ଓଲିଉଡ ର ଫେମସ କମେଡିଆନ Suman Moharana ଙ୍କ ପରିବାର ଓ ସମ୍ପତ୍ତି ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ

ଓଡିଆ ଚଳଚିତ୍ର ଜଗତରେ ଏମିତି ବହୁତ କମ କଳାକାର ଅଛନ୍ତି ଯିଏ ହାସ୍ୟ କଳାକାର ଭାବରେ ଉପରକୁ ଉଠି ପାରିଛନ୍ତି କାହିଁକିନା ମୁଖ୍ୟ କଳାକାର ମାନଙ୍କୁ ଅଧିକ ମହତ୍ଵ ମିଳିଥାଏ କିନ୍ତୁ କିଛି ହାସ୍ୟ କଳାକାର ଏମିତି ମଧ୍ୟ ଅଛନ୍ତି ଯିଏ ନିଜ କମେଡି ଦ୍ଵାରା ଦର୍ଶକ ମାନଙ୍କ ମନ ଏପରି କିଣି ପାରିଥିଲେ ଯାହା ପରେ ଡାଇରେକ୍ଟର ମାନେ ତାଙ୍କୁ ଫିଲ୍ମରେ ନବାକୁ ଲାଇନରେ ଠିଆ ହଉଥିଲେ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ କଳାକାର ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଅଭିନୟ ଦ୍ଵାରା ସମସ୍ତଙ୍କ ମନ କିଣି ପାରିଛନ୍ତି ।

ଆପଣ ମାନେ ସମସ୍ତେ ସୁମନଙ୍କୁ ବେସ ଭଲ ଭାବରେ ଜାଣିଥିବେ କିନ୍ତୁ ତାଙ୍କ କାହାଣୀ କେମିତି ଆରମ୍ଭ ହେଲା ଆଉ ସେ ସଫଳତା କେମିତି ପାଇଲେ ତାହା ବିଷୟରେ ବହୁତ କମ ଲୋକେ ଜାଣିଛନ୍ତି ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତାର ସହ ସୁମନଙ୍କ ଜନ୍ମ ଭୁବନେଶ୍ବର ଗୋଟେ ବସ୍ତିରେ ହୋଇଥିଲା ସେ ବହୁତ ଗରିବ ଘରେ ଜନ୍ମ ହୋଇଥିଲେ ଆଉ ଏହି କାରଣରୁ ତାଙ୍କ ଜୀବନରେ ସେ ବହୁତ ସଂଘର୍ଷ କଲେ । ଏହା ଛଡା ସୁମନଙ୍କ ହାଇଟ ଅନ୍ୟ ମାନଙ୍କ ଭଳି ନ ହବାରୁ ସମସ୍ତେ ତାଙ୍କୁ ବହୁତ ମଜା କରନ୍ତି କିନ୍ତୁ ସୁମନ ବହୁତ ମଜାଳିଆ ବ୍ୟକ୍ତି ଥିଲେ ସେ କେବେ କାହା କଥା ଖରାପ ଭାବି ନାହାନ୍ତି ।

ସେ ପ୍ରଥମ ଚଳଚିତ୍ର କଣ୍ଢେଇ ଆଖିରେ ଲୁହ ଫିଲ୍ମରେ ବାଲ କଳାକାର ଭାବରେ କାମ କରିଥିଲେ, ଯାହା ପରେ ତାଙ୍କୁ ଫିଲ୍ମ ପାଇଁ ଅଫର ଆସିବା ଆରମ୍ଭ ହେଲା କାହିଁକିନା ତାଙ୍କ ଅଭିନୟ ବହୁତ ଭଲ ଥିଲା ଏହା ପରେ ତାଙ୍କୁ ବହୁତ ବଡ ବଡ ଫିଲ୍ମରେ କାମ ମିଳିଲା ଆଉ ସେ ବହୁତ ପ୍ରସିଦ୍ଧ ହେଲେ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ସୁମନଙ୍କ ହାଇଟ କେବଳ ୪ ଫିଟ ଅଟେ ଆଉ ସେ ଆଜୀବୀ ଦେଖିବା ପାଇଁ ଛୋଟ ଛୁଆ ପରି ଲାଗୁଛନ୍ତି । ସୁମନ ଓଡିଆ କଥା ଚିତ୍ର “କଣ୍ଢେଇ ଆଖିରେ ଲୁହ ” ରେ ଛୁଆ ଅଭିନୟ କରିଥିଲେ ଆଉ ଏହି ଚଳଚିତ୍ର ୨୦୦୪ରେ ଆସିଥିଲା ଏହି ବର୍ଷ ଠାରୁ ସେ ନିଜ ଅଭିନୟ ଦୁନିଆ ଆରମ୍ଭ କରିଥିଲେ ।

ତାଙ୍କ ପରିବାର ବହୁତ ଗରିବ ହବାରୁ ଖାଇବାକୁ ପାଉ ନଥିଲେ କିନ୍ତୁ ଏହି ଚଳଚିତ୍ର ପରେ ତାଙ୍କୁ ବହୁତ ଫିଲ୍ମରେ ବାମନ ଅବତାରରେ କାମ ମିଳିବା ଆରମ୍ଭ ହେଲା ଯାହା ପରେ ତାଙ୍କ ଘର ପରିସ୍ଥିତି ବହୁତ ବଦଳି ଗଲା । ଆଜି ସୁମନ ଗୋଟେ ଫିଲ୍ମ ପାଇଁ ୨ – ୩ ଲକ୍ଷ୍ୟ ଟଙ୍କା ଡିମାଣ୍ଡ କରନ୍ତି ଏହା ଛଡା ସ୍ଟେଜ ଶୋ ପାଇଁ ସେ ୩୦ – ୪୦ ହଜାର ଡିମାଣ୍ଡ କରିଥାନ୍ତି ଆଜି ତାଙ୍କ ପାଖରେ ଦୁଇଟି କାର ଅଛି ଆଉ ବଡ ବଙ୍ଗଳା ମଧ୍ୟ ଅଛି, ତେବେ ତାଙ୍କ ଉର୍ଦ୍ଧ ସମ୍ପତ୍ତି ୮୦ ଲକ୍ଷ୍ୟ ଠାରୁ ଅଧିକ ଅଟେ ।

Leave a Reply

Your email address will not be published. Required fields are marked *