ଶିକ୍ଷକଙ୍କୁ ପ୍ରେମ କରି ଚାଲିଗଲା ଜୀବନ, ଝିଅଟି କହିଲା…

ଭଲପାଇ,କଥାଦେଇ ଓ ପରେ ପ୍ରତାରଣା କରିଥିବାରୁ କଲେଜ ପଢୁଆ ଝିଅଟିର ଜୀବନ ଚାଲିଗଲା । ଏହିଭଳି ଅଭିଯୋଗ ଆଣିଛନ୍ତି ମୃତ ଯୁବତୀଙ୍କ ପରିବାର ଲୋକ । କହିବା ଅନୁଯାଇ ନିଜ ଗାଁର ଜଣେ ଯୁବତୀଙ୍କ ପ୍ରେମରେ ପଡିଥିଲେ ସେ ପେଷାରେ ଶିକ୍ଷକ ଥିଲେ । ପୂର୍ବବର୍ଷ ଫେବୃଆରି ମାସରେ ବଲାଙ୍ଗୀରି ଜିଲାର ମୁରିବାହଲ ଥାନା ଅନ୍ତର୍ଗତ  ଅସୁରମୁଣ୍ଡା ଗ୍ରାମର ଛାତ୍ରୀ ଛିନେ ଗହିରଙ୍କୁ ଗଣେଶ ସାମଲ ଅପହରଣ କରିନେଇ ତା ସହିତ ଦୁଷ୍କର୍ମ କରିଥିଲେ ଓ ପରେ ଦୁଇଜଣଙ୍କ ଭିତରେ ବୁଝାମଣା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ସେଇ ଝିଅଟିକୁ ବିବାହ କରିବାର କଥା ଦେଇ ପରେ ଅନେକ ସମୟରେ ଶାରୀରିକ ସମ୍ପର୍କ ରଖିଥିଲା । ତା ପରେ ସେ ବାହାହେବାକୁ ମନା କରିଦେବାରୁ ଝିଅଟି ତାର ଘର ଲୋକଙ୍କୁ କହିଥିଲା ।

Image Courtesy: Google

ପୀଡ଼ିତାର ବାପା ଏହିକଥାକୁ ନେଇ ମୁରିବାହଲ ଥାନାରେ ଅଭିଯୋଗ କରିଥିଲେ । ତାପରେ ଗଣେଶ ପ୍ରତିଶୋଧ ନେଣକୁ ଯାଇ ଝିଅଟିର ଅଶ୍ଳୀଳ ଫୋଟ ଓ ଭିଡିଓ ଭାଇରାଲ କରିଥିଲା । ଗଣେଶ କିଛି ଦିନ ପରେ ଆଉ ଗୋଟେ ଝିଅକୁ ବିବାହ କରିଥିଲା ଯେତେବେଳେ ଛିନେ ଗହରି ଏହି କଥାକୁ ବିରୋଧ କରି ଫୋନ୍ରେ ଝଗଡା କରିଥିଲେ । ଏହି କାରଣ ଲାଗି ଗତ କାଲି ବିସ ପିଇ ଆତ୍ମହତ୍ୟା କରିଛନ୍ତି ।

Image Courtesy: Google

ତାକୁ ବହୁତ ସିରିୟସ ଅବସ୍ଥାରେ ଉଧାର କରି ଟିଟିଲାଗଡ ଡାକ୍ତର ଖାନାକୁ  ନେଇଥିଲେ । ସେଥି ତାଙ୍କର ମୃତ୍ୟୁ ହୋଇଥିଲା । ଯୁବତୀଙ୍କ ମା ଗଣେଶଙ୍କ ନାମରେ ମୁରିବାହାଲ ଥାନାରେ ଅଭିଯୋଗ କରିଛନ୍ତି । ଗାଁରେ ଯୁବତୀଙ୍କ ମୃତଦେହ ପହଞ୍ଚିବା ପରେ ଉତେଜନା ସୃଷ୍ଟି ହେବା ସହିତ ଗ୍ରାମବାସୀମାନେ ମୃତଦେହକୁ ଧରି ଶିକ୍ଷକକୁ ଗିରଫ ଦାବିରେ ରାୟପୁର -ଗୋପାଳପୁର ୫୯ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ।

Image Courtesy: Google

ଅଧିକ ସମୟଧରି ରାସ୍ତା ଅବରୋଧ କରିବା ପରେ କଣ୍ଟାବାଞ୍ଜି ଏସଡିପିଓ ସରୋଜ ମହାପାତ୍ର ଲୋକଙ୍କୁ ବୁଝାମଣା କରି ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହାପରେ ରାସ୍ତା ଅବରୋଧ ହଟି ଥିଲା, ଜିଲା ପ୍ରଶାସନ ତରଫରୁ ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିବାର ସୂଚନା ମିଳିଥିଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *