ଶ୍ରାବଣ ମାସରେ ସଧବା ନାରୀ ନିଶ୍ଚୟ କରନ୍ତୁ ଏହି 5ଟି କାମ, ତା ପରେ ଦେଖନ୍ତୁ ଚମତ୍କାର

ଶ୍ରାବଣ ମାସରେ ଭଗବାନ ଶିବଙ୍କର ପୂଜା ଆରାଧନା କରାଯାଏ । ଏହି ମାସରେ ମହାଦେବଙ୍କର ଭକ୍ତ ମାନେ ତାଙ୍କର ପୂଜା ଆରାଧନା କରିଲେ ଶୁଭ ଫଳ ମିଳିଥାଏ । ଶାସ୍ତ୍ର ଅନୁସାରେ ଶ୍ରାବଣ ମାସରେ ମହାଦେବଙ୍କର ନାରୀ ମାନେ ବିଶେଷ ପୂଜା କରିଲେ ଶୁଭ ଫଳ ମିଳିବା ସହ ପ୍ରଭୁଙ୍କର ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କୁ ଶ୍ରବଣ ମାସରେ ମହିଳା ମାନେ କେଉଁ ବିଶେଷ କାର୍ଯ୍ୟ ବା ନିୟମର ପାଳନ କରିବା ଉଚିତ ସେହି ବିଷୟରେ କହିବାକୁ ଯାଉଛୁ । ୧- ନାଲି ବସ୍ତ୍ର ଧାରଣ କରିବା : ଶ୍ରବଣ ମାସରେ ନାରୀ ମାନେ ପୂଜା କରିବା ସମୟରେ ନାଲି ବସ୍ତ୍ର ଧାରଣ କରିବା ଉଚିତ । କାରଣ ନାଲି ରଙ୍ଗ ସୌଭାଗ୍ୟର ପ୍ରତୀକ ହୋଇଥାଏ । ଯାହାକୁ ଧାରଣ କରିଲେ ମହିଳା ସୌଭାଗ୍ୟବତୀ ହୋଇଥାଏ ।

୨- ସକାଳୁ ଜଲ୍ଦି ଉଠିବା : ଶାସ୍ତ୍ର ଅନୁସାରେ ଶ୍ରାବଣ ମାସରେ ଯେଉଁ ମହିଳା ବ୍ରତ କରିଥାନ୍ତି ସେମାନଙ୍କୁ ସକାଳୁ ବ୍ରହ୍ମ ମୂହୁର୍ତ୍ତରେ ଉଠି ସ୍ନାନ କରି ମହାଦେବ ଓ ମା ପାର୍ବତୀଙ୍କର ଧ୍ୟାନ ପୂର୍ବକ ପୂଜା ଆରାଧନା କରିବା ଉଚିତ । ଏପରି କରିବା ଦ୍ଵାରା ପ୍ରଭୁ ଶିବ ଓ ମା ପାର୍ବତୀଙ୍କର ଆଶୀର୍ବାଦ ମିଳିଥାଏ ଯାହା ଦ୍ଵାରା ନାରୀ ଅଖଣ୍ଡ ସୌଭାଗ୍ୟବତୀ ହୋଇଥାଏ ।

୩- ସବୁଜ ଚୁଡି ପିନ୍ଧିବା : ଶାସ୍ତ୍ର ଅନୁସାରେ ଶ୍ରବଣ ମାସରେ ବିବାହିତ ନାରୀ ସବୁଜ ରଙ୍ଗର ଚୁଡି ଧାରଣ କରିଲେ ମା ପାର୍ବତୀ ଓ ହର ହର ମହାଦେବଙ୍କର ବିଶେଷ କୃପା ଦ୍ରୁଷ୍ଟି ରହିଥାଏ । ଏହାର ପରିଣାମ ସ୍ୱରୂପ ଘରେ ସୁଖଶାନ୍ତିର ଆଗମନ ହୋଇଥାଏ ।

୪- ମଥାରେ ସିନ୍ଦୁର ଲଗାଇବା : ଶାସ୍ତ୍ର ଅନୁସାରେ ପ୍ରତେକ ବିବାହିତା ନାରୀ ମଥାରେ ସିନ୍ଦୁର ଲଗାଇବା ଉଚିତ । କାରଣ ସିନ୍ଦୁରକୁ ୧୬ ଶ୍ରୀଙ୍ଗାର ଭାବେ ମାନ୍ୟତା ଦିଆ ଯାଇଛି । ତେଣୁ ଶ୍ରାବଣ ମାସରେ ପ୍ରତେକ ଦିନ ନାରୀ ମଥାରେ ସିନ୍ଦୁର ଲଗାଇବା ସହ ମଙ୍ଗଳସୂତ୍ର ପିନ୍ଧିଲେ ମା ପାର୍ବତୀ ଓ ମହାଦେବଙ୍କର ଅଶେଷ କୃପା ଦ୍ରୁଷ୍ଟି ରହିବା ସହ ଅଖଣ୍ଡ ସୌଭାଗ୍ୟବତୀର ବର ପ୍ରାପ୍ତ ହୋଇଥାଏ ।

୫- ସୁହାଗର ଜିନିଷ ଦାନ କରିବା : ଶ୍ରାବଣ ମାସରେ ବିବାହିତା ମହିଳା ବ୍ରତ କରିବା ସହ ଅନ୍ୟ ଜଣେ ବିବାହିତା ନାରୀକୁ ସୁହାଗର କିଛି ଜିନିଷ ଦାନ କରିବା ଉଚିତ । ଏହା ଦ୍ଵାରା ପ୍ରଭୁ ଶିବଙ୍କର ଆଶୀର୍ବାଦ ମିଳିବା ସହ ଜୀବନରେ ସବୁ ଦୁଖ କଷ୍ଟ ଦୂର ହୋଇଥାଏ । ଏପରି କରିବା ଦ୍ଵାରା ମା ଲକ୍ଷ୍ମୀଙ୍କର ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

ଶ୍ରାବଣ ମାସରେ ଏହି ପରି ଭାବେ ବିବାହିତା ନାରୀ ଉପରେ ଲିଖିତ ନିୟମ ଗୁଡିକର ପାଳନ କରିଲେ ମା ପାର୍ବତୀ ଓ ପ୍ରଭୁ ଶିବଙ୍କର କୃପା ଦ୍ରୁଷ୍ଟି ରହିବା ସହ ଆପଣଙ୍କ ଜୀବନର ସବୁ ସମସ୍ଯା ଦୂର ହେବ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ

Leave a Reply

Your email address will not be published. Required fields are marked *