Special Report: ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ ଓଡିଶା ବାସୀଙ୍କ ନିକଟରେ Abhishek ଙ୍କ ପତ୍ନୀ କରୁଛନ୍ତି ଅନୁରୋଧ….ଦେଖନ୍ତୁ Video

ଆସନ୍ତା କାଲି ସାବିତ୍ରୀ ବ୍ରତ ଯାହାକୁ ଓଡିଶା ନୁହେଁ ଭାରତର ସମସ୍ତ ମହିଳାମାନେ ନିଜର ସ୍ଵାମୀଙ୍କର ଦୀର୍ଘାୟୁ ଓ ଶୁଭ କାମନା ନିମନ୍ତେ ପାଳନ କରିଥାନ୍ତି । ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ସାବିତ୍ରୀ ନିଜର ସ୍ଵାମୀଙ୍କୁ ଯମ ନିକଟରୁ ଫେରାଇ ଆଣିବା ପାଇଁ ଏହି ବ୍ରତ ରଖିଥିଲେ । ସେହି ଦିନ ଠାରୁ ଏହା ସାବିତ୍ରୀ ବ୍ରତ ନାଁରେ ପରିଚିତ ଅଟେ ଓ ସେହି ସମୟରୁ ହିଁ ପ୍ରତ୍ୟକ ବିବାହିତ ମହିଳା

ଏହି ଦିନ ସାବିତ୍ରୀ ବ୍ରତ ପାଲନ କରୁଛନ୍ତି । କିନ୍ତୁ ଯଦି ଅଭିଷେକ ଓ ମୌସୁମୀଙ୍କ ବିଷୟରେ କହିବା ତେବେ ଆଜି ଯଦି ଅଭିଷେକଙ୍କୁ କରୋନା ନ ହୋଇଥାନ୍ତା ଓ ଅଭିଷେକ ସୁସ୍ଥ ଥାନ୍ତେ ତେବେ ଆସନ୍ତା କାଲି ମୌସୁମୀ ନିଜର ପ୍ରଥମ ସାବିତ୍ରୀ ବ୍ରତ ପାଳନ କରିଥାନ୍ତେ । ବିବାହର ପ୍ରଥମ ମାସରେ ପ୍ରଥମ ସାବିତ୍ରୀ ପଡି ଥିବାରୁ ନିଜର ସ୍ଵାମୀଙ୍କର ଦୀର୍ଘାୟୁ ପାଇଁ ସାବିତ୍ରୀ ବ୍ରତ ଉପାସ ରଖି ଥାନ୍ତେ ।

କିନ୍ତୁ ସମୟର ଖେଳ ଦେଖନ୍ତୁ ମାତ୍ର ବିବାହର କିଛି ଦିନ ପରେ ସ୍ଵାମୀ ଅଭିଷେକ ଅସୁସ୍ଥ ହୋଇ ମେଡିକାଲର ବେଡରେ ପଡିଛନ୍ତି । ବିବାହର ପ୍ରଥମ ସାବିତ୍ରୀରେ ବି ସ୍ଵାମୀକୁ ପୂଜିବାର ବି ସୁଯୋଗ ଦେଲା ନାହିଁ । ବାହାଘର ୮ ଦିନ ପରେ ହିଁ ଅଭିଷେକ କରୋନାରେ ପୀଡିତ ହୋଇ ମେଡିକାଲରେ ମୃତ୍ୟୁ ସହ ଯୁଧ୍ୟ କରୁଛନ୍ତି । କହିବାକୁ ଗଲେ ଅଭିଷେକ ଓ ମୌସୁମୀଙ୍କ ଏହି କାହାଣୀ ସାବିତ୍ରୀ ବ୍ରତ ପୂର୍ବରୁ ସମସ୍ତଙ୍କ ଆଖିରୁ ଲୁହ ନେଇ ଆସୁଛି ।

ସେହି ଦିନ ଦେବୀ ସାବିତ୍ରୀ ନିଜର କଠୋର ତପସ୍ୟା ବଳରେ ଯମ ନିକଟରୁ ନିଜର ସ୍ଵାମୀଙ୍କୁ ଫେରାଇ ଆଣିଥିଲେ କିନ୍ତୁ ଆଜିର ଏହି ସାବିତ୍ରୀ ଅର୍ଥାତ ମୌସୁମୀ ନିଜର ସ୍ଵାମୀଙ୍କୁ ବଞ୍ଚାଇବା ପାଇଁ ଯମ ନିକଟରେ ନୁହେଁ ଲୋକମାନଙ୍କ ନିକଟରେ ଭିକ୍ଷା ମାଗୁଛନ୍ତି । ହସ୍ପିଟାଲ ବେଡରେ ନିଜର ସ୍ଵାମୀଙ୍କୁ ଘରକୁ ଫେରାଇ ଆଣିବା ପାଇଁ ମୌସୁମୀ ସମସ୍ତଙ୍କୁ ହାତ ଯୋଡି ଯୋଡି ଗୁହାରି କରି ସାହାର୍ଯ୍ୟ ପାଇଁ ଅନୁରୋଧ କରୁଛନ୍ତି । କହିବାକୁ ଗଲେ କେହି ତ ଜଣେ ତାଙ୍କୁ ସାହାର୍ଯ୍ୟ କରିବ ଓ ତାଙ୍କ ସ୍ଵାମୀଙ୍କ ଜୀବନ ବଞ୍ଚିଯିବ ଏହି ଆଶାରେ ସେ ସମସ୍ତଙ୍କୁ ସାହାର୍ଯ୍ୟ ମାଗୁଛନ୍ତି ।

କହିଦେଉଛୁ କି ଅଭିଷେକ ଓ ମୌସୁମୀଙ୍କ ବିବାହ ବହୁତ ଧୁମଧାମରେ ହୋଇଥିଲା । କିନ୍ତୁ ଏହା ପରେ ସମୟ ନିଜର ଅସଲ ରୂପ ଦେଖାଇଲା । ବାହାଘର ଠିକ ୮ ଦିନ ପରେ ଯେତେବେଳେ ଅଭିଷେକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଲା ତେବେ ତାଙ୍କୁ ହସ୍ପିଟାଲାଇଜ କରାଗଲା ଯେଉଁଠି ସେ କୋବିଡ ପଜିଟିବ ବୋଲି ଜଣା ପଡିଲେ । କିନ୍ତୁ ଏହି ସମୟରେ ଘର ଲୋକମାନେ ଚିନ୍ତା କରିଲେ କି କୋବିଡ ହୋଇଛି ତେବେ ତାଙ୍କ ପୁଅ ଭଲ ହୋଇ ଘରକୁ ଚାଲି ଆସିବ । କିନ୍ତୁ ସ୍ଥିତି ଦିନକୁ ଦିନ ବହୁତ ଖରାପ ହୋଇଗଲା । ବର୍ତ୍ତମାନ ଅଭିଷେକ ଭେଣ୍ଟିଲେଟରରେ ଅଛନ୍ତି ଓ ତାଙ୍କର ଚିକିତ୍ସା ପାଇଁ ୧ କୋଟିରୁ ବି ଅଧିକ ଟଙ୍କା ଦରକାର ।

ଏମିତିରେ ତାଙ୍କର ପତ୍ନୀ ମୌସୁମୀ ଲୋକମାନେଙ୍କୁ ନେହୁରା ହୋଇ ସାହାର୍ଯ୍ୟ ମାଗୁଛନ୍ତି । କିଛି ଲୋକମାନେ ସାହାର୍ଯ୍ୟ କରିଛନ୍ତି କିନ୍ତୁ ଏହା ସତ୍ବେ ବି ତାଙ୍କୁ ଆହୁରି ଅଧିକ ଟଙ୍କା ଦରକାର । ସେଥିପାଇଁ ଆପଣ ସମସ୍ତ ଆହୁରି ଅଧିକ ଆକାରରେ ଯଦି ସାହାର୍ଯ୍ୟ କରିବେ ତେବେ ଏହି ଯୁଗର ଜଣେ ସାବିତ୍ରୀ ନିଜର ସ୍ଵାମୀଙ୍କୁ ଯମ ମୁଖରୁ ଫେରାଇ ଆଣି ପାରିବ । ସେଥିପାଇଁ ଆମେ ଆପଣଙ୍କ ନିକଟରେ ଅନୁରୋଧ କରୁଛୁ କି ମୌସୁମୀ ଆର୍ଥିକ ରୂପରେ ସାହାର୍ଯ୍ୟ କରନ୍ତୁ ।

ଏହା ସହିତ ପୋସ୍ଟ ଟି କୁ ଅଧିକ ରୁ ଅଧିକ ମାତ୍ରାରେ ସେୟାର କରନ୍ତୁ ଯାହା ଦ୍ଵାରା ଏହା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ଓ ଅଭିଷେକ ଙ୍କ ପରିବାରକୁ କିଛି ସାହାର୍ଯ୍ୟ ମିଳି ପାରିବ । ଆଶା କରୁଛୁ ଆପଣ ମାନେ ଏଥିରେ ନିଜ ଯୋଗଦାନ ଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *