ଶୋଇବା ବେଳେ ତକିଆ ତଳେ ରଖି ଦିଅନ୍ତୁ ଏହି ୪ଟି ଜିନିଷ ମଧ୍ୟରୁ ଗୋଟିଏ, ହେବ ଧନ ବର୍ଷା- Vastu Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି କୁ ରାତିରେ ଶୋଇବା ସମୟରେ ତକିଆର ଆବଶ୍ୟକତା ରହିଥାଏ । ତକିଆ ଦେଖିବାକୁ ତ ସାମାନ୍ୟ ହୋଇଥାଏ କିନ୍ତୁ ଏହି ସାମନ୍ୟ ଦେଖା ଯାଉଥିବା ତକିଆ ର ସଠିକ ଉପଯୋଗ ଦ୍ୱାରା ଆପଣଙ୍କ ଭାଗ୍ୟ ରାତାରାତି ଚମକି ଉଠିବ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ଜିନିଷ ସମ୍ବନ୍ଧରେ କହିବୁ ଯାହାକୁ ଆପଣ ଶୋଇବା ସମୟରେ ନିଜର ତକିଆ ତଳେ ରଖିବା ଦ୍ୱାରା ଆପଣଙ୍କ ଭାଗ୍ୟ ଖୋଲିଯିବ ଏବଂ ଆପଣ ସଫଳତା ହାସଲ କରିବେ ।

ଏହି ଜିନିଷ ଦ୍ଵାରା ଆପଣଙ୍କ ଜୀବନ ସକାରାତ୍ମକ ଉର୍ଜା ରେ ପରିପୂର୍ଣ୍ଣ ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡ଼ିକ ସମ୍ବନ୍ଧରେ ।

୧. ବନ୍ଧୁଗଣ ପ୍ରଥମ ଜିନିଷ ଟି ହେଉଛି, ‘ଧାର୍ମିକ ବସ୍ତୁ’ । ରାତିରେ ଶୋଇବା ସମୟରେ ତକିଆ ତଳେ ଧାର୍ମିକ ବସ୍ତୁ ରଖିବା ଦ୍ୱାରା ଆପଣଙ୍କ ଭାଗ୍ୟ ପ୍ରବଳ ହୋଇଥାଏ ଏବଂ କୌଣସି କଥାର ଭୟ ମନରେ ରହି ନଥାଏ । ସଫଳତା ଅବଶ୍ୟ ପ୍ରାପ୍ତ ହୋଇଥାଏ ଏବଂ ଆପଣଙ୍କ ମଧ୍ୟରେ ସକରାତ୍ମକ ଉର୍ଜା ର ସୃଷ୍ଟି ହୋଇଥାଏ । ଏହା ଆପଣଙ୍କ ଉପରେ ପ୍ରଭାବ ପକାଇଥାଏ । ଯାହାର ପରିଣାମ ସୁଖପୂର୍ଣ୍ଣ ହୋଇଥାଏ ।

୨. ବନ୍ଧୁଗଣ ଦ୍ଵିତୀୟ ଜିନିଷ ଟି ହେଉଛି, ‘ତୁଳସୀ ପତ୍ର’ । ରାତିରେ ଶୋଇବା ସମୟରେ ନିଜ ତକିଆ ତଳେ ୫ ୬ ଟି ତୁଳସୀ ପତ୍ର କୁ ନେଇ ରଖି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଆଖପାଖରେ ଥିବା ସମସ୍ତ ନକରାତ୍ମକ ଉର୍ଜା ର ବିନାଶ ହୋଇଥାଏ ଏବଂ ଆପଣଙ୍କ ଚାରିପାଖ ର ବାତାବରଣ ଶୁଦ୍ଧ ଓ ସକରାତ୍ମକ ଉର୍ଜା ରେ ପୂର୍ଣ ହୋଇଯିବ । ସକାଳୁ ଉଠିବା ପରେ ସେହି ତୁଳସୀ ପତ୍ରକୁ ଖାଇ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କୁ କୌଣସି ପ୍ରକାର ରୋଗ ହେବ ନାହିଁ ଓ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ । କିନ୍ତୁ ଏଥିପ୍ରତି ଧ୍ୟାନ ରଖିବେ ଯେ ସନ୍ଧ୍ୟା ବା ରାତି ସମୟରେ ତୁଳସୀ ପତ୍ରକୁ ଛିଣ୍ଡାଇବେ ନାହିଁ ।


୩. ବନ୍ଧୁଗଣ ତୃତୀୟ ଜିନିଷ ଟି ହେଉଛି, ‘ଏକ ଟଙ୍କିଆ ମୁଦ୍ରା’ । ରାତିରେ ଶୋଇବା ପୂର୍ବରୁ ଏକ ଟଙ୍କିଆ ମୁଦ୍ରା ନିଜ ତକିଆ ତଳେ ରଖି ଦିଅନ୍ତୁ ଏବଂ ଏହାକୁ ସକାଳୁ ଉଠି କୌଣସି ଗରିବ କୁ ଦାନ କରି ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ତଥା ଅସୁବିଧା ଦୁର ହେବ ଏବଂ ଏପରି ଏକ ମାସ କରିବା ପର୍ଯ୍ୟନ୍ତ ଧୀରେ ଧୀରେ ଆପଣଙ୍କ ଦୋଷ ଦୂର ହେବ ଏବଂ ଆପଣଙ୍କ ମଧ୍ୟରେ ସକରାତ୍ମକ ଶକ୍ତି ର ସଞ୍ଚାର ହେବ ।


୪. ବନ୍ଧୁଗଣ ଚତୁର୍ଥ ଜିନିଷ ଟି ହେଉଛି, ଚାନ୍ଦି ଓ ସୁନା ରୁ ନିର୍ମିତ ସାମଗ୍ରୀ । ଯଦି ଆପଣଙ୍କ କୁଣ୍ଡଳୀ ରେ ଚନ୍ଦ୍ରମା ର ସ୍ଥିତି ଠିକ ଭାବରେ ନାହିଁ ତେବେ ଆପଣ ରାତିରେ ଶୋଇବା ପୂର୍ବରୁ ନିଜ ତକିଆ ତଳେ ଚାନ୍ଦି ର ମୁଦ୍ରା ରଖି ଦିଅନ୍ତୁ । ଏହା ସହିତ ଯଦି ଆପଣଙ୍କ କୁଣ୍ଡଳୀ ରେ ମଙ୍ଗଳ ବା ବୁଧ ଗ୍ରହ ଦୋଷ ରହିଛି ତେବେ ଆପଣ ନିଜ ତକିଆ ତଳେ ଚାନ୍ଦି ବା ସୁନା ରୁ ତିଆରି ସାମଗ୍ରୀ ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ କୁଣ୍ଡଳୀ ରେ ଥିବା ସବୁ ପ୍ରକାର ଦୋଷ ଦୁର ହୋଇଥାଏ ।

Leave a Reply

Your email address will not be published. Required fields are marked *