ସାବିତ୍ରୀ ବ୍ରତ (10 June) ଦିନ ପୂଜା କରନ୍ତୁ ଏହି ଗଛକୁ, ବଢିବ ସ୍ଵାମୀଙ୍କ ଆୟୁଷ… Sabitri Brata

ବନ୍ଧୁଗଣ, ହିନ୍ଧୁ ଶାସ୍ତ୍ର ଅନୁଯାୟୀ ବହୁତ ପର୍ବପର୍ବାଣୀ ରହିଅଛି । ବନ୍ଧୁଗଣ ଆଜି ଆମ୍ଭେ ପବିତ୍ର ସାବିତ୍ରୀ ଅମାବାସ୍ୟା ସମ୍ବନ୍ଧରେ ଆପଣଙ୍କୁ କିଛି ବିଶେଷ ଟିପ୍ପଣୀ ଦେବାକୁ ଯାଉଅଛୁ । ବନ୍ଧୁଗଣ ବିବାହିତା ମହିଳା ଏହି ପବିତ୍ର ଦିନ ଏହି ଅଦ୍ଭୁତ୍ତ ବୃକ୍ଷଟିକୁ ସ୍ଵାମୀ ଙ୍କ ମଙ୍ଗଳ ନିମନ୍ତେ ପୂଜା କରନ୍ତୁ । ଏହାଫଳରେ ଆପଣଙ୍କର ମଙ୍ଗଳ ହେବା ସଙ୍ଗେ ସଙ୍ଗେ ଆପଣଙ୍କ ସ୍ଵାମୀ ଦୀର୍ଘାୟୁ ପ୍ରାପ୍ତ ହେବେ ।

ବନ୍ଧୁଗଣ ଓଡିଆ ଘରର ସଧବା ନାରୀ ମାନଙ୍କର ଏକ ବିଶିଷ୍ଠ ପର୍ବ ହେଉଛି ସାବିତ୍ରୀ ବ୍ରତ । ଚଳିତ ବର୍ଷ ଜୁନ ୧୦ ତାରିଖରେ ଏହି ପବିତ୍ର ପର୍ବ ପାଳନ ହେବାକୁ ଯାଉଅଛି । ଏହି ପର୍ବ ରେ ଓଡିଆ ଘରର ମହିଳା ମାନେ ନିଜ ସ୍ଵାମୀଙ୍କ ମଙ୍ଗଳ କାମନା କରି ଦୀର୍ଘାୟୁଷ କାମନା କରି ବ୍ରତ କରିଥାନ୍ତି । ବନ୍ଧୁଗଣ ସବୁ ବିବାହିତା ମହିଳା ମାନଙ୍କର ଇଛା ଥାଏ ମାତା ସାବିତ୍ରୀ ଙ୍କ ଭଳି ସଧବା ହୋଇ ରହିବାକୁ ।

ଏଥିପାଇଁ ଏହି ବ୍ରତ କୁ ଖୁବ ନିଷ୍ଠା ର ସହିତ ପାଳନ କରିଥାନ୍ତି । ବନ୍ଧୁଗଣ ଯଦି ଆପଣ ସାବିତ୍ରୀ ବ୍ରତ ଦିନ ବର ଗଛ କୁ ପୂଜା କରୁଛନ୍ତି । ଆପଣଙ୍କ ସ୍ଵାମୀଙ୍କର ଉପକାର ହୋଇଥାଏ । ଏହା ସହିତ ଆପଣଙ୍କ ସ୍ଵାମୀଙ୍କ ଆୟୁଷ ନିଶ୍ଚିତ ବଢିଥାଏ । ବନ୍ଧୁଗଣ ସାବିତ୍ରୀ ପୂଜା ଦିନ ଆପଣ ବରଗଛ କୁ ପୂଜା କରିବାର ବିଧିବିଧାନ ସଂପୂର୍ଣ୍ଣ ଅଲଗା ରହିଥାଏ । ବନ୍ଧୁଗଣ ବରଗଛ ର ଓହଳ କୁ ସାବିତ୍ରୀ ଦେବୀଙ୍କ ରୂପ ବୋଲି ହିନ୍ଦୁ ଧରମାବଲମ୍ବୀ ବିଶ୍ଵାସ କରିଥାନ୍ତି ।

ବନ୍ଧୁଗଣ ପୌରାଣିକ ଶାସ୍ତ୍ର ଅନୁଯାୟୀ ବ୍ରହ୍ମା, ବିଷ୍ନୁ, ମହେଶ୍ଵର ଏହି ବୃକ୍ଷରେ ବାସ କରିଥାନ୍ତି । ଏଣୁ ଏହି ବୃକ୍ଷକୁ ପୂଜା କରିବା ଦ୍ଵାରା ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ଵାସ ରହିଛି । ବନ୍ଧୁଗଣ ପୁରାଣ ଅନୁସାରେ ଏହାର ମୂଳରେ ବ୍ରହ୍ମା, ମଧ୍ୟ ଭାଗରେ ବିଷ୍ନୁ, ଶାଖା ଏବଂ ପତ୍ର ରେ ଭଗବାନ ଶିବ ବିଦ୍ୟମାନ ଥାନ୍ତି । ଏହାଛଡା ଏହା ଗ୍ରହ ମାନଙ୍କର ବାସସ୍ଥଳୀ ହୋଇଥିବାରୁ ଗ୍ରହ ଦଶା ଖଣ୍ଡନ ରେ ମଧ୍ୟ ବରଗଛ ର ପ୍ରମୁଖ ଭୂମିକା ରହିଥାଏ ।

ସାବିତ୍ରୀ ଅମାବାସ୍ୟା ଦିନ ବାଉଁଶ ନିର୍ମିତ ଝୁଡିରେ ଧାନ, ଗହମ, ରାଶି ଏବଂ ବ୍ରତ ରେ ବ୍ୟବହୃତ ଏକ ପ୍ରକାର ଚାଉଳ ଇତ୍ୟାଦି ଭରି ସେଥିରେ ବ୍ରହ୍ମା ଏବଂ ସାବିତ୍ରୀ ଙ୍କ ମୂର୍ତ୍ତି ସେହିଭଳି ଅନ୍ୟ ଏକ ଝୁଡି ରେ ସତୁବାନ ଏବଂ ସାବିତ୍ରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଏ । ଏହାପରେ ବରଗଛ ତଳେ ବସି ପ୍ରଥମେ ବ୍ରହ୍ମା, ସାବିତ୍ରୀ, ତଥା ସତ୍ୟବାନ ଏବଂ ସାବିତ୍ରୀ ଙ୍କୁ ଆବାହାନ କରାଯାଇଥାଏ ।

ସଧବା ମାନଙ୍କର ସାମଗ୍ରୀ ଶଙ୍ଖା, ସିନ୍ଦୁର, କଜଳ ଏବଂ ଅନ୍ୟାନ୍ୟ ଏହି ପୂଜା ପରେ ବରଗଛ କୁ ୭ ଥର ପରିକ୍ରମା ର ବିଧାନ ମଧ୍ୟ ରହିଅଛି । ବନ୍ଧୁଗଣ ଏହି ବୃକ୍ଷ ର ଆୟୁ ୧୫୦ ବର୍ଷ ରୁ ଅଧିକ ହୋଇଥାଏ । ଏହି ମହାନ ବୃକ୍ଷରେ ଔଷଧୀୟ ଗୁଣ ମଧ୍ୟ ରହିଅଛି । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *