ମାତା ଲକ୍ଷ୍ମୀଙ୍କୁ କିଏ ଅବା ନ ଚାହିଁଥାଏ, ମାତା ଲକ୍ଷ୍ମୀ ଧନ ଦେବୀ ଅଟନ୍ତି ତାଙ୍କ ଆଶୀର୍ବାଦ ଦ୍ଵାରା ମଣିଷ ନିଜ ଜୀବନରେ ବହୁତ ଆଗକୁ ବଢିଥାଏ । ତେବେ ଆପଣମାନେ ମଧ୍ୟ ଯଦି ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ଇଛା କରିଥାନ୍ତି ।
ଯଦି ଆପଣ ମଧ୍ୟ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ଇଛା ରଖନ୍ତି ତେବେ ଆସନ୍ତା ଶରଦ ପୁର୍ଣିମା ଦିନ ଭୁଲରେ ବି ଏହି ଗୋଟେ ଜିନିଷ କାହାକୁ ଦେବେ ନାହିଁ ନଚେତ ମାତା ଲକ୍ଷ୍ମୀ ଆପଣଙ୍କ ଘର ରାସ୍ତା ଭୁଲିଯିବେ ।ଶରଦ ପୁର୍ଣିମାକୁ ଆମେ କୁଆଁର ପୁର୍ଣିମା କହିଥାଉ ଏହି ଦିନ ଝିଅମାନେ ଓଷା କରନ୍ତି ଓ ଚନ୍ଦ୍ରକୁ ଆଞ୍ଜୁଳିରେ ଖଇ ଟେକିଥାନ୍ତି ।

କଣ ଆପଣ ଏହା ଜାଣିଛନ୍ତି ଯେ ଏହି ପୁର୍ଣିମା ବର୍ଷରେ ଆସିଥିବା ସବୁ ପୁର୍ଣିମା ଠାରୁ ଉତ୍ତମ ଓ ଶୁଭ ପୁର୍ଣିମା ହୋଇଥାଏ ଏହି ପୁର୍ଣିମାରେ ପୂଜା କରିଥିବା ବ୍ୟକ୍ତିକୁ ତା କ୍ଷମତା ଠାରୁ ଅଧିକ ଫଳ ପ୍ରାପ୍ତି ହୋଇଥାଏ । ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ଶରଦ ପୁର୍ଣିମା ଦିନ ମାତା ଲକ୍ଷ୍ମୀ ଅନ୍ୟ ଭଗବାନ ମାନଙ୍କ ସହ ପୃଥିବୀକୁ ଆସନ୍ତି ଓ ଭ୍ରମଣ କରନ୍ତି ଯାହା ପୂଜା ଅର୍ଚନା ତାଙ୍କୁ ପସନ୍ଦ ଆସିଥାଏ ସେହି ବ୍ୟକ୍ତିକୁ ମାତା ନିଜ ବିଶେଷ କୃପା ଦେଇଥାନ୍ତି ।

ଶାସ୍ତ୍ରରେ କୁହା ଯାଇଛି ଶରଦ ପୁର୍ଣିମା ଚାନ୍ଦିନୀ ର କିରଣ ସହ ଅମୃତ ଧରାକୁ ଆସିଥାଏ ତେବେ ଏହି ଦିନ ଖିରୀ ବନେଇ ଏହାକୁ ଚାନ୍ଦିନୀରେ ରଖି ଦିଅନ୍ତୁ ଓ ଏହି ଖିରୀକୁ ସେବନ କରନ୍ତୁ କୁହାଯାଏ ଶରଦ ପୁର୍ଣିମା ରାତିରେ ଆକାଶ ତଳେ ବସି ଖିରୀ ଖାଇଲେ ଆପପଣଙ୍କ ସ୍ୱାସ୍ଥ୍ୟ ଭଲ ହୋଇଥାଏ ଓ ଆପଣଙ୍କୁ କୌଣସି ରୋଗ ବଇରାଗ ପାଖକୁ ଆସି ନଥାଏ ।

ଶୁଣିବାକୁ ଏହା ମଧ୍ୟ ମିଳିଛି ଯେ ଯେଉଁ ବ୍ୟକ୍ତିଙ୍କୁ ନିଜ ଦ୍ରୁଷ୍ଟି ବଢେଇବାର ଅଛି ସେହି ଲୋକଙ୍କୁ ଶରଦ ପୁର୍ଣିମାରେ ବସି ଛୁଞ୍ଚିରେ ସୂତା ଲଗେଇବା ଉଚିତ ଏହା ଦ୍ଵାରା ଆପଣଙ୍କ ଆଖି ଦୁଷ୍ଟୀ ବଢିଥାଏ । ତେବେ ଶାସ୍ତ୍ରରେ ଉଲେଖ ଅଛି ଯେ ଲଙ୍କା ଅଧିପତି ରାବଣ ଶରଦ ପୁର୍ଣିମା ଦିନ ଦର୍ପଣ ମାଧ୍ୟମରେ ଚନ୍ଦ୍ର କିରଣ ନିଜ ନାଭିରେ ନଉଥିଲା ଯେଉଁ କାରଣରୁ ସେ ବହୁତ ଶକ୍ତିଶାଳି

ହୋଇଥିଲା ତେବେ ଶାସ୍ତ୍ରରେ ଏହା ମଧ୍ୟ କୁହା ଯାଇଛି ଯେ ଶରଦ ପୁର୍ଣିମା ରାତିରେ ୧୦ ରୁ ୧୨ଟା ମଧ୍ୟରେ କମ ବସ୍ତ୍ରରେ ଚନ୍ଦ୍ରମା ତଳେ ବସିଲେ ଆପଣଙ୍କୁ ଅସିମ ଊର୍ଜା ପ୍ରାପ୍ତି ହୋଇଥାଏ । ତେବେ ଶରଦ ପୁର୍ଣିମା ଦିନ କାହାକୁ ଟଙ୍କା ଧାର ଉଧାର ଦିଅନ୍ତୁ ନାହିଁ ଓ ନା ନିଅନ୍ତୁ ଦୁଇଟା ଅଶୁଭ ଅଟେ ଯଦି ଆପଣ ପୂଜା କରୁଛନ୍ତି ତେବେ ଦକ୍ଷିଣା ଅବଶ୍ୟ ଦିଅନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।