ଆସନ୍ତା ୬ତାରିଖରେ ହେବ ନୂତନ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଏହି ସବୁ ରାଶିର ବଦଳିଯିବ ଭାଗ୍ୟ, ଜାଣନ୍ତୁ କାହା ଉପରେ କଣ ପଡିବ ପ୍ରଭାବ

ନୂତନ ବର୍ଷର ନୂଆ ସୂର୍ଯ୍ୟପରାଗ । ନୂଆବର୍ଷ ୨୦୧୯ରେ ତିନି ଥର ସୂର୍ଯ୍ୟପରାଗ ଓ ଦୁଇ ଥର ଚନ୍ଦ୍ର ଗ୍ରହଣ ହେବ ।ଏହି ସୂର‌୍ୟ୍ୟପରାଗ ଜାନୁୟାରୀ ୬ତାରିଖରେ ଦେଖିବାକୁ ମିଳିବ । ଭାରତୀୟ ସମୟ ଅନୁସାରେ ଏହା ସକାଳ ୫ଟା ବାଜି ୦୪ ମିନିଟରେ ଆରମ୍ଭ ହେବ ଏବଂ ସକାଳ ୯ଟା ବାଜି ୧୮ ମିନିଟରେ ଛାଡିବ । ଦ୍ବିତୀୟ ସୂର୍ଯ୍ୟପରାଗ ଜୁଲାଇ ୨ରୁ ୩ ମଧ୍ୟରେ ପଡିବ । ହେଲେ ଏହି ଦୁଇଟି ସୂର୍ଯ୍ୟପରାଗ ଭାରତରେ ଦେଖା ଦେବ ନାହିଁ ।

ତୃତୀୟ ସୂର୍ଯ୍ୟପରାଗ ଡିସେମ୍ବର ୨୬ରେ ହେବ, ଯାହା ଭାରତରେ ଦେଖା ଦେବ । ସେହିପରି ଜାନୁୟାରୀ ୨୧ ତାରିଖରେ ନୂଆବର୍ଷରେ ପ୍ରଥମ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବ । ଦ୍ଵିତୀୟ ଚନ୍ଦ୍ର ଗ୍ରହଣ ଜୁଲାଇ ୧୬ ଏବଂ ୧୭ ମଧ୍ୟାନ୍ତର ହେବ । ଏହା ଭାରତରେ ଦେଖାଦେବ।

ରବିବାର ଆଂଶିକ ସୂର୍ଯ୍ୟପରାଗ ଅନୁଷ୍ଠିତ ହେବ । ତେବେ ଏହା ଭାରତରେ ଦୃଶ୍ୟମାନ ହେବନି । ଏହା ଉତ୍ତର-ପୂର୍ବ ଏସିଆ, ଜାପା, କୋରିଆ, ମଙ୍ଗୋଲିଆ, ତାଇୱାନ, ଋଷ ଓ ଚୀନରେ ସହିତ ଆମେରିକାରେ ଦୃଶ୍ୟମାନ ହେବ ।

ଜାଣିବା ରାଶି ଉପରେ ପ୍ରଭାବ

ମେଷ: ସୂର୍ଯ୍ୟପରାଗ ପ୍ରଭାବରେ ମେଷ ରାଶିର ଲୋକମାନଙ୍କ ଚାକିରି ଓ ବ୍ୟବସାୟୀରେ ସଫଳତା ମିଳିବ। ଏହା ସହିତ ବ୍ୟବସାୟରେ ବଡ଼ ଧରଣର ଲାଭ ମଧ୍ୟ ହେବ।

ବୃଷ: ସୂର୍ଯ୍ୟପରାଗ ପ୍ରଭାବରେ ବୃଷ ରାଶିର ବ୍ୟକ୍ତିଙ୍କ ଉପରେ ପଡ଼ିବ ନାହିଁ। ଆପଣଙ୍କୁ ହଠାତ୍ ଲାଭ ମିଳିପାରେ। ଆଖପାଖରେ ରହୁଥିବା ବ୍ୟକ୍ତିଙ୍କ ପାଖରୁ ସହଯୋଗ ପାଇବେ।

ମିଥୁନ: ସୂର୍ଯ୍ୟପରାଗ ପ୍ରଭାବରେ ମିଥୁନ ରାଶିର ବ୍ୟକ୍ତି ସାବଧାନ ରହିବା ଆବଶ୍ୟକ। ଖାସ କରି ଏହି ରାଶିର ବ୍ୟକ୍ତିଙ୍କ ଉପରେ ଅଶୁଭ ପ୍ରଭାବ ପଡ଼ିବ। ଫଳରେ ଧନହନୀର ସମ୍ଭାବନା ରହିଛି।

କର୍କଟ: ସୂର୍ଯ୍ୟପରାଗ ପ୍ରଭାବରେ କର୍କଟ ରାଶିର ବ୍ୟକ୍ତିଙ୍କ ଉପରେ କୌଣସି ଖରାପ ପ୍ରଭାବ ପଡ଼ିବ। ଗାଡ଼ି ଚଲାଇବା ବେଳେ ସାମଧାନ ରହିବେ। ଜରୁରୀ କାର୍ଯ୍ୟ ଥିଲେ ଭାବିଚିନ୍ତି କରନ୍ତୁ, କାରଣ ତରତର ହୋଇ କୌଣସି ନିଷ୍ପତ୍ତି ନାହିଁ।

ସିଂହ: ସୂର୍ଯ୍ୟପରାଗ ପ୍ରଭାବରେ ସିଂହ ରାଶି ଲୋକଙ୍କ ପାଇଁ ଧନହାନୀର ସମ୍ଭାବନା ରହିଛି। ଫଳରେ ଚିନ୍ତା ଓ ଖର୍ଚ୍ଚ ବଢ଼ିପାରେ। ଘରେ ଅଯଥା ବିବାଦ ଦେଖାଦେଇପାରେ ।

କନ୍ୟା: ସୂର୍ଯ୍ୟପରାଗ ପ୍ରଭାବରେ କନ୍ୟା ରାଶି ବ୍ୟକ୍ତିଙ୍କ ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। ସାହସ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ଆଖପାଖକୁ ଯାତ୍ରା କରି ପାରନ୍ତି।

ତୁଳା: ସୂର୍ଯ୍ୟପରାଗ ପ୍ରଭାବରେ ତୁଳା ରାଶିର ବ୍ୟକ୍ତିଙ୍କୁ ସଫଳତା ମିଳିବ। ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ । ପରିବାରରେ ସମସ୍ୟା ବଢ଼ିପାରେ। କୌଣସି କଥାକୁ ନେଇ ମନରେ ଡର ବଢିବ।

ବିଚ୍ଛା: ସୂର୍ଯ୍ୟପରାଗ ପ୍ରଭାବରେ ବିଚ୍ଛା ରାଶିର ବ୍ୟକ୍ତି ସମସ୍ୟାରେ ପଡିପାରନ୍ତି । କାମକାର୍ଯ୍ୟରେ ପ୍ରତିବନ୍ଧକ ଆସିବାର ସମ୍ଭାବନା ଅଛି । ଅଯଥା ବିବାଦରେ ଫସି ଯାଇ ପାରନ୍ତି । ଭାଗ୍ୟ ଉପରେ ଭରଷା କରି ରୁହନ୍ତୁ ନାହିଁ।

ଧନୁ: ସୂର୍ଯ୍ୟପରାଗ ପ୍ରଭାବରେ କାମକାର୍ଯ୍ୟରେ ଆପଣଙ୍କୁ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ। ଖର୍ଚ୍ଚ ବଢ଼ିବ । ଅପରାଧିକ କାର୍ଯ୍ୟରେ ଫସି ଯାଇପାରନ୍ତି, ଅଥବା ସମସ୍ୟା ବଢ଼ିପାରେ।

ମକର: ସୂର୍ଯ୍ୟପରାଗ ପ୍ରଭାବରେ ଆପଣଙ୍କ ଦୈଦନ୍ଦିନ କାର୍ଯ୍ୟ ଓ ଦାମ୍ପତ୍ୟ ଜୀବନ ଉପରେ ପ୍ରଭାବ ପଡିବ। ଚାକିରି ଓ ବ୍ୟବସାୟୀରେ ପ୍ରତିବନ୍ଧକ ଦେଖାଦେଇପାରେ । ଧନହାନୀର ଯୋଗ ମଧ୍ୟ ରହିଛି। ଜୀବନସାଥୀଙ୍କ ସହ ସମ୍ପର୍କରେ ଦୂରତା ଆସିପାରେ।

କୁମ୍ଭ: ସୂର୍ଯ୍ୟପରାଗ ପ୍ରଭାବରେ ଆପଣଙ୍କ ସ୍ୱାସ୍ଥ୍ୟ ଓ ଅର୍ଥ ଉପରେ ସମସ୍ୟା ଆସିପାରେ। ସମ୍ମାନ ଓ ମାନହାନୀର ମଧ୍ୟ ଯୋଗ ରହିଛି । ସ୍ୱାସ୍ଥ୍ୟକୁ ନେଇ ସତର୍କ ରହିବାକୁ ପଡ଼ିବ।

ମୀନ: ସୂର୍ଯ୍ୟପରାଗ ପ୍ରଭାବରେ ମୀନ ରାଶିର ବ୍ୟକ୍ତିଙ୍କ ଖର୍ଚ୍ଚ ବଢ଼ିବା ସହ କ୍ଷତି ହେବ। ଚାକିରି ଓ ବ୍ୟବସାୟରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। କୌଣସି କାର୍ଯ୍ୟକୁ ଅଧାରୁ ଛାଡ଼ନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *