ଆମ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଗ୍ରହଙ୍କ ସ୍ଥିତି ସବୁବେଳେ ବଦଳୁଥାଏ ଓ ଗ୍ରହ ବଦଳିଲେ ଆମ ଜୀବନ ମଧ୍ୟ ପ୍ରଭାବିତ ହୋଇଥାଏ । ଗ୍ରହ ବଦଳିଲେ କେତେ ବେଳେ ଏହା ସୁଖ ସଂକେତ ଦେଇଥାଏ ତେବେ କେବେ ଖରାପ ବା ଅଶୁଭ ସଂକେତ ଦେଇଥାଏ, କେବେ କେବେ ଦୁଇଟି ଗ୍ରହ ମିଶିବାର ଯୋଗ ହୋଇଥାଏ ଓ ଏମିତି ରେ ଶନି ମଙ୍ଗଳ ଯୋଗ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଶୁଭ ହୋଇ ନଥାଏ । ଏହି ଗ୍ରହ ପରିବର୍ତନ ବା ଯୋଗ ପ୍ରାକୃତିକ ଅଟେ ଯାହାକୁ ସମ୍ଭାଳିବାକୁ ପଡିଥାଏ ତେବେ ଏହି ଦୁଇ ଗ୍ରହ ସଂଯୋଗ ସବୁ ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇ ଥାଏ କାହା ଉପରେ ଭଲ ତେବେ କାହା ଉପରେ ଖରାପ ପ୍ରଭାବ ପକାଇଥାଏ ।

୭ ମାର୍ଚ ଠାରୁ ମଙ୍ଗଳ ଗ୍ରହ ୧୮:୫୩ ଧନୁ ରାଶି ରେ ଗୋଚର କରିଛନ୍ତି ଓ ୨ ଜୁନ ପର୍ଜନ୍ତ ଏହି ରାଶିରେ ସ୍ଥିତ ମଙ୍ଗଳ ଗୋଚର ରେ ପ୍ରଭାବ ସବୁ ରାଶି ଉପରେ ରହିବ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ଉପରେ କେମିତିକା ପ୍ରଭାବ ରହିବ ।
ମେଷ :
ଏହି ରାଶି ଲୋକଙ୍କ ଜୀବନରୁ ସବୁ ପ୍ରକାର ଦୁଃଖ ଦୂର ହବ, ପ୍ରେମ ସମ୍ବନ୍ଧ ବା ବୈବାହିକ ଜୀବନ ସୁଖମୟ ରହିବ । ଆପଣଙ୍କ ବାପା ସାହାଜ୍ଯ ଆପଣଙ୍କ ପାଇଁ ବହୁତ ମହତ୍ଵପୂର୍ଣ ଅଟେ ଓ ଏହା ଦ୍ଵାରା ଆପଣଙ୍କ ବାପ ପୁଅ ସମ୍ପର୍କ ଭଲ ହବ ।
ବୃଷ :
ଏହି ରାଶି ଲୋକ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ ଏହା ଦ୍ଵାରା ଆପଣଙ୍କ ଆର୍ଥିକ ସ୍ଥିତି ଖରାପ ହୋଇ ପାରେ । ଆପଣଙ୍କୁ ଧାର ଉଧାର କରିବାରୁ ବଞ୍ଚିବା ଉଚିତ ।

ମିଥୁନ :
ବିବାହିତ ଲୋକଙ୍କ ମଧ୍ୟରେ ଭୁଲ ବୁଝା ମଣା ହୋଇପାରେ, ସେଥିପାଇଁ ଧ୍ୟାନ ରଖନ୍ତୁ, ପ୍ରେମ ସମ୍ପର୍କ ମଧ୍ୟ ଖରାପ ହୋଇପାରେ ।
କର୍କଟ :
ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ ଧ୍ୟାନ ଦିଅନ୍ତୁ :
ସିଂହ :
ଛୁଆ ପାଠରେ ଧ୍ୟାନ ରଖିବେ, ଏହା ସହ ପ୍ରେମ ସମ୍ପର୍କ ମଧ୍ୟ ଭଲ ରହିବ ।
କନ୍ୟା :
ଆସନ୍ତା ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ କାର୍ଯ୍ୟରେ ଉନ୍ନତି ପାଇବେ ।
ତୁଳା :
ଏହି ରାଶି ଲୋକ ନିଜ କାମରେ ସଫଳ ହୋଇବେ, ଆପଣ କିଛି ବହୁତ ଲାଭକାରୀ ନିଷ୍ପତ୍ତି କରିବେ ।

ବିଛା :
ଏହି ରାଶି ଲୋକଙ୍କ ଧନ ଖର୍ଚ ହୋଇ ପାରିବ, କାମ ଉପରେ ଆପଣଙ୍କ ଧ୍ୟାନ କମ ରହିବ ।
ଧନୁ :
ଏହି ରାଶି ଲୋକଙ୍କ ଉପରେ ମଙ୍ଗଳ ଅଧିକ ପ୍ରଭାବ ପକେଇବେ ମହଙ୍ଗା ଜିନିଷ ଉପରେ ଖର୍ଚ ହୋଇ ପାରେ ।
ମକର :
ଏହି ରାଶି ଲୋକ ଆରାମରେ ଖର୍ଚ କରିବେ, ସୁନା ଜିନିଷ କିଣି ପାରନ୍ତି ଯୋଗ ଅଛି ।
କୁମ୍ଭ :
ଏହି ସମୟ ଏହି ଜାତକ ଲୋକଙ୍କ ପାଇଁ ସଫଳତା ଆଣିବ, ସାଙ୍ଗ ସାହାଜ୍ଯ ପାଇବେ ।
ମୀନ :
ଏହି ରାଶି ଜାତକ ଲୋକ ଧନ ଲାଭ କରି ପାରନ୍ତି, ଏହା ଛଡା ଆପଣଙ୍କୁ କାର୍ଯ୍ୟରେ ସଫଳତା ପ୍ରାପ୍ତ ହବ ।