ସୁଖୀ ଜୀବନ ପାଇଁ ଶିବଙ୍କ ଠାରୁ ଶିଖନ୍ତୁ କେବଳ ଏହି ୪ ଟି ଜିନିଷ – କରନ୍ତୁ ଏହି ଉପାୟ, ଜୀବନରେ କେବେ ବି ଦେଖା ଦେବ ନାହିଁ ଦୁଃଖ

ମହାଶିବରାତ୍ରୀ ପର୍ବ ପୌରାଣିକ ମାନ୍ୟତା ଅନୁସାରେ ଏହି ଦିନଟି ଶିବଙ୍କୁ ଖୁସି କରିବାପାଇଁ ଅତି ଉତ୍ତମ ହୋଇଥାଏ । ସବୁ ଝିଅମାନେ ଭଲ ବର ପାଇବା ପାଇଁ ଭଗବାନଙ୍କ ଶିବ ବ୍ରତ କରିଥାନ୍ତି ।  ଦେଶର ସମସ୍ତ ବଡ ଛୋଟ ଶିବ ମନ୍ଦିର ମାନଙ୍କରେ ମହାଶିବରାତ୍ରି ଦିନ ଦିବ୍ୟ ଆୟୋଜନ କରାଯାଏ ।  ସମସ୍ତେ ନିଜ ଜୀବନରେ ସୁଖି ହେବାକୁ ଚାହୁଁଥାନ୍ତି  ଓ ସମସ୍ତେ ନିଜ ସୁଖି ଜୀବନ ପାଇଁ  ଶିବଙ୍କ ଠାରୁ ଏହି ୪ ଟି ଜିନିଷ ନିଶ୍ଚିତ ଶିଖିବା ଉଚିତ୍ ।

ଏମିତି ମାନ୍ୟତା ଅଛି କି ଏହି ଦିନରେ ଭଗବାନ ଶିବଙ୍କର ଆରଧନା କରିଲେ ଭକ୍ତଙ୍କ ଉପରେ ଶିବଙ୍କ ବିଶେଷ କୃପା ହୋଇଥାଏ ।

ମହାଶିବରାତ୍ରୀ ଦିନ ଭଗବାନ  ଶିବ ମାତା ପାର୍ବତୀଙ୍କ ସାଥିରେ ବିବାହ କରିଥିଲେ ସେଥିପାଇଁ ଏହି ଦିନ ବହୁତ ଲୋକ ବିବାହ କରିଥାନ୍ତି । ଯାହାର କାରଣରୁ ସେମାନଙ୍କ ବୈବାହିକ ଜୀବନ ସଫଳ ହୋଇଥାଏ । ଯଦି ବିବାହିତ ଯୋଡା ନିଜ ଜୀବନରେ ଖୁସିର ଜୀବନ କଟାଇବାକୁ ଚାହଁନ୍ତି, ତେବେ ଏହି ୪ ଟି କଥାକୁ ମନେ ରଖିବା ନିଶ୍ଚୟ ଆବଶ୍ୟକ ।

ଦୁଇଜଣଙ୍କର ସମାନ ଅଧିକାର :

ଭଗବାନ ଶିବ ଏକ ମାତ୍ର ଏପରି ଦେବତା ଅଟନ୍ତି ଯାହାଙ୍କୁ ଅର୍ଦ୍ଧ ନାରୀଶ୍ୱେର ବୋଲି କୁହାଯାଇଥାଏ । କାହିଁକି ନା ଅର୍ଦ୍ଧନାରୀଶ୍ୱର ଶବ୍ଦର ଅର୍ଥ ଏହା ଯେ ସେ ନିଜକୁ ନିଜ ପତ୍ନୀଙ୍କ ସହ ସମାନ ମନେ କରନ୍ତି ଓ ତାଙ୍କର ପ୍ରତିମା ଅଧା ପୁରୁଷ ଓ ଅଧା ନାରୀ ରୂପରେ ଦେଖିବାକୁ ମିଳେ । ଏହି ସ୍ୱରୁପରୁ ସେ ବିବାହିତ ଲୋକଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରନ୍ତି ଯେ ସ୍ୱାମୀ ଓ ସ୍ତ୍ରୀଙ୍କ ଶରିର ଅଲଗା ଅଲଗା ହୋଇଥିଲେ ମଧ୍ୟ ମନ ଏକା ହୋଇଥାଏ । ତେଣୁ ଭଗବାନଙ୍କ ଠାରୁ ଏହି କଥା ଶିଖିବା କି ନିଜ ନିଜ ଭିତରେ କାହାକୁ ବଡ ଛୋଟ ନ ଭାବି ସମାନ ଭାବିବା ଦରକାର ।

ପ୍ରେମ :

ଯେଉଁ ଲୋକମାନେ ନିଜ ବାହାଘର ସମୟରେ ବ୍ୟାଙ୍କ୍ ବାଲାନ୍ସ ଓ ସୁନ୍ଦରତାକୁ ବେଶୀ ପ୍ରାଧାନ୍ୟ ଦେଇଥାନ୍ତି ସେମାନଙ୍କ ପାଇଁ ଭଗବାନ ଶିବ ଓ ମାତା ପାର୍ବତିଙ୍କ ଯୋଡ ଏକ ଉଦାହରଣ ଅଟେ । ଭଷ୍ମଧାରୀ, ଗଳାରେ ଥିବା ସର୍ପର ମାଳା, ଶ୍ମଶାନରେ ବାସ କରୁଥିବା ଶିବଙ୍କୁ ପସନ୍ଦ କରିଥିଲେ ମାତା ପାର୍ବତୀ ।  ସେ ଲୋକଙ୍କୁ କହିଥିଲେ କି ଭଲ ଗୃହସ୍ତି ଜୀବନ ପାଇଁ  ଦୁହିଁଙ୍କ  ମଧ୍ୟରେ ସମର୍ପଣର ଭାବ ରହିବା ଜରୁରୀ ଅଟେ କିନ୍ତୁ ସୁନ୍ଦରତା କ୍ଷଣ ସ୍ଥାଇ ଅଟେ ଏବଂ ଏହା କେବଳ ମନର ଏକ ବିକାର ଅଟେ ।

ଦୁହେଁ ଦୁହିଁଙ୍କ ଉପରେ ବିଶ୍ବାସ ରଖିବା ଦରକାର :

ଭଗବାନ ଶିବ ମାତା ପାର୍ବତୀଙ୍କୁ ବହୁତ ଭଲ ପାଉଥିଲେ, ଏହି କଥା ତେବେ ଜଣା ପଡିଲା ଯେବେ ମା ପାର୍ବତି ଭଗବାନ ଶିବଙ୍କ ଠାରୁ ଅପମାନରେ ଦୁଃଖି ହୋଇକରି ସତି ହୋଇଯାଇଥିଲେ, ତେବେ ଭଗବାନ ରୁଦ୍ର ରୁପ ଧାରଣ କରି ଦୁନିଆଁକୁ ବିନାଶ କରିବା ଆରମ୍ଭ କରିଦେଲେ , କିନ୍ତୁ କିଛି ସମୟ ପରେ ଦେବତାଙ୍କ ବୁଝାଇବାପରେ ସେ ଶାନ୍ତ ହୋଇଥିଲେ । ସେଥିପାଇଁ ସବୁ ଝିଅ ଚାହିଁଥାନ୍ତି କି ତାହାର ଜୀବନସାଥୀ ତାକୁ ଭଲ ପାଉଥିବା, ଯତ୍ନ ନେଉଥିବା, ଓ ତା ଉପରେ ବିଶ୍ବାସ ରଖୁଥିବା ଲୋକ ହୋଇଥାଉ । ଏବଂ ଭୋଳା ବାବାଙ୍କ ଭଳି ତାଙ୍କ  ସବୁ କଥାକୁ ଶୁଣନ୍ତୁ ଏବଂ ମାନନ୍ତୁ ।

ଜଣେ ଭଲ ମୁଖିଆ :

ଯେଉଁ ପରି ପରିବାରରେ ମୁଖିଆ ଅଲଗା ଅଲଗା ବିଚାରର ହୋଇଥିବା ସତ୍ତ୍ୱେ ମଧ୍ୟ ନିଜ ପରିବାରକୁ ସାଥିରେ ନେଇକରି ଚଲାଇଥାଏ ସେମିତି ଶିବଜୀ ନିଜପରିବାରକୁ ସାଙ୍ଗରେ ନେଇକରି ଚାଲୁଥିଲେ , ଉଦାହରଣ ପାଇଁ ଭଗବାନଙ୍କ ଗଳାରେ ସାପର ମାଳା ଅଛି , ଯାହାକି ପୁତ୍ର ଗଣେଷଙ୍କ ବାହାନ ମୂଷା ଶତ୍ରୁ ବୋଲି ମାନିଥାନ୍ତି , ଏହାପରେ ମଧ୍ୟ କେବେ ତାଙ୍କ ମଧ୍ୟରେ କେବେ କେଉଁ କଳହ କିମ୍ବା ଲଢେଇ ହେଇଥିବାର ଦେଖାଯାଇନଥିଲା , ସେହି ପରି ମା ଗୌରିଙ୍କ ବାହାନ ସିଂହ ଓ ଭଗବାନଙ୍କ ବାହାନ ବଳଦ ହୋଇଥାଏ , ଓ ଦୁହେଁ ଏକା ସାଙ୍ଗେ ଶତ୍ରୁ ହୋଇଥିବା ସତ୍ତ୍ୱେ ସେମାନେ ଏକାଠି ରହିଥାନ୍ତି ।

Leave a Reply

Your email address will not be published. Required fields are marked *