ଷ୍ଟାର୍ କିଡ୍ Aryan Khanଙ୍କୁ ଗିରଫ କରିବା ପରେ NCB ର ଏହି ଅଫିସରଙ୍କ ପାଇଁ ବଢ଼ିଲା ଅଡୁଆ

ବଲୀଉଡର ସୁପରଷ୍ଟାର ଶାହାରୁଖ ଖାନ ଙ୍କ ପୁଅ ଆର୍ୟନ ଖାନ ଡ୍ର-ଗ୍ସ କେ-ସରେ ଗି-ର-ଫ କରିବା ପରେ ମୁମ୍ବାଇର ଜଣା ଶୁଣା ଏନସିବି ଅଫିସର ସମୀର ୱାନଖେଡେଙ୍କ ପାଇଁ ବର୍ତ୍ତମାନ ସମସ୍ୟା ବଢିପାରେ । ସମୀର ୱାନଖେଡେ ମୁମ୍ବାଇର ସେହି ଅଫିସର ଅଟନ୍ତି ଯିଏକି ବଲୀଉଡର ବହୁତ ବଡ ବଡ କଳାକାରଙ୍କୁ ଛାଡି ନାହାନ୍ତି । ମୁମ୍ବାଇ ଏୟାରପୋର୍ଟରେ ବିଦେଶୀ କରେନ୍ସି ସହ ଗାୟକ ମିକା ସିଂହ ମାମଲାରେ, ବିବେକ ଓବରୟ ଓ ରାମ ଗୋପାଳଙ୍କ ଭଳି ବହୁତ ସେଲିବ୍ରେଟିଙ୍କ ଘରେ ପଶି ସବୁ ମାମଲାର ଯାଞ୍ଚରେ ଆପଣ କେବଳ ଏହି ଅଫିସରଙ୍କୁ ଦେଖିବେ ।

ସେ ସବୁ କେ-ସରେ ସଫଳ ମଧ୍ୟ ହୋଇଛନ୍ତି । ୨୦୧୧ରେ ଯେତେବେଳେ ଇଣ୍ଡିଆ ଟିମ ବିଶ୍ଵକପ ଟ୍ରଫି ନେଇ ଆସୁଥିଲା ତେବେ ସେହି ସମୟରେ ଏୟାରପୋର୍ଟରେ ଯାଞ୍ଚ ନ କରି ସେମାନଙ୍କୁ ବି ଛାଡି ନ ଥିଲେ । ସେହି ସମୟରେ ସେ ଏହି ଘଟଣାକୁ ବହୁତ ପ୍ରଶଂସିତ ମଧ୍ୟ ହୋଇଥିଲେ ।

ବର୍ତ୍ତମାନ ସମୀର ୱାନଖେଡେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଗି-ର-ଫ କରି ପୁଣି ଥରେ ଚର୍ଚାରେ ଆସି ଯାଇଛନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ବଲୀଉଡ ସହ ସମୀର ୱାନଖେଡେଙ୍କ କାନେକ୍ସନ ବହୁତ ଭଲ ଅଛି । ତାଙ୍କର ସ୍ତ୍ରୀ କ୍ରାନ୍ତି ରେଡକର ଜଣେ ଅଭିନେତ୍ରୀ ଅଟନ୍ତି ଓ ସେ ଗଙ୍ଗାଜଳ ଭଳି ଫିଲ୍ମରେ କାମ କରିସାରିଛନ୍ତି । ବଲୀଉଡ ଇଣ୍ଡଷ୍ଟ୍ରିରେ ସ୍ତ୍ରୀ ଅଭିନେତ୍ରୀ ଥିବା ସମୟରେ ଷ୍ଟାର ଓ ଷ୍ଟାର କିଡ୍ସଙ୍କୁ ବିନା କୌଣସି ଡରରେ ସମୀର ୱାନଖେଡେ ତାଙ୍କୁ ଗି-ର-ଫ କରିବା ଏକ ସାଧାରଣ କଥା ନୁହେଁ ବୋଲି ବର୍ତ୍ତମାନ ସମସ୍ତେ ଚର୍ଚା କରୁଛନ୍ତି ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃ-ତ୍ୟୁ ପରେ ବଲୀଉଡ ଓ ଡ୍ର-ଗ୍ସ ସମ୍ପର୍କକୁ ସମୀର ୱାନଖେଡେ ହିଁ ଯାଞ୍ଚ କରୁଥିଲେ । ଏନସିବିରେ ଅଫିସର ହେବା ପୂର୍ବରୁ ସେ ମୁମ୍ବାଇର ଅନ୍ୟ କେତେକ ବିଭାଗରେ ଏସପି ଓ ଡ଼ିଆଇଜି ଓ ଡ଼ିସିପି ରୂପରେ କାମ କରିସାରିଛନ୍ତି । ନିଜ କାମ ପାଇଁ ସେ ବହୁତ ଥର ସମ୍ମାନିତ ମଧ୍ୟ ହୋଇଛନ୍ତି । ଅନ୍ୟ ପଟେ ସମୀର ୱାନଖେଡେଙ୍କ ପତ୍ନୀ କ୍ରାନ୍ତି ରେଡକର ପ୍ରଥମେ ବଲୀଉଡରେ କାମ ପାଉଥିଲେ । କିନ୍ତୁ ସ୍ଵାମୀଙ୍କ ଏହି କାମ ଯୋଗୁ ବର୍ତ୍ତମାନ ତାଙ୍କୁ ବି ବଲୀଉଡରୁ ଆଉ କୌଣସି ବି ପ୍ରକାରର ଅଫର ଆସୁ ନାହିଁ ।

ବର୍ତ୍ତମାନ ସେ ବଲୀଉଡ ଫିଲ୍ମ ଛାଡି କିଛି ମରାଠୀ ଫିଲ୍ମ ଓ ସିରିଏଲ କାମ କରୁଛନ୍ତି । ଏମିତିରେ ବର୍ତ୍ତମାନ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଗି-ର-ଫ କରିବା ପରେ ଭବିଷ୍ୟତରେ ତାଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି ହୋଇ ପାରେ ବୋଲି କୁହାଯାଉଛି । ଏମିତିରେ ଆର୍ୟନ ଖାନଙ୍କ ଗି-ର-ଫ ସମୀର ୱାନଖେଡେ ଓ ତାଙ୍କର ପତ୍ନୀ କ୍ରାନ୍ତି ରେଡକରଙ୍କ ପାଇଁ ଅସୁବିଧା ଆଣିପାରେ । କିନ୍ତୁ ସମୟ ଆସିଲେ ହିଁ ଜାଣି ହେବ କି ଆଗକୁ କଣ ହେବ ।

Leave a Reply

Your email address will not be published. Required fields are marked *