୧୭ ମାର୍ଚ୍ଚ ରେ ମୀନ ରାଶି ରେ ହେବାକୁ ଯାଉଛି ଶୁକ୍ରଙ୍କ ଗୋଚର, ଜାଣନ୍ତୁ ଆପଣଙ୍କ ଜୀବନରେ ଏହାର କଣ ପଡିବ ପ୍ରଭାବ

ବନ୍ଧୁଗଣ, ଶୁକ୍ର ଗ୍ରହ ମାର୍ଚ୍ଚ ୧୭ ରେ ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଶୁକ୍ରଙ୍କର ଏହି ଗୋଚର ୧୭ ମାର୍ଚ୍ଚ ଦିବା ୨ ଘଟିକା ସମୟରେ ହେବାକୁ ଯାଉଛି । ସୁଖ ସମ୍ପତ୍ତି ର କାରକ ମାନାଯାଉଥିବା ଶୁକ୍ର ୧୦ ଏପ୍ରିଲ ପର୍ଯ୍ୟନ୍ତ ମୀନ ରାଶିରେ ରହିବେ । ଶୁକ୍ର ରାଶିର ପରିବର୍ତ୍ତନ ର ପ୍ରଭାବ ୧୨ ରାଶି ଉପରେ ପଡିବାକୁ ଯାଉଛି । କିଛି ରାଶି ର ଜାତକଙ୍କ ଭାଗ୍ୟ ଖୋଲିଯିବ, ଅପର ପାର୍ଶ୍ଵ ରେ କିଛି ଲୋକଙ୍କୁ ନାନା ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିବ । ବନ୍ଧୁଗଣ ଶୁକ୍ରଙ୍କର ମୀନ ରାଶି ରେ ପ୍ରବେଶ କରିବା ଦ୍ଵାରା ଆପଣ ମାନଙ୍କ ଜୀବନରେ ତାହାର କି ପ୍ରଭାବ ପଡିବାକୁ ଯାଉଛି ଆସନ୍ତୁ ତାହା ବିଷୟରେ ଜାଣିବା ।

୧- ମେଷ ରାଶି;- ଏହି ରାଶିର ଜାତକଙ୍କ ଜୀବନରେ ଶୁକ୍ରର ଗୋଚର ର ଶୁଭ ପରିଣାମ ଦେଖିବାକୁ ମିଳିବ । ଏହି ସମୟରେ ଆପଣ ପରିଶ୍ରମ କରିଲେ ଆପଣଙ୍କୁ ତାହାର ଶୁଭ ପରିଣାମ ଦେଖିବାକୁ ମିଳିବ । କିନ୍ତୁ ୧୭ ମାର୍ଚ୍ଚ ଏବଂ ୧୦ ଏପ୍ରିଲ ମଧ୍ୟରେ ଆପଣ ଭାବି ବିଚାରୀ ସମସ୍ତ ନିର୍ଣ୍ଣୟ ନେବା ଆବଶ୍ୟକ । ଆପଣଙ୍କ ଖର୍ଚ୍ଚ ରେ ବୃଦ୍ଧି ହୋଇ ପାରିବ ଏବଂ ଯାତ୍ରା କରିପାରନ୍ତି ।

୨- ବୃଷ ରାଶି;- ଏହି ରାଶିର ଲୋକଙ୍କୁ ଚାକିରିରେ ବହୁତ ସଫଳତା ହାସିଲ ହେବ । ଆୟ କରିବାର ବାଟ ଖୋଲିବ । ପରିବାର ଲୋକଙ୍କ ସହିତ ସମ୍ପର୍କ ଆହୁରି ନିବିଡ ହେବ । ଜୀବନ ସାଥିଙ୍କ ସହିତ ଭେଟ ହେବ । ବନ୍ଧୁଗଣ ମୋଟ ଉପରେ କହିବାକୁ ଗଲେ ଏହି ଗୋଚର ବୃଷ ରାଶି ପାଇଁ ଲାଭ ଦାୟକ ସାବ୍ୟସ୍ଥ ହେବ ।

୩- ମିଥୁନ ରାଶି;- ଏହି ରାଶିରେ ଯେଉଁ ବ୍ୟକ୍ତି ମାନଙ୍କ ବିବାହ ହୋଇନାହିଁ, ସେମାନଙ୍କ ବିବାହ ଖୁବ ଶୀଘ୍ର ହେବାର ସମ୍ଭାବନା ରହିଅଛି । ଚାକିରି ପାଇଁ ଏହି ସମୟ ଆପଣଙ୍କ ନିମନ୍ତେ ଲାଭ ଦାୟକ ସାବ୍ୟସ୍ଥ ହେବ । ଆପଣ ଚିନ୍ତା କରୁଥିବା କାର୍ଯ୍ୟ ପୂରଣ ହେବ । ଆପଣଙ୍କ ପରିବାରର ସହଯୋଗ ଆପଣଙ୍କୁ ମିଳିବ ଏବଂ ନୂଆ ଯାନବାହାନ କିଣିବାର ଯୋଗ ବନୁଅଛି ।

୪- କର୍କଟ ରାଶି;- ଏହି ରାଶିରେ ଶୁକ୍ରଙ୍କର ଶୁଭ ଅସର ପଡିବାକୁ ଯାଉଛି । ଯାତ୍ରା କରିବାର ଯୋଗ ବନୁଅଛି । ଆପଣଙ୍କ ଜୀବନ ସାଥି ସହିତ ସମସ୍ତ ମତଭେଦ ଦୂର ହୋଇଯିବ । ଆପଣଙ୍କୁ ଟିକିଏ ସତର୍କ ରହିବାକୁ ହେବ । ସ୍ୱାସ୍ଥ୍ୟ ପ୍ରତି ଆପଣଙ୍କୁ ସତର୍କ ରହିବାକୁ ହେବ । କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭାବି ବିଚାରୀ ତାହାକୁ ଆରମ୍ଭ କରନ୍ତୁ ।

୫- ସିଂହ ରାଶି;- ଏହି ରାଶିର ଲୋକେ ସତର୍କତାର ସହିତ ଅର୍ଥର ନିବେଶ କରନ୍ତୁ । କୌଣଷି ଭୁଲ ଜାଗାରେ ଅର୍ଥର ନିବେଶ କରନ୍ତୁ ନାହିଁ । କାହା ସହିତ ବିବାଦ ଅଥବା ଶତ୍ରୁତା କରନ୍ତୁ ନାହିଁ । ନିଜ ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ, ଜୀବନ ସାଥି ଙ୍କୁ ଆର୍ଥିକ ଲାଭ ମିଳିବାର ସମ୍ଭାବନା ଦେଖାଯାଉଛି ।

୬- କନ୍ୟା ରାଶି;- ବନ୍ଧୁଗଣ ଶୁକ୍ରଙ୍କର ମୀନ ରାଶିରେ ପ୍ରବେଶ କରିବା ଦ୍ଵାରା କନ୍ୟା ରାଶିର ବ୍ୟକ୍ତି ମାନଙ୍କର ପ୍ରେମ ଜୀବନ ଅଧିକ ଆନନ୍ଦମୟ ହୋଇଯିବ । ଜୀବନରେ ସୁଖ ଶାନ୍ତି ଉତ୍ତପନ୍ନ ହେବ । କନ୍ୟା ରାଶି ମାନଙ୍କୁ ନୂଆ ଅବସର ମଧ୍ୟ ପ୍ରାପ୍ତ ହେବ, ଏବଂ ଚାକିରି କ୍ଷେତ୍ରରେ ଅଧିକ ଉନ୍ନତି କରିବେ ।

୭- ତୁଳା ରାଶି;- ଏହି ରାଶିର ଲୋକ ମାନଙ୍କୁ ବହୁତ ସତର୍କତାର ସହିତ ଜୀବନ ଜାପନ କରିବାକୁ ହେବ । ନିଜ କ୍ରୋଧ କୁ ନିଜ ଆୟତ ରେ ରଖିବାକୁ ଚେଷ୍ଟା କରନ୍ତୁ । କାହା ସହିତ ବିବାଦ କରନ୍ତୁ ନାହିଁ । ପ୍ରେମ ଜୀବନରେ ଟିକିଏ ସମସ୍ଯା ଲାଗି ରହିବ । ଆପଣଙ୍କ ଆୟ ପାଇଁ ଏହି ସମୟଟି ଉତ୍ତମ ରହିବ ଏବଂ ଆୟ ରେ ବୃଦ୍ଧି ମଧ୍ୟ ହେବ ।

୮- ବିଛା ରାଶି;- ଶୁକ୍ର ଦେବ ଙ୍କ କୃପା ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ଲାଗି ରହିବ । ଏହି ରାଶିର ଲୋକଙ୍କୁ ଚାକିରିରେ ତରକି ମିଳିବ । ଆୟ ରେ ବୃଦ୍ଧି ହେବ । ପ୍ରେମ ଜୀବନରେ ସଫଳତା ମିଳିବ । ଆପଣଙ୍କର ବିବାହ ର ଯୋଗ ମଧ୍ୟ ବନୁଅଛି ।

୯- ଧନୁ ରାଶି;- ମୀନ ରାଶିରେ ଶୁକ୍ର ଙ୍କର ପ୍ରବେଶ କରିବା ଦ୍ଵାରା ଧନୁ ରାଶିରେ ମିଶ୍ରିତ ଅସର ଦେଖିବାକୁ ମିଳିବ । ଏହି ସମୟରେ ଆପଣଙ୍କୁ ଆର୍ଥିକ ହାନୀର ସାମ୍ନା କରିବାକୁ ପଡିବ । କିନ୍ତୁ ଆପଣଙ୍କ ଜୀବନରେ ଭୌତିକ ସୁଖର ବୃଦ୍ଧି ହେବ । ପରିବାରରେ ମତଭେଦ ମଧ୍ୟ ଉତ୍ତପନ୍ନ ହୋଇପାରିବ । ବହୁତ ଭାବି ବିଚାରୀ ସମସ୍ତ କାର୍ଯ୍ୟ କରନ୍ତୁ, କାହା ସହିତ ବିବାଦ କରନ୍ତୁ ନାହିଁ ।

୧୦- ମକର ରାଶି;- ଆପଣଙ୍କର ମାନ-ସନ୍ନମାନ ପଦ ରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆପଣଙ୍କ ଜୀବନ ସାଥି ସହିତ ସମ୍ବନ୍ଧ ଆନନ୍ଦମୟ ତଥା ସୁଖମୟ ହେବ । ଆପଣ ଯାହା ଭାବୁଛନ୍ତି ସେ ସମସ୍ତ କାର୍ଯ୍ୟରେ ଆପଣ ସଫଳ ହେବେ, ତଥା ଆପଣ ଯେପରି ଚାହୁଁଛନ୍ତି ସେହିପରି ହେବ । ଏହି ସମୟଟି ଆପଣଙ୍କ ପାଇଁ ବହୁତ ଶୁଭ ରହିବ ।

୧୧- କୁମ୍ଭ ରାଶି;- କୁମ୍ଭ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ସମୟ ବହୁତ ଲାଭଦାୟକ ସାବ୍ୟସ୍ଥ ହେବ । ଏହି ରାଶିର ବ୍ୟକ୍ତି ମାନଙ୍କୁ ଅଚାନକ ଧନଲାଭ ହେବ । ଏବଂ ଆପଣଙ୍କ ଆର୍ଥିକ ସ୍ଥିତି ପ୍ରଥମ ଠାରୁ ବହୁତ ଭଲ ରହିବ । ଏହି ରାଶିର ଲୋକେ କ୍ରୋଧ ଏବଂ ବାଣୀ ଉପରେ ଶୟମ ରଖନ୍ତୁ । ଆପଣ ମାନେ ନିଜ ଜୀବନସାଥିଙ୍କ ସହିତ ପ୍ରେମରେ ରୁହନ୍ତୁ ଏବଂ ନିଜ ମଧ୍ୟରେ ଝଗଡା କରିବା ଠାରୁ ଦୂରରେ ରୁହନ୍ତୁ ।

୧୨- ମୀନ ରାଶି;- ବନ୍ଧୁଗଣ ଏହି ରାଶିରେ ଶୁକ୍ର ଗ୍ରହଙ୍କର ଗୋଚର ହେଉଛି । ମୀନ ରାଶିର ବ୍ୟକ୍ତି ମାନଙ୍କୁ କାର୍ଯ୍ୟରେ ତରକି ମିଳିବ । ଚାକିରି ନୂଆ ଜାଗାରେ ଲାଗିବାର ସମ୍ଭାବନା ଦେଖାଯାଉଛି । ଆପଣଙ୍କ ପରିବାର ସହିତ ଆପଣଙ୍କର ସମ୍ପର୍କ ଆହୁରି ନିବିଡ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *