Inspector Suna ମାଡାମଙ୍କୁ ନେଇ ଆସିଲା ନୂଆ ଅଭିଯୋଗ, ଦେଖନ୍ତୁ କଣ କହୁଛନ୍ତି Suna ମାଡାମଙ୍କ ସ୍ଵାମୀ

ବନ୍ଧୁଗଣ ଇନ୍ସ୍ପେକ୍ଟର ସୁନା ମ୍ୟାଡମଙ୍କୁ ନେଇ ପୁଣି ସାମନାକୁ ଆସିଲା ନୂଆ କାହାଣୀ । ସ୍ଵାମୀଙ୍କ ସହ ବିବାହ ବିଚ୍ଛେଦ ହୋଇ ନାହି କିନ୍ତୁ ପୁରୁଷ ବନ୍ଧୁଙ୍କ ସହ ବୁଲାବୁଲି କରୁଛନ୍ତି ସୁନା ମ୍ୟାଡମ । ଏମିତିକି ସୁନା ମ୍ୟାଡାଙ୍କର ତାଙ୍କ ପୁରୁଷ ବନ୍ଧୁଙ୍କ ଉପରେ ଏତେ ବିଶ୍ଵାସ ଯେ ରଥଯାତ୍ରା ସମୟରେ ଫେରିବା ବେଳେ ଗାଡି ଚଳାଇବାକୁ ଦେଇଥିଲେ । କିନ୍ତୁ ପୁରୁଷ ବନ୍ଧୁଙ୍କ ଲାଇସେନ୍ସ ନ ଥିଲା ଯାହା ଫଳରେ ଦୁର୍ଘଟଣା ହେଲା ଆଉ ସାଧାରଣ ଲୋକଙ୍କ ପ୍ରାଣ ବି ଗଲା । ଖାଲି ଏତିକି ନୁହେଁ ଏବେ ବି ଅନେକ ଗୁରୁତର ହୋଇ ମେଡିକାଲରେ ପଡିଛନ୍ତି ।

ଆଉ ଜାଣିଶୁଣି ନିଜ ପୁରୁଷ ବନ୍ଧୁ ସହ କୁଆଡେ ଲୁଚି ରହିଥିଲେ ସୁନା ମ୍ୟାଡମ ଯାହାକୁ ତାଙ୍କ ସ୍ଵାମୀ ଅଭିଯୋଗ ଅଣାଇଛନ୍ତି । କିନ୍ତୁ ଦୁର୍ଘଟଣା ପରେ ବିନା ଲାଇସେନ୍ସ ଗାଡି ଚଳାଇବାକୁ ଦେଇ ଥିବାରୁ ଏବେ ସୁନା ମ୍ଯାଡମ ଙ୍କ ଉପରେ ଚଡକ ପଡିଛି । କିନ୍ତୁ ଏ ସବୁ ଭିତରେ ସମସ୍ତଙ୍କର ସ୍ଵାଭାବିକ ପ୍ରଶ୍ନ ଲେଡି ଇନ୍ସ୍ପେକ୍ଟର ସ୍ନିଗଧା ରାଣୀ ସୁନା ଓ ଅଜୟ ଜେଠିଙ୍କ ମଧ୍ୟରେ ସମ୍ପର୍କ କଣ ?

ମେ ୨ ୨୦୨୨ ସୁନ୍ଦରଗଡ ଥାନାରେ ରୁଜୁ ହୋଇଥିବ ଏହି ମାମଲାକୁ ଦେଖିବାକୁ ଗଲେ ଅଭିଯୁକ୍ତ ସୁନା ମ୍ୟାଡମ ଓ ଅଜୟ ଜେଠି ଅଛନ୍ତି ଆଇପିସି ଧାରା-୨୯୪, ୩୨୩, ୫୦୬,୪୯୪ ଓ ୩୪ ଅନୁଯାୟୀ ଉଭୟଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଏଠାରେ ଖୋଦ ଅଭିଯୋଗକାରୀ ସୁନା ମ୍ୟାଡମ ଙ୍କ ସ୍ଵାମୀ ସୁରେଶ ପାଣ୍ଡ । ସ୍ନିଗଧାରାଣୀ ସୁରେଶଙ୍କୁ ପ୍ରେମ ବିବାହ କରିଥିଲେ ।

ଆଉ ୨୦୨୦ରେ ସ୍ବାମୀଙ୍କ ବିରୁଦ୍ଧରେ ନିର୍ଯାତନାର ଅଭିଯୋଗ ଆଣିଥିଲେ ସୁନା ମ୍ୟାଡମ । ହେଲେ ରାଉରକେଲାରେ ଚାକିରି କରୁଥିବା ସୁରେଶ ଗତ ମେ ୨ରେ ଆସି ଘରକୁ ଯାହା ଦେଖିଥିଲେ ତାହା ଅତି ଲଜ୍ୟାଜନକ ଥିଲା ବୋଲି କହିଛନ୍ତି ସୁରେଶ । ତାଙ୍କ ସହ ତାଙ୍କ ଘରେ ସୁନା ମ୍ୟାଡମଙ୍କ ସହ ଅଜୟ ଜେଠି ରହିଥିଲା ଆଉ ମୁଁ ଅଜୟ ଜେଠୀଙ୍କୁ ବାହା ହୋଇଛି ବୋଲି ସୁରେଶଙ୍କୁ ଧମକ ଦେଇଥିଲେ ସ୍ନିଗ୍ଧା ।

ଆଉ ସୁରେଶଙ୍କ ଅଭିଯୋଗ ଅନୁଯାୟୀଦୁହିଙ୍କ ନାଁ ରେ ଅମଲା ରୁଜୁ ହୋଇଛି । ଏପରିକି ସୁରେଶଙ୍କ ଅଭିଯୋଗଙ୍କ ଅନୁଯାୟୀ ଅଜୟ ଜେଠି ଜଣେ ଅପରାଧୀ । ହେଲେ ଆଜି ଯାଏଁ ନିଜ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି ଲେଡି ମ୍ୟାଡମ । ଏ ନେଇ ଅପରାଧୀଙ୍କ ସହ ଥିବା ଲେଡି ଇନ୍ସ୍ପେକ୍ଟର ସୁନା ମ୍ୟାଡମ ସୁନ୍ଦରଗଡର ଜିଲ୍ଲାର ଶିଶୁ ଓ ମହିଳା ଡେସ୍କରେ ଦାୟିତ୍ଵ ନେଇଛନ୍ତି ।

ଏହି ସମ୍ପର୍କରେ ସୁନା ମ୍ୟାଡମଙ୍କୁ ବାରମ୍ବାର ଫୋନ ହୋଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ । ଏପରିକି ସୁନ୍ଦଗଡ ଡିସିପି ଅମଲେଶ ପଣ୍ଡା ଏ ନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ । ତେବେ ସୁନା ମ୍ୟାଡମ ଙ୍କ ବିରୁଦ୍ଧରେ କାର୍ଜ୍ଯନୁଷ୍ଠାନ ନେବାକୁ କାହିଁକି ପୋଲିସ ଡରୁଛି ତାହା ପ୍ରଶ୍ନ ଉଠୁଛି ।

ତେବେ ଏ ନେଇ ଡିସିପି କହିଛନ୍ତି ମୁଁ କୋଉ ଇନ୍ସ୍ପେକ୍ଟରକୁ ଜାଣିନୀ କି କାହା ଅଣ୍ଡରରେ ଚାକିରି କରିନି । ବନ୍ଧୁଗଣ ଆପଣଙ୍କର ଏହି ଘଟଣା ବାବଦରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *