ସ୍ଵୟଂ ଶନିଦେବ ହିଁ କରନ୍ତି ଏହି ୩ ଟି ରାଶିଙ୍କୁ ଧନୀ, ଆପଣଙ୍କ ରାଶି ନାହିଁ ତ…. Jyotisha Shastra

ଜ୍ୟୋତିଷୀଙ୍କ ଅନୁସାରେ କୌଣସି ବି ବ୍ୟକ୍ତିର ଜାତାକରେ ଶନି ଯଦି ଦୁର୍ବଳ ଅଛନ୍ତି ତେବେ ସେହି ବ୍ୟକ୍ତି ଜଣଙ୍କୁ ନିଜର ସବୁ କାମରେ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ଯଦି ବ୍ୟକ୍ତିର ଜାତକରେ ଶନି ମଜବୁତ ଅଛନ୍ତି ତେବେ ସେହି ବ୍ୟକ୍ତି ଜଣକ ଯେତେ ଗରିବ ହୋଇଥିଲେ ବି ଦିନେ ନା ଦିନେ ସେ ନିଶ୍ଚିତ ଧନୀ ହୋଇଥାଏ ।

ଏହି କ୍ରମରେ କେତେକ ଲୋକମାନେ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟ ମଧ୍ୟ କରନ୍ତି । ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ଯିଏକି ବ୍ୟକ୍ତି ଓ ତାହାର କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି । ଆଜି ଆମେ ଆପଣଙ୍କୁ ଏହିଭଳି କିଛି ରାଶିମାନଙ୍କ ବିଷୟରେ କହିବୁ ଯେଉଁମାନଙ୍କ ଉପରେ ଶନିଦେବଙ୍କ କୃପା ସବୁବେଳେ ରହିଥାଏ । ଶନିଦେବଙ୍କ ଆଶୀର୍ବାଦ କାରଣରୁ ଏମାନେ ନିଜ ଜୀବନରେ ସବୁକିଛି ପ୍ରାପ୍ତ କରିଥାନ୍ତି । ତେବେ ଚାଳନ୍ତୁ ଜାଣିବା ସେହି ସମସ୍ତ ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ ।

ତୁଳା ରାଶି

ଜ୍ୟୋତିଷୀଙ୍କ ଅନୁସାରେ ତୁଳା ରାଶି ଶନିଦେବଙ୍କ ସବୁଠୁ ପ୍ରିୟ ରାଶି ହୋଇଥାନ୍ତି । କୁହାଯାଏ କି ଏହି ରାଶି ଜାତକଧାରୀମାନେ ବହୁତ ସଚ୍ଚୋଟ ଓ ପରିଶ୍ରମୀ ହୋଇଥାନ୍ତି । ଶନିଦେବଙ୍କ କୃପା ମିଳିବା ଦ୍ଵାରା ଏମାନେ ଜୀବନରେ ବହୁତ ଉଚ୍ଚକୁ ଉଠିଥାନ୍ତି ଓ ନିଜ ଜୀବନରେ ବହୁତ ବଡ ଲକ୍ଷ ମଧ୍ୟ ପ୍ରାପ୍ତ କରିଥାନ୍ତି ।

ଏମାନେ କୌଣସି ବି କାର୍ଯ୍ୟରେ ଅସଫଳ ହେଲା ବି ପଛକୁ ଫେରି ଯାଆନ୍ତି ନାହିଁ, ଏମାନେ ନିରନ୍ତର ପ୍ରୟାସ କରି ସେହି କାର୍ଯ୍ୟରେ ସଫଳତା ହାସଲ କରନ୍ତି । ଏମାନେ ଜୀବନରେ ଯାହା ବି ଇଚ୍ଛା କରନ୍ତି ତାହା ଏମାନଙ୍କୁ ନିଶ୍ଚିତ ରୂପରେ ମିଳିଥାଏ । ଏମାନଙ୍କୁ ଶନିଦେବଙ୍କ କୃପା ମିଳିବା ଦ୍ଵାରା ଏମାନେ ଭାଗ୍ୟର ଧନୀ ମଧ୍ୟ ହୋଇଥାନ୍ତି ।

କୁମ୍ଭ ରାଶି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁମ୍ଭ ରାଶିର ସ୍ଵାମୀ ବି ସ୍ଵୟଂ ଶନିଦେବ ହୋଇଥାନ୍ତି । ସେଥିପାଇଁ ଏହି ଜାତକମାନଙ୍କ ଉପରେ ଶନିଦେବଙ୍କ ବିଶେଷ କୃପା ଦ୍ରୁଷ୍ଟି ରହିଥାଏ । ଏହି ରାଶିର ବ୍ୟକ୍ତିମାନେ ସ୍ଵଭାବରେ ସରଲ, ଶାନ୍ତ ଓ ସଚ୍ଚୋଟ ହୋଇଥାନ୍ତି । ଅଧିକ ପରିଶ୍ରମୀ ଓ ଦୃଢ ଆତ୍ମବିଶ୍ଵାସୀ ବି ହୋଇଥାନ୍ତି । ଶନିଦେବଙ୍କ କୃପାରେ ଏହି ରାଶିର ବ୍ୟକ୍ତିମାନେ ପ୍ରାୟତଃ ନିଜର ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିଥାନ୍ତି । କ୍ୟାରିୟର ଉଚ୍ଚ ସ୍ଥାନ ବି ଗ୍ରହଣ କରିଥାନ୍ତି । ଏହି ରାଶିର ଜାତକମାନଙ୍କୁ ସବୁବେଳେ ଶନିଦେବଙ୍କ ଉପାସନା କରିବା ଉଚିତ । ଯାହା ଦ୍ଵାରା ଆପଣ ନିଜ ଜୀବନରେ ଶୀର୍ଷରେ ପହଞ୍ଚି ପାରିବେ ।

ମକର ରାଶି

ମକର ରାଶିର ସ୍ଵାମୀ ବି ଶନିଗ୍ରହ ଅଟନ୍ତି । ଶନିଦେବଙ୍କ କୃପା ସର୍ବଦା ଏହି ରାଶି ଉପରେ ରହିଥାଏ । ସେଥିପାଇଁ ଏହି ରାଶିର ଲୋକମାନେ ନିଜ ଜୀବନରେ ଉଚ୍ଚ ଲକ୍ଷ ପ୍ରାପ୍ତ କରନ୍ତି । ଶନିଦେବଙ୍କ ଆଶୀର୍ବାଦ କାରଣରୁ ଏମାନଙ୍କୁ ନିଜ ଜୀବନରେ ସମସ୍ତ ପ୍ରକାରର ସୁଖ ସୁବିଧା ପ୍ରାପ୍ତ ହୋଇଥାଏ । ଏମାନେ ଶନିଦେବଙ୍କ ଆଶୀର୍ବାଦ କାରଣରୁ ସମାଜରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥାନ୍ତି । କିନ୍ତୁ ଅନ୍ୟ ସମସ୍ତ ରାଶିମାନଙ୍କୁ ବି ଶନିଦେବଙ୍କ କୃପା ମିଳିଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *