ସିଝା ଅଣ୍ଡା ଖାଇବାକୁ ଭଲ ପାଉଥିଲେ ଏହି ଖବର ନିଶ୍ଚୟ ପଢନ୍ତୁ ! ଖାଇବା ପୂର୍ବରୁ ଧ୍ୟାନ ଦିଅନ୍ତୁ ଏହି ସବୁ ଦିଗ ଉପରେ – ନଚେତ୍ ଯାଇପାରେ ଜୀବନ ।

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ । ଆପଣ ମାନେ ତ ଜାଣିଥିବେ କିଛି ଲୋକଙ୍କୁ ସିଝା ଅଣ୍ଡା ଖାଇବାକୁ ଭଲ ଲାଗିଥାଏ । ଅଣ୍ଡା ଖାଇବା କିଛି ଲୋକଙ୍କ ଦୂର୍ବଳତା ଥାଏ । କିନ୍ତୁ ଏଥିରେ ସ୍ୱାସ୍ଥ୍ୟକୁ ଲାଭ ମିଳୁଛି କି କ୍ଷତି ତାହା ମଧ୍ୟ ଜାଣିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ଆଜି ଆମେ ସିଝାଅଣ୍ଡା ଦେହ ପ୍ରତି କ୍ଷତିକାରକ କି ଲାଭଦାୟକ ଜାଣିବା ।

୧ . ସର୍ବପ୍ରଥମେ ଆପଣଙ୍କୁ କହିରଖୁଛୁ ଅଣ୍ଡା ଖାଇବା ପୂର୍ବରୁ ଏହା ଖରାପ କି ନୁହଁ ଭଲଭାବରେ ପରଖି ଖାଆନ୍ତୁ ନଚେତ୍ ମୁଣ୍ଡବ୍ୟଥା, ପେଟବ୍ୟଥା, ଡାଇରିଆ, ଜ୍ୱର ଭଳି ଅନେକ ସାଘାଂତିକ ରୋଗ ଦେଖାଯାଇପାରେ ।

୨ . ଖାଦ୍ୟ ଲୋଭରେ ଅଧିକ ଅଣ୍ଡା ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିପାରେ । ସେଥିପାଇଁ ଗୋଟିଏ ଦିନରେ ୧ କିମ୍ବା ୨ ଟି ଅଣ୍ଡା ଖାଆନ୍ତୁ । ନଚେତ ଅଣ୍ଡା ଖାଇବା ଲାଭ ବଦଳରେ ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।

୩ . ଅଣ୍ଡାର ହଳଦିଆ ଅଂଶରେ କ୍ୟାଲସିୟମ୍ ,ଆଇରନ୍ ,ଜିନ୍ , ଫସପରସ୍ ,ଭିଟାମିନ୍ ବି-୬, ଭିଟାମିନ୍ ବି-୧୨ ଏବଂ ପେଥୋନିକ୍ ଏସିଡ୍ ରହିଥାଏ । ଯଦି ଆପଣଙ୍କୁ ହୃଦଜନିତ ରୋଗ,ସୁଗାର୍ କିମ୍ବା ଉକ୍ତ ରକ୍ତଚାପ ଭଳି ସମସ୍ୟା ରହିଛି ତେବେ ଏହି ହଳଦିଆ ଅଂଶକୁ ଖାଆନ୍ତୁ ନାହିଁ । ଅଣ୍ଡା ଭାଜିବା ସମୟରେ କମ୍ ତେଲର ପ୍ରୟୋଗ କରନ୍ତୁ ଏବଂ ଦରସିଝା ଅଣ୍ଡା ଖାଇବା ଭୁଲ୍ କରନ୍ତୁ ନାହିଁ । ଏହାଦ୍ୱାରା ଫୁଡ୍ ପଏଜନିଂର ବିପଦ ଥାଏ ।

୪ . ତେବେ ଅଣ୍ଡା କେବଳ ଘାତକ ନୁହଁ ସ୍ୱାସ୍ଥ୍ୟ ପାଇଁ ହିତକାରକ ମଧ୍ୟ ହୋଇଥାଏ । ଛୋଟପିଲାଙ୍କ ମସ୍ତିଷ୍କ ବିକଶିତ ହେବାରେ ଏହା ସାହାଯ୍ୟ କରେ । ଗର୍ଭବତୀ ମହିଳାଙ୍କ ମାଂସପେଶୀ ପାଇଁ ଅଣ୍ଡା ଖାଇବା ନିହାତି ଆବଶ୍ୟକ । ସ୍ତନ କର୍କଟକୁ ଦୂରେଇବାରେ ଅଣ୍ଡା ଲାଭଦାୟକ ହୋଇଥାଏ । କିନ୍ତୁ ମନେରଖନ୍ତୁ ଦିନରେ ଗୋଟିଏ ରୁ ଦୁଇଟି ହିଁ ଅଣ୍ଡା ଖାଇବାକୁ ଚେଷ୍ଟା କରନ୍ତୁ ଅଧିକ ଅଣ୍ଡାର ସେବନ ସ୍ୱାସ୍ଥ୍ୟ ପାଇଁ ଓଲଟା ପ୍ରଭାବ ପକାଇଥାଏ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *