ଶୀତ ଦିନରେ କେମିତି ନେବେ Skinର କେୟାର ? ନିଶ୍ଚୟ ଲଗାନ୍ତୁ 4ଟି ଜିନିଷ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଥଣ୍ଡା ମୌସମ ରେ ଆମ ସ୍କିନ ବହୁତ ଶୁଖିଲା ଓ କଳା ହୋଇଯାଏ । ତେଣୁ ଆମକୁ ଆମ ସ୍କିନ ର ଅଧିକ କେୟାର ନେବାକୁ ପଡିଥାଏ ଶୀତ ଦିନେ । କହି ରଖୁଛୁ କି ରାତି ସମୟରେ ଆମ ସ୍କିନରେ କିଛି ନୂଆ ସେଲ୍ସ ବନିଥାଏ । ତେଣୁ ରାତିରେ ଶୋଇବା ଅପୂର୍ବରୁ ମୁହଁ ରେ ମଶ୍ଚୁରାଇଜର ଲଗାଇବା ନିହାତି ଜରୁରି । ଏହା ବିଲକୁଲ ଜରୁରୀ ନୁହେଁ କି ଆପଣ ନିଜର ସ୍କିନ ପାଇଁ କେମିକାଲ ଯୁକ୍ତ ପ୍ରଡ଼କ୍ଟ ପ୍ରୟୋଗ କରିପାରିବେ । ଯଦି ଆପଣ ସୁନ୍ଦର ଦେଖାଯିବାକୁ ଚାହୁଁଛନ୍ତି ତେବେ ରାତିରେ ଶୋଇବା ପୂର୍ବରୁ ମୁହଁରେ ବ୍ୟବହାର କରନ୍ତୁ ଏହି ସବୁ ଜିନିଷ ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ଆମେ ଯେଉଁ ଖାସ ଜିନିଷ ବିଷୟରେ କହିବାକୁ ଯାଉଛୁ ତାହା ଶୀତ ଦିନରେ ସ୍କିନ ପାଇଁ ଲାଭଦାୟକ ହୋଇଥାଏ । ଶୀତ ଦିନରେ ସ୍କିନରେ ଲୋଶନ ଲଗାଇଲେ ତ୍ଵଚା ବହୁତ କୋମଳ ହୋଇଥାଏ । ତେବେ ସେହି ସବୁ ଜିନିଷ ଗୁଡିକ ହେଉଛି-

୧- ନଡିଆ ତେଲ ର ପ୍ରୟୋଗ : ଆମ ମାନଙ୍କ ମଧ୍ୟ ରୁ କିଛି ନିଜ କେଶ ପାଇଁ ନଡିଆ ତେଲର ବ୍ୟବହାର କରିଥାଉ । ନଡିଆ ତେଲ ଖାଲି କେଶ ପାଇଁ ନୁହେଁ ବରଂ ସ୍କିନ ମଧ୍ୟ ପାଇଁ ଲାଭଦାୟକ ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ନିଜ ସ୍କିନରେ ନଡିଆ ତେଲ ନିୟମିତ ଭାବେ ଲଗାନ୍ତୁ । ଏହା ସ୍କିନ ସଫ୍ଟ ହେବା ସହ ଚେହରା ରେ ନଡିଆ ତେଲ ଲଗାଇଲେ ଦାଗ ଦୂର ହୋଇଥାଏ ।

୨- ଗୋଲାପ ଜଳ ଓ ଗ୍ଲିସିରିନ ର ପ୍ରାୟିୟଗ : ଏହି ୨ଟି ଜିନିଷ ଆମ ସୁନ୍ଦରତା କୁ ବୃଦ୍ଧି କରାଇବାରେ ବହୁତ ଲାଭଦାୟକ ଅଇଥାଏ । ଏହି ୨ଟି ଜିନିଷର ସମାନ ପରିମାଣରେ ନେଇ ରାତିରେ ଶୋଇବା ପୂର୍ବରୁ ନିଜ ସ୍କିନ ରେ ଲାଗନ୍ତୁ । ଏହି ମିଶ୍ରଣର ନିୟମିତ ପ୍ରୟୋଗ କରିଲେ ସ୍କିନ ସଫ୍ଟ ରହିଥାଏ ଶୀତ ଦିନରେ ।

୩- କ୍ଷୀର ଓ ଗୋଲାପ ଜଳର ପ୍ରୟୋଗ : ଏହି ୨ଟି ଜିନିଷର ମିଶ୍ରଣ ଶୀତ ଦିନରେ ଆମ ସ୍କିନ ପାଇଁ ବହୁତ ଫାଇଦା ଦେଇଥାଏ । ଏହାର ପ୍ରୟୋଗ ପାଇଁ ୩ ଚାମଚ କ୍ଷୀର ଓ ୨ ଚାମଚ ଗୋଲାପ ଜଳ ମିଶାଇ ସ୍କିନରେ ପେଷ୍ଟ ଭାବେ କଟନ ତୁଳା ସାହାଯ୍ୟରେ ଲଗାନ୍ତୁ । ଏହା ଦ୍ଵାରା ସ୍କିନରେ ଥିବା ମଇଳା ଦୂର ହୋଇଥାଏ ।

୪- ମହୁ ର ପ୍ରୟୋଗ ; ଅନେକ ଲୋକ ଡ୍ରାଏ ସ୍କିନ ପାଇଁ ବହୁତ ଚିନ୍ତା ରେ ରହିଥାନ୍ତି । ଶୀତ ଦିନରେ ଏହି ସମସ୍ଯା ଅଧିକ ବଢି ଯାଇଥାଏ । ଏହି କ୍ଷେତ୍ରରେ ମହୁ ର ପ୍ରୟୋଗ ସ୍କିନରେ କରି ପାରିବେ । ୧୦ ରୁ ୧୫ ମିନିଟ ଯାଏଁ ଚେହେରା ରେ ମହୁ ଲଗାଇ ରଖିବା ପରେ ପାଣିରେ ଧୋଇ ଦିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *