Cyclone Alert: ରାଜ୍ୟର ଜିଲ୍ଲାପାଳ, କଲେକ୍ଟର ମାନଙ୍କୁ ନିର୍ଦେଶ ଜାରିକଲେ SRC…

ନମସ୍କାର ବନ୍ଧୁଗଣ । ଆଞ୍ଚଳିକ ପାଣିପାଗ ବିଭା ପକ୍ଷରୁ ସୂଚନା ରହିଛି ଯେ ଓଡ଼ିଶାକୁ ପୁଣି ଥରେ ବାତ୍ୟା ମାଡି ଆସୁଛି । ତେଣୁ ସମ୍ଭାବ୍ୟ ବାତ୍ୟା କୁ ନେଇ ସଜାଗ କରିଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର । ବାତ୍ୟା ସମୟରେ ଯେ କୌଣସି ପରିସ୍ଥିତି ର ମୁକାବିଲା ପାଇଁ ରାଜ୍ୟର ସମସ୍ତ ବିଭାଗକୁ SRC ନିର୍ଦେଶ ଦେଇଛନ୍ତି । ଯେ କୌଣସି ସ୍ଥିତି ରେ ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ବିଶେଷ କରି ଜିଲ୍ଲାପାଳ ଙ୍କୁ ନିର୍ଦେଶ ଦିଆ ଯାଇଛି ।

ପାଣିପାଗ ବିଭାଗର ଆକଳନ କୁ ଦ୍ରୁଷ୍ଟି ରେ ରଖି ଏସାରସି କହିଛନ୍ତି ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ବାତ୍ୟା ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ତେଣୁ ଆସନ୍ତା ୩ ଓ ୪ ତାରିଖ ପାଇଁ ୟେଲୋ ବାର୍ନୀଞ୍ଜ ଓ ଅରେଞ୍ଜ ୱାର୍ନିଙ୍ଗ ଜାରି କରା ଯାଇଛି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ । ଜଳବନ୍ଦି ସମୟର ମୁକାବିଲା ପାଇଁ ପ୍ରସ୍ତୁତି ଜାରି ରହିଛି । ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆ ଯାଇଛି ।

ଅନ୍ୟ କ୍ଷେତ୍ର ରେ ଖାଦ୍ଯ ପଦାର୍ଥ ଯୋଗାଣ ପ୍ରକ୍ରିୟା ଯେପରି ଅଭାବ ନ ହୁଏ ସେଥିପାଇଁ ନଜର ରଖିବାକୁ ନିର୍ଦେଶ ଜାରି କରିଛନ୍ତି ଏସଆରସି । ଏହା ସହ ତଳିଆ ଅଞ୍ଚଳ ଉପରେ ତୀକ୍ଷଣ ନଜର ରଖାଯିବ । ଏହା ଛଡା ୨୪ ଘଣ୍ଟା କଣ୍ଟ୍ରୋଲ ରାମକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦେଶ ଜାରି ହୋଇଛି । ବର୍ଷା ହେବା ନେଇ ତୁରନ୍ତ କଣ୍ଟ୍ରୋଲ ରୁମକୁ ସୂଚନା ଦେବା ପାଇଁ କୁହା ଯାଇଛି ।

ଏହା ସହ ସମୁଦ୍ର ଅଶାନ୍ତ ହେବାକୁ ନେଇ ମାଛ ଧରାଳି ଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ସତର୍କ କରା ଯାଇଛି । ଆସନ୍ତା ଡିସେମ୍ବର ୪ରୁ ୫ ତାରିଖ ଯାଏଁ ୧୧ ଟି ଜିଲ୍ଲା କୁ ଅରେଞ୍ଜ ୱାର୍ନିଙ୍ଗ ଜାରି କରା ଯାଇଛି । ବିଶେଷ କରି ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଙ୍ଘପୁର, ନୟାଗଡରେ ପ୍ରବଳ ବର୍ଷା ହେବରା ଆଶଙ୍କା କରା ଯାଇଛି ପାଣିପାଗ ବିଭାଗ ପକ୍ଷ ରୁ ।

କେନ୍ଦ୍ରାପଡା, କଟକ, ଭଦ୍ରକ, ବାଲେଶ୍ଵର, ଯାଜପୁର ଆଦି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ଆଶଙ୍କା କରା ଯାଇଛି । ତେଣୁ ସମ୍ବାବ୍ୟ ବାତ୍ୟା କୁ ନେଇ ରିଲିଫ କମିଶନର ସଜାଗ ହେବା ସହ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆସନ୍ତା ୫ରୁ ୬ ତାରିଖ ଯାଏଁ ୯ଟି ଜିଲ୍ଲା କୁ ଅରେଞ୍ଜ ୱାର୍ନିଙ୍ଗ ଜାରି କରା ଯାଇଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *