ପାରିବ ଏହି ଉପାୟ , ଆର୍ଥିକ ଖରାପ ଅବସ୍ତାରୁ ବଞ୍ଚିବା ପାଇଁ ଶନିବାର ଦିନ ଏହି ଉପାୟ ଗୁଡିକ କରନ୍ତୁ

କୁଣ୍ଡଳୀରେ ଯଦି ଶନି ଅଶୁଭ ସ୍ଥାନରେ ଥାଏ ତେବେ ଜାଣି ନିଅନ୍ତୁ କି ଆପଣଙ୍କର ଖରାପ ସମୟ ଚାଲୁଛି ।  ଶନିଙ୍କ ପ୍ରଭାବରେ ଆସିଥିବା ଜାତକକୁ ଶନି ତୁରନ୍ତ ହିଁ ନ୍ୟାୟ ଦେଇଥାନ୍ତି । ଏହି ଜାତକ ଗୁଡିକର ଭଲ ଏବଂ ମନ୍ଦ କର୍ମର ନିର୍ଣ୍ଣୟ କରନ୍ତି ଏବଂ  ଉଚିତ ଫଳ ଦିଅନ୍ତି । ଶନି ଗ୍ରହର ପ୍ରଭାବରୁ ବଞ୍ଚିବା ପାଇଁ କିଛି ଖାସ ଉପାୟ କରନ୍ତୁ ଯାହା ଦ୍ଵାରା ଏହି ପ୍ରଭାବ ଅଳ୍ପ କିଛି କମ ହୋଇପାରେ ।

ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ

ସନ୍ଧ୍ୟା ସମୟରେ ହନୁମାନ ଚାଳିଶା ପଢନ୍ତୁ ଏବଂ ପବନ ପୁତ୍ରଙ୍କୁ ବେଶନର ଲଡୁ ଭୋଗରେ  ଦିଅନ୍ତୁ । ଏହା ବ୍ୟତୀତ କଳା ଗାଇର ସେବା କରନ୍ତୁ ଏବଂ ସବୁ ଶନିବାର ରେ ଗୋମତାଙ୍କ ମୁଣ୍ଡ ଉପରେ ସିଦୂର ଲଗାଇ, ସିଙ୍ଗରେ ନାଲି ସୂତା ବାନ୍ଧି ପୂଜା କରନ୍ତୁ । ଏହା ପରେ ଗୋମାତାଙ୍କୁ ପରିକର୍ମା କରିକି ଗାଈଙ୍କୁ ବୁନ୍ଦିର ଲଡୁ ଖାଇବାକୁ ଦିଅନ୍ତୁ ।

ଶନିବାରକୁ ବ୍ରତ ରଖନ୍ତୁ ଏବଂ ଭଗବାନ ହନୁମାନଙ୍କୁ ପୂଜା କରନ୍ତୁ । ସୂର୍ଯ୍ୟାସ୍ତ ପୂର୍ବରୁ ବଟ ଏବଂ ଓସ୍ତ ଗଛ ତଳେ ସୋରିଷ ତେଲରେ ଦୀପ ଜଳାନ୍ତୁ । ଏହି ଦିନରେ ମାଙ୍କଡମାନଙ୍କୁ କଦଳୀ ଓ ଗୁଡ ଖାଇବାକୁ ଦିଅନ୍ତୁ । ଏହା କଲେ ଶନିଦେବ ଖୁସି ହେବେ ଏବଂ ଆପଣଙ୍କ ଜାତକର ଖରାପ ପ୍ରଭାବ କିଛି ଅଂଶ ବଞ୍ଚିପାରନ୍ତି ।

ଶନି ଙ୍କ ସାଢ଼େସାତୀ କୁ  ଦୂର କରିବା ପାଇଁ ଭୋଜନ କରିବା ପୂର୍ବରୁ ବଢାଯାଇଥିବା ଖାଦ୍ୟରୁ କିଛି କିଛି ଖାଦ୍ୟ କାଉକୁ ଖାଇବାକୁ ଦିଅନ୍ତୁ । ଶନି ଙ୍କ କୁ ପ୍ରଭାବରୁ ବଞ୍ଚିବା ପାଇଁ ସୋରିଷ ତେଲ ଓ ରାଶି ତେଲ ଦାନ କରନ୍ତୁ । ଖାଲି ଏତିକି ନୁହେଁ ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଅନ୍ତୁ ନାହିଁ  ।

ଯଦି ଶନି ସପ୍ତମ ସ୍ଥାନରେ  ଅଛି ତେବେ ମଦ୍ୟ ପାନ କରନ୍ତୁନାହିଁ  ନହେଲେ ଆର୍ଥିକ ଏବଂ ଶାରୀରିକ ଅବସ୍ତାରେ ସମସ୍ୟା ଦେଖା ଯାଇପାରେ । ଏହି ଅବସ୍ଥାରୁ ବଞ୍ଚିବା ପାଇଁ କୌଣସି ଦରକାରୀ ମଣିଷଙ୍କୁ ଶନିବାର ଦିନ ରାଶିତେଲ ଏବଂ କଳା କପଡା ଦାନ ଦିଅନ୍ତୁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *