ଆପଣଙ୍କ ଆଧାର କାର୍ଡରେ ଆପଣଙ୍କ ବ୍ୟତିତ ଆଉ କିଏ କିଣିଛି କି ସିମ କାର୍ଡ ? କେମିତି ଜାଣିବେ

ନମସ୍କାର ବନ୍ଧୁଗଣ । ଆପଣଙ୍କ ପରିଚୟ ପତ୍ରରେ ଆଉ କିଏ ସିମ କିଣିଛି କି ତାହାର ଅନୁସନ୍ଧାନ କେମିତି କରିବେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଆପଣ ମାନେ ଜାଣିଥିବେ ମୋବାଇଲ ପାଇଁ ସିମ କାର୍ଡ କିଣିବା ସମୟରେ ପରିଚୟ ପତ୍ର ଆବଶ୍ୟକ ପଡିଥାଏ । ଆପଣ ସିମ କାର୍ଡ କିଣିବା ସମୟରେ ଆଧାର କାର୍ଡର କପି ଓ ନିଜର ଫୋଟୋ କମ୍ପାନୀକୁ ଦେବାକୁ ପଡିଥାଏ ।

କିଛି ସମୟରେ ଏମିତି ଘଟଣା ସମାନକୁ ଆସିଥାଏ କି ଜଣଙ୍କ ସିମ କାର୍ଡର ପରିଚୟ ପତ୍ରରେ ଅନ୍ୟ ଜଣେ ସିମ ବ୍ୟବହାର କରିଥାନ୍ତି । ଅନେକ ସମୟରେ ଦେଖା ଯାଇଥାଏ କି ପୋଲିସ ଆଖିରେ ଧୁଳି ଦେବା ଏପାଇଁ କେହି ବ୍ୟକ୍ତି ଅନ୍ୟ ଜଣଙ୍କ ପରିଚୟ ପତ୍ର ନକଲି ଦେଇ ସିମ ନିଜ ନାଁ ରେ କିଣିଥାଏ ।

ଏହା ଜାଣିବା ପାଇଁ ଆପଣ ତେଲି କମୁନିକେଶନ ୱେବ ସାଇଟ ଜରିଆରେ ଜାଣି ପାରିବେ କି ଆପଣଙ୍କ ନାଁ ରେ ଥିବା ସିମ କାର୍ଡ ଆଉ କେହି ବ୍ୟବହାର କରୁଛନ୍ତି କି ନାହି । ଏହି ୱେବ ସାଇଟ ଜରିଆରେ ଅପାନ ଜାଣି ପାରିବେ ଆପଣଙ୍କ ଆଧାର କାର୍ଡ ଦ୍ଵାରା କେତୋଟି ସିମ କାର୍ଡ ଯୋଡି ହୋଇଛି ।

କେବେଳ ଏତିକି ନୁହେଁ ବରଂ ଆପଣ ବ୍ୟବହାର କରୁ ନ ଥିବା ସିମ କାର୍ଡକୁ ବନ୍ଦ କରିବା ପାଇଁ ଆବେଦନ କରି ପାରିବେ । ଏହି ସର୍ଭିସକୁ ଟେଲିକମ ଆନାଲିକ୍ଟିସ ଫର୍ମ ମ୍ୟାନେଜମେଣ୍ଟ ଆଣ୍ଡ କଞ୍ଜଯୁମର ପ୍ରୋଟେକ୍ସନ ବା DAFCOP ନାଁ ଦିଆ ଯାଇଛି । ଏହି ସର୍ଭିସ ବର୍ତ୍ତମାନ ପୁରା ଦେଶରେ ଉପଲଭ୍ଡ ନ ଥିବା ବେଳେ ଆଗାମୀ ସମୟରେ ପୁରା ଦେଶରେ ଉପଲବ୍ଧ କରାଯିବ ବୋଲି ସୂଚନା ରହିଛି ।

ଅଫିସିଆଲ ୱେବ ସାଇଟର ସୂଚନା ଅନୁସାରେ ଏହି ସଭିସକୁ କେବଳ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ଉପଲବ୍ଧ କରା ଯାଇଛି । ଏହି ସର୍ଭିସକୁ ବ୍ୟବହାର କରିବା ପାଇଁ ପ୍ରଥମେ TAF-COP. ଡିଜି ଟେଲିକମ.GOP ୱେବ ସାଇଟକୁ ଯାଆନ୍ତୁ । ଏହା ପରେ ଆପଣଙ୍କୁ ଆପଣଙ୍କ ମୋବାଇଲ ନମ୍ବର ଦେଇ ଓଟିପି ପାଇ ଆବେଦନ କରିବାକୁ ପଡିବ ।

ଏହା ପରେ ଆପଣଙ୍କ ମୋବାଇଲ୍କୁ ଏକ ୬ ଅଙ୍କ ବିଶିଷ୍ଟ ଓଟିପି ଆସିବ । ଆପଣ ଓଟିପି ଏଣ୍ଟର କରିବା ପରେ ଜାଣି ପାରିବେ ଆପଣଙ୍କ ଆଧାର କାର୍ଡ ରେ କେତୋଟି ସିମ କାର୍ଡ ରହିଛି । ଯଦି ଆପଣଙ୍କୁ ଲାଗିବ ଏହି ସିମ କାର୍ଡ ମଧ୍ୟରୁ ଯେ କୌଣସି ଗୋଟିଏ ନମ୍ବର ଆପଣଙ୍କ ନୁହେଁ ତେବେ ତୁରନ୍ତ ଏହି ୱେବ ସାଇଟ କରିଆରେ ଆପଣ ସେହି ସିମ କାର୍ଡ ବନ୍ଦ କରି ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ନିୟମକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *