1 ଦିନରେ ପାଆନ୍ତୁ କାଚ ଭଳି ଗୋରା ତ୍ଵଚା ବିନା ଖର୍ଚ୍ଚରେ- Skin Care

ଝିଅ ମାନଙ୍କୁ ନିଜକୁ ସଜାଇବା ସୁନ୍ଦର ଦେଖାଯିବା ବହୁତ ପସନ୍ଦ ହୋଇଥାଏ ଆଉ ସେମାନେ ସୁନ୍ଦରୀ ହେଲେ ତାଙ୍କ ଆତ୍ମ ଭାବ ବଢିଥାଏ ଆଉ ତାଙ୍କୁ ବହୁତ ଭଲ ଅନୁଭବ ହୋଇଥାଏ । ଆଜିକା ସମୟରେ ଯେତେ ଧୁଳି ଆଉ ପ୍ରଦୂଷଣ ହେଉଛି ଯାହାର ବି ସୁନ୍ଦରତା ହଜି ଯାଇ ପାରେ କିନ୍ତୁ କିଛି ଘରୋଇ ଉପାୟ ଦ୍ଵାରା ଆପଣ ନିଜ ସୁନ୍ଦରତା ବଞ୍ଚାଇ ପାରିବେ । ଆଜିକା ସମୟରେ ବହୁତ ବ୍ୟୁଟି ପାର୍ଲର ଆଉ ଅନ୍ୟ ଜାଗା ଅଛି ଯେଉଁଠାରେ ଲୋକ ବହୁତ ବହୁତ ଟଙ୍କା ଖର୍ଚ କରି ସୁନ୍ଦର ହୁଅନ୍ତି କିନ୍ତୁ ତାହା ପ୍ରାକୃତିକ ନ ହବାରୁ କିଛି ଦିନ ଭିତରେ ଆପଣଙ୍କ ଚେହେରା ଯାହାକୁ ସେଇଆ ହୋଇଥାଏ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ପ୍ରାକୃତିକ ଭାବରେ ଯଦି ଆପଣ ସ୍କିନ ସୁରକ୍ଷା କରନ୍ତି ତେବେ ଆପଣଙ୍କ୍ଲୁ କିଛି ଅସୁବିଧା ହବ ନାହିଁ, ଆସନ୍ତୁ ଜାଣିବା କେମିତି ।

ଫେସ ଵାସ :

ପ୍ରାୟତଃ ସମସ୍ତେ ଫେସ ୱାସ ବ୍ୟବହାର କରନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି କି ଫେସ ୱାସ ସହ ମହୁ ମିଶାଇବା ଦ୍ଵାରା ଏହା ଆପଣଙ୍କ ଚେହେରାକୁ ନରମ କରିବା ସହ ଆପଣଙ୍କ ଡେଡ ସ୍କିନ ବାହାର କରିଥାଏ ଯାହା ଦ୍ଵାରା ନୂଆ ଚରମ ଦେଖା ଯାଇଥାଏ ଆଉ ସବୁ ଖରାପ ଜିନିଷ ଆପଣଙ୍କ ଚେହେରାରୁ ବାହାରି ଯାଇଥାଏ । କଣ ଆପଣ ଜାଣିଛନ୍ତି ଏହି ଭଳି ଆପଣ ଯଦି ସବୁଦିନ ବ୍ୟବହାର କରନ୍ତି ତେବେ ଆପଣଙ୍କ ଚେହେରାରେ ପିମ୍ପଲ କେବେ ହୁଏ ନାହିଁ ଆଉ ହେଲେ ମଧ୍ୟ କଳା ଦାଗ କେବେ ରହିବ ନାହିଁ ।

ଫେସ କ୍ଲିଞ୍ଜର :

ଆପଣ ମାନେ ବେସ ଭଲ ଭାବରେ ଜାଣିଛନ୍ତି ଯେ ଫେସ କ୍ଲିଞ୍ଜର ବହୁତ ମହଙ୍ଗା ମିଳିଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଏହା ଘରେ କରିବା ଶିଖେଇବୁ ଆପଣଙ୍କୁ କେବଳ ଗୋଟେ ଗ୍ଳାସ ପାଣି ଗରମ କରିବାକୁ ହବ ଏହି ପାଣି ଗରମ ହେଲା ପରେ ସେଥିରେ ଫ୍ରେସ ଗୋଲାପ ପାଖୁଡା ପକାନ୍ତୁ ଏହା ପରେ ସେଥିରେ ପୁଦିନା ପାତ୍ର ପକାନ୍ତୁ ଆଉ ତା ପରେ ଏହାକୁ ଘୋଡାଇ କିଛି ସମୟ ପାଇଁ ଛାଡି ଦିଅନ୍ତୁ କିଛି ସମୟ ପରେ ଏହାକୁ ଛାଣି ବାହାର କରନ୍ତୁ ଆଉ ସେଥିରେ ଅଳପ ଲେମ୍ବୁ ରସ ପକେଇ ଦିଅନ୍ତୁ ଏହା ପରେ ତାକୁ ଗୋଟେ ବୋତାଲରେ ରାଖୀ ଦିଅନ୍ତୁ ଦେଖିବେ ଆପଣଙ୍କୁ ବହୁତ ସହଜ ଶସ୍ତା କ୍ଲିଞ୍ଜର ମିଳି ଜୀବ ଯାହା ଆପଣଙ୍କ ଚେହେରା ସଫା କରିବା ସହ ସୁନ୍ଦର ମଧ୍ୟ କରିବ ।

ମୋଶ୍ଚାରାଇଜର :

ଆପଣ ମାନଙ୍କୁ ଗୋଟେ ଛୋଟ ତାଟିଆରେ ନଡିଆ ତେଲ ଗରମ କରିବାକୁ ହବ ସେଥିରେ ଗୋଟେ ଛୋଟ ଭେସ୍ଲିନ ପକାନ୍ତୁ ଏହା ପରେ ତାକୁ ଥଣ୍ଡା ହବା ପାଇଁ ଛାଡି ଦିଅନ୍ତୁ ଏହା ପରେ ସେଥିରେ ଅଳପ ଏଲୋଭେରା ଜେଲ ପକାନ୍ତୁ ଆଉ ଭଲ ଭାବରେ ମିଶାଇ ଦିଅନ୍ତୁ ଦେଖିବେ ଆପଣଙ୍କୁ ମୋଶ୍ଚାରାଇଜର ମିଳିଯିବ । ତେବେ ଯେବେ ବି ଭ୍ୟାକ୍ସିନ କରନ୍ତୁ ତାହା ପରେ ଭରପୁର ମୋଶ୍ଚୋରାଇଜର ଲଗାନ୍ତୁ ଆଉ ୧୫ ରୁ ୨୦ ମିନିଟ ପାଇଁ ଛାଡି ଦିଅନ୍ତୁ ଦେଖିବେ ଆପଣଙ୍କ ସ୍କିନ ଚମକିବ ।

Leave a Reply

Your email address will not be published. Required fields are marked *