ସ୍ତ୍ରୀକୁ ସ୍ଵାମୀର ଏହି ଦିଗରେ ଶୋଇବା ଉଚିତ ନୁହେଁ, ଜୀବନ ସାରା ଦୁଃଖ ଭୋଗିବାକୁ ପଡିଥାଏ- Vastu Tips

ଶାସ୍ତ୍ର ଅନୁଯାଇ ସବୁ କାମ ପାଇଁ ଗୋଟେ ନିୟମ କରା ଯାଇଛି ଆଉ ଆଜିକା ସମୟରେ ଲୋକଙ୍କୁ ତାହା ଭଲ ଲାଗୁ ବା ଖରାପ ଏହା କରିବା ଦ୍ଵାରା ଆପଣଙ୍କ ମଙ୍ଗଲ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ନିଆୟମ ଶୋଇବା ପାଇଁ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣ ନିଜ ଜୀବନରେ ବହୁତ କିଛି ଶୁଭ ପାଇ ପାରନ୍ତି ଆଉ ଆପଣଙ୍କ ଘରେ ସୁଖ ଶାନ୍ତି ଆସିଥାଏ । ତେବେ ଆସନ୍ତୁ ଜାଣିବା ଶୋଇବା ବିଷୟରେ କିଛି ମହତ୍ଵପୂର୍ଣ୍ଣ କଥା ଗୁଡିକ ଯାହା ସମସ୍ତଙ୍କୁ ଜାଣିବା ଉଚିତ ।

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଦୁଇଟି ବାସନ ମଧ୍ୟ ପାଖରେ ରଖିଲେ ଶବ୍ଦ ହୋଇଥାଏ ଠିକ ସେମିତି ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା ହବା ସ୍ଵାଭାବିକ କଥା ହୋଇଥାଏ କିନ୍ତୁ ଭୁଲରେ ବି ଶୋଇବା ଘରେ କେବେ ଝଗଡା କରନ୍ତୁ ନାହିଁ ଏହା ଛଡା କେବେ ସ୍ଵାମିକୁ ଖରାପ ବା ସ୍ତ୍ରୀକୁ ଖରାପ ଅପଶବ୍ଦ କହିବା ଉଚିତ ନୁହ । ତେବେ ମହିଳା ମାନେ ଘର ପରମ୍ପରା ରକ୍ଷା କରିଥାନ୍ତି ସେଥିପାଇଁ ତାଙ୍କୁ ନିଜ ସବୁ କାମ ସମୟ ଅନୁଯାଇ କରିବା ଉଚିତ ହୋଇଥାଏ ଯାହା ଫଳ ସ୍ୱରୂପ ସେ ଅନ୍ୟ ମାନଙ୍କୁ ଶିଖାଇଲେ ସେ ଶିଖିବେ ।

ମହିଳାଙ୍କୁ ସକାଳେ ଶୀଘ୍ର ଉଠି ନିତ୍ୟ କର୍ମ ସମାପ୍ତ କରି ପୂଜା ପାଠ କରି ରୋଷେଇ କରିବା ଉଚିତ । ଯେଉଁ ମହିଳା ଅଳସ କରନ୍ତି ତାଙ୍କ ଜୀବନ ବହୁତ କଷ୍ଟକାରି ହୋଇଥାଏ ଆଉ ଏହି ଭଳି ମହିଳାଙ୍କ ଘରେ ନକାରାତ୍ମକ ଊର୍ଜା ବାସ କରିଥାଏ । ତେବେ ଶାସ୍ତ୍ର ଅନୁଯାଇ କୁହା ଯାଇଛି ଯେ ମହିଳାଙ୍କୁ ସ୍ଵାମୀ ବାମରେ ଶୋଇବା ଉଚିତ ଆଉ ଶୁଭକାରୀ ହୋଇଥାଏ । ତେବେ ମହିଳା ହୁଅନ୍ତୁ ବା ପୁରୁଷ କାହାକୁ ବି ପୂର୍ବ ବା ଦକ୍ଷିଣ ଦିଗରେ ପାଦ କରିବା ଉଚିତ ନୁହଁ ।

କାହିଁକିନା ପୂର୍ବ ଭଗବାନ ସୂର୍ଯ୍ୟଙ୍କ ଦିଗ ହୋଇଥାଏ ଆଉ ଦକ୍ଷିଣ ଦିଗରେ ଯମ ରାଜାଙ୍କ ଘର ବୋଲି କୁହା ଯାଇଥାଏ ତେବେ ଉତ୍ତରରେ ମୁଣ୍ଡ କରି ସୋଇଲେ ଜୀବନ ଶୀଘ୍ର ଯାଇଥାଏ ସେଥିପାଇଁ ଭୁଲରେ ବି ଉତ୍ତର ଆଡକୁ ମୁଣ୍ଡ କରି ସୋଇବେ ନାହିଁ । ଶୋଇବା ପାଇଁ ସବୁଠାରୁ ଉତ୍ତମ ସମୟ ୧୦ଟା ହୋଇଥାଏ ଆଉ ଉଠିବା ସମୟ ୫ଟା ହୋଇଥାଏ ସେଥିପାଇଁ ଏହି ଅନୁଯାଇ ସୋଇଲେ ଆଉ ଉଠିଲେ ଆପଣ ସଠିକ ସମୟରେ ସବୁ କାମ କରି ପାରନ୍ତି ।

ଏହା ଛଡା ମହିଳାଙ୍କ ସ୍ୱାସ୍ଥ୍ୟ ଖରାପ ନହେଲେ ଦିନରେ ଶୋଇବା ଉଚିତ ନୁହ ଦିନରେ ଶୋଇବା ଦ୍ଵାରା ଅଳସ ହୋଇଥାଏ ଆଉ ଘରେ ଖରାପ ଶକ୍ତି ପ୍ରବେଶ କରିଥାଏ । ଏହା ଛଡା ରାତିରେ ସୁଗନ୍ଧିତ ଫୁଲ ମୁଣ୍ଡରେ ଲଗାଇଲେ ସୋଇଲେ ଖରାପ ଶକ୍ତି ଆକର୍ଷିତ ହୋଇଥାନ୍ତି ସେଥିପାଇଁ ଶୋଇବା ବେଳେ ପାଦ ଧୋଇ ମୁହଁ ଧୋଇ ଶୋଇବା ଉଚିତ ।

Leave a Reply

Your email address will not be published. Required fields are marked *