ଶିଶୁକୁ ଗର୍ଭରେ କଣ କଣ କଷ୍ଟ ସହିବାକୁ ପଡେ- Garbha Geeta Rahasya

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ପିତା ଥାଉ ଥାଉ ପୁତ୍ରର ମୃତ୍ୟୁ କଣ ପାଇଁ ହୁଏ ଓ କାହାର ସ୍ତ୍ରୀ ଯୁବାବସ୍ଥାରେ କଣ ପାଇଁ ମୃତ୍ୟୁବରଣ କରିଥାଏ ଏବଂ ଶିଶୁ ଗର୍ଭରେ କଣ ପାଇଁ କଷ୍ଟ ପାଇଥାଏ ସେହି ବିଷୟରେ କହିବାକୁ ଯାଉଛି । ତେବେ ଗର୍ଭ ଗୀତାରେ ଏହା ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି । ଗର୍ଭ ଗୀତା ଅନୁଯାୟୀ ଅର୍ଜୁନ ଭଗବାନ ବିଶୁଣୁଙ୍କୁ ପଚାରିଥିଲେ ହେ ଭଗବାନ ପ୍ରାଣୀ ନିଜ ମା ର ଗର୍ଭରେ କେଉଁ କାରଣ ପାଇଁ ଆସିଥାଏ । ପ୍ରାଣୀ ଜନ୍ମ ପୂର୍ବରୁ କଷ୍ଟ ପାଏ ଓ ଜନ୍ମ ସମୟରେ ବି ଅସହନୀୟ କଷ୍ଟ ପାଇଥାଏ କାହିଁକି ?

ଏହା ପରେ ବି ରୋଗ ପୀଡାରେ ପଡି ପ୍ରାଣୀ ମୃତ୍ୟୁବରଣ କରିଥାଏ । ଏହା ପରେ ଭଗବାନ ବିଶୁଣୁ ଉତ୍ତର ଦେଇଥିଲେ ଜନ୍ମ ଓ ମୃତ୍ୟୁର ଚକ୍ର ସବୁ ପ୍ରାଣୀର ନିୟତି ଅଟେ । ଯେଉଁ ପ୍ରାଣୀ ସଂସାରର ତୁଚ୍ଛ ବସ୍ତୁର ଇଚ୍ଛା ରଖେ ବା ଯେଉଁ ପ୍ରାଣିର ଧନ ସମ୍ପତି ପାଇବାକୁ ଆଶା ରଖି ଭଗବାନଙ୍କ ଭକ୍ତିରୁ ଦୂରେଇ ରୁହନ୍ତି ସେମାନେ ବାରମ୍ବାର ଯୋନିରେ ଜନ୍ମ ନେଇ କଷ୍ଟ ପାଇଥାନ୍ତି । ଭଗବାନ ବିଶୁଣୁଙ୍କ ଠାରୁ ଏହା ଶୁଣିବା ପରେ ଅର୍ଜୁନ ପଚାରିଲେ ଭଗବାନ ମଣିଷ ୪ଟି ଜିନିଷରେ ବନ୍ଧା ହୋଇ ରହିଛି ଯଥା କାମ, କ୍ରୋଧ, ମୋହ, ଅହଂକାର ଯାହା ମଧ୍ୟରେ ଅହଙ୍କାର ପ୍ରାଣୀକୁ ନର୍କକୁ ନେଇଯାଏ ।

ଭଗବାନ ବିଶୁଣୁ ଉତ୍ତର ଦେଲେ ମନକୁ ବସ କରିବା ପାଇଁ ଜ୍ଞାନ ରୂପୀ ଅଙ୍କୁର ପ୍ରୟୋଗ ଅଟେ । ଭକ୍ତି ଓ ଜ୍ଞାନ ଅଭ୍ଯାସ କରି ପ୍ରାପ୍ତ ହୋଇଥାଏ । ଏହା ପରେ ଅର୍ଜୁନ ପୁଣି ପ୍ରଶ୍ନ ପଚାରିଥିଲେ କିଛି ପ୍ରାଣୀ ସଂସାର ଛାଡୁ ଆପଣଙ୍କର ଧ୍ୟାନ ରଖିଥାନ୍ତି ତ ଆଉ କିଛି ସନ୍ୟାସୀ ହୋଇ ଜାଗା ଜାଗା ବୁଲିଥାନ୍ତି ତେବେ ହେ ପ୍ରଭୁ କେମିତି ଜଣାପଡିବ ଆପଣଙ୍କର ଭକ୍ତି କେଉଁଠି ଓ କେମିତି ମିଳିବ ? ଉତ୍ତରରେ ଭଗବାନ ବିଶୁଣୁ କହିଲେ ଯେଉଁ ପ୍ରାଣୀ ମୋତେ ଖୋଜିବାକୁ ଜଙ୍ଗଲରେ ବୁଲିଥାନ୍ତି ସେମାନଙ୍କୁ ସନ୍ୟାସୀ କୁହାଯାଏ ।

ଭଗବାନ ବିଶୁଣୁ ଆଗକୁ କହିଲେ ଯେଉଁ ବ୍ୟକ୍ତି ଧାର କରଜ କରି ସୁଝିପାରେ ନାହି ତାର ସ୍ତ୍ରୀ ର ମୃତ୍ୟୁ ହୋଇଥାଏ । ଆଉ ଯିଏ କାହାର ଜିନିଷକୁ ନ ଫେରାଇଥାଏ ତାର ମୃତ୍ୟୁବରଣ କରିଥାଏ । ପୁଣି ଅର୍ଜୁନ ଭଗବାନ ବିଶୁଣୁଙ୍କୁ ପ୍ରାଣ କରିଲେ ଆପଣ ସଂସାରରେ କାହାକୁ ସୁନ୍ଦର ତ ଆଉ କାହାକୁ ଅସୁନ୍ଦର ଗଢିଛନ୍ତି କାହାକୁ ଧନବାନ ତ ଆଉ କାହାକୁ ନିର୍ଧନ କରିଛନ୍ତି । ଉତ୍ତରରେ ଭଗବାନ ବିଶୁଣୁ କହିଲେ ଯେଉଁ ପ୍ରାଣୀ ଅର୍ଣ୍ଣ ଦାନ କରନ୍ତି ସେମାନଙ୍କର ସ୍ୱରୂପ ସୁନ୍ଦର ଅଟେ । ଯେଉଁ ମାନେ ବିଦ୍ୟା ଦାନ କରନ୍ତି ସେମାନେ ବିଦ୍ଵାନ ଅଟନ୍ତି ।

ଅର୍ଜୁନ କହିଲେ ସଂସାରରେ ଯେଉଁ ମାନେ ଧନୀ ସେମାନେ କେଉଁ ପୂଣ୍ୟ କାମ କରିଛନ୍ତି ? ଉତ୍ତରରେ ଭଗବାନ କହିଲେ ଯେ ଉତ୍ତମ ରୀତିରେ ସ୍ଵର୍ଣ୍ଣ ଦାନ କରେ ସେ ଧନଧାନ୍ୟ ପ୍ରାପ୍ତ କରେ । ଶେଷରେ ଭଗବାନ କହିଲେ ହେ ଅର୍ଜୁନ ଯିଏ ତୁମର ସଂବାଦକୁ ପଢିବ ଆଉ ଶୁଣାଇବ ସେ ଗର୍ଭର ଦୁଖରୁ ବଞ୍ଚିତ ହେବ ସହ ୪୪ ଯୋନି ଚକ୍ରରୁ ବଞ୍ଚିତ ହୋଇପାରିବ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *