ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିଲା ବେଳେ କରନ୍ତୁ ନାହିଁ ଏହି ଭୁଲ, ନଚେତ…

ବନ୍ଧୁଗଣ ପୁରାଣ ଅନୁସାରେ କୁହାଯାଇଥାଏ ଯେ ସ୍ନାନ ପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଆବଶ୍ୟକ । ତମ୍ବାର ନୋଟାରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଅତ୍ୟନ୍ତ ଶୁଭ ହେଇଥାଏ । ଜଳ ସହିତ ମନ୍ଦାର ଫୁଲ ମିଶେଇ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଦ୍ଵାରା ବହୁତ ଶୁଭ ହେଇଥାଏ । ଜଳ ଅର୍ପଣ କରିବା ସମୟରେ ସୂର୍ଯ୍ୟ ଦେବଙ୍କ ମନ୍ତ୍ରର ଉଚ୍ଚାରଣ କରିବା ଆବଶ୍ୟକ । ଏହା କରିବା ଦ୍ଵାରା ମନରେ ଶକାରତ୍ମକ ଊର୍ଜା ପ୍ରବେଶ କରିଥାଏ । ଯେଉଁ ବ୍ୟକ୍ତି ନୀତିଦିନ ସକାଳୁ ଉଠି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିଥାଏ ତାହାର କୌଣସି ପ୍ରକାରର ରୋଗ-ବୈରାଗ ହୋଇନଥାଏ । ସେମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧ ସବୁ ସମସ୍ଯା ଦୂର ହେଇଥାଏ ।

ବହୁତ ବ୍ୟକ୍ତି ମାନଙ୍କର କୁଣ୍ଡଳୀରେ ସୂର୍ଯ୍ୟଙ୍କର ଦଶା ଠିକ ନଥାଏ । ଏହି ବ୍ୟକ୍ତି ମାନଙ୍କୁ ସବୁଦିନ ସ୍ନାନ ପରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଉଚିତ । ଏହା କରିବା ଦ୍ଵାରା ଆପଣ ମାନଙ୍କ ଗ୍ରହରେ ଯଦି କିଛି ସମସ୍ଯା ଉପୁଜିଥାଏ ତେବେ ସେଥିରେ ସୁଧାର ଆସିପାରେ । ବନ୍ଧୁଗଣ ଯଦି ଆପଣ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ବେଳେ ଏହିସବୁ ଭୁଲ କରୁଛନ୍ତି ତେବେ ଆପଣଙ୍କର ଜଳ ଅର୍ପଣ କରିବା, ଜଳ ଅର୍ପଣ ନକରିବା ସାଙ୍ଗେ ସମାନ । ଆସନ୍ତୁ ଏବେ ସେ ଭୁଲଗୁଡିକ ବିଷୟରେ ଜାଣିବା ।

ପ୍ରଥମ କଥା ହେଉଛି ସୂର୍ଯ୍ୟଙ୍କୁ ପୂର୍ବ ଦିଗ କରି ଜଳ ଅର୍ପଣ କରନ୍ତୁ । ସୂର୍ଯ୍ୟଙ୍କର ଦିଶା ଯେତେବେଳେ ପୂର୍ବ ଦିଗ ଆଡକୁ ଥିବ ସେହି ସମୟରେ ଉଚିତ ଦିଶା ଦେଖି ଜଳ ଚଢାଇବା ଉଚିତ । ଜଳ ଅର୍ପଣ କରିବା ସମୟରେ ଜଳର ଛିଟା ଆପଣଙ୍କ ପାଦ ଉପରେ ନପଡୁଥିବ ଆପଣଙ୍କୁ ଏଥିପ୍ରତି ଧ୍ୟାନ ଦେବା ଉଚିତ । ଯଦି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରୁଥିବା ସମୟରେ ଏହି ଜଳ ଛିଟା ଆପଣଙ୍କ ପାଦ ଉପରେ ପଡୁଥାଏ ତେବେ ଏହା ଅଶୁଭ ହୋଇଥାଏ । ଆପଣଙ୍କର ଅଜାଣତରେ ବହୁତ ପ୍ରକାରର କ୍ଷତି ହୋଇଥାଏ ।

ଏହା ଦ୍ଵାରା ସୂର୍ଯ୍ୟ ଦେବ କ୍ରୋଧିତ ହେଇଥାନ୍ତି । ତାଙ୍କର ଅଶୁଭ ଦ୍ରୁଷ୍ଟି ଆପଣଙ୍କ ଉପରେ ପଡିବାର ସମ୍ଭାବନା ଅଧିକ ଉପୁଜିଥାଏ । ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଏହି ମନ୍ତ୍ରଟିକୁ ଜପ କରନ୍ତୁ । ମନ୍ତ୍ରଟି ହେଉଛି “ଓଁ ସୂର୍ଯ୍ୟାୟ ନମଃ” । ଦିତୀୟରେ ବିନା ସ୍ନାନରେ ଜଳ ଅର୍ପଣ କରନ୍ତୁ ନାହିଁ । ବନ୍ଧୁଗଣ ସୂର୍ଯ୍ୟ ଦେବଙ୍କୁ ବିନା ସ୍ନାନରେ ଜଳ ଚଢାନ୍ତୁ ନାହିଁ । ଯଦି ଆପଣ ବିନା ସ୍ନାନରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତି ତେବେ ସୂର୍ଯ୍ୟ ଦେବ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହେଇଥାନ୍ତି । ଏହା ଫଳରେ ସୂର୍ଯ୍ୟ ଦେବଙ୍କ କୋପ ଦ୍ରୁଷ୍ଟି ଆପଣଙ୍କ ଉପରେ ପଡିଥାଏ । ଆପଣଙ୍କୁ ନାନା ପ୍ରକାରର କଠିନ ସମସ୍ୟାର ସମୁଖୀନ ହେବାକୁ ପଡିଥାଏ ।

ଏହା ଫଳରେ ପ୍ରତ୍ୟକ କାର୍ଯ୍ୟରେ ଆପଣ ଅସଫଳ ହେବେ । ତୃତୀୟରେ ତମ୍ବା ପାତ୍ରର ଉପଯୋଗ । ବନ୍ଧୁଗଣ ଆଜିକାଲି ପ୍ଲାଷ୍ଟିକର ଯୁଗ ଚାଲିଅଛି । ସମସ୍ତେ ପ୍ରାଏ ପ୍ଲାଷ୍ଟିକ୍ ପାତ୍ର ବ୍ୟବହାର କରିବାକୁ ଭଲ ପାଇଥାନ୍ତି । କିନ୍ତୁ ବନ୍ଧୁଗଣ ସୂର୍ଯ୍ୟ ଦେବଙ୍କୁ ପ୍ଲାଷ୍ଟିକ ପାତ୍ରରେ ଜଳ ଅର୍ପଣ କରନ୍ତୁ ନାହିଁ । ସୂର୍ଯ୍ୟ ଦେବଙ୍କୁ ତମ୍ବା ପାତ୍ରରେ ଜଳ ଅର୍ପଣ କରନ୍ତୁ । ଏହା ଫଛରେ ବୈଜ୍ଞାନିକ କାରଣ ହେଉଛି ଯେ ସୂର୍ଯ୍ୟଙ୍କୁ ପ୍ଲାଷ୍ଟିକ ପାତ୍ରରେ ଜଳ ଅର୍ପଣ କରୁଥିବା ସମୟରେ ସୂର୍ଯ୍ୟଙ୍କ ଉତ୍ତାପରେ ପ୍ଲାଷ୍ଟିକ ପାତ୍ରରୁ କିଛି ଏଭଳି ବିଷାକ୍ତ ଗ୍ଯାସ ବାହାରିଥାଏ ଯାହା ଆମ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ।

ଚତୁର୍ଥରେ ବ୍ରାହ୍ମ ମୁହୂର୍ତରେ ହିଁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ । ବ୍ରହ୍ମ ମୁହୂର୍ତର ସମୟ ହେଉଛି ପ୍ରାତଃ ୩ ଟାରୁ ୫ଟା  ମଧ୍ୟର ସମୟ । ଏହି ସମୟଟି ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ପାଇଁ ଉଚିତ ସମୟ ମାନାଯାଇଥାଏ । ଜଳ ଅର୍ପଣ କରିବା ସମୟରେ ଆପଣଙ୍କର ନିୟମିତ କ୍ରିୟା-କର୍ମ ମଧ୍ୟ ପୂରଣ ହେବା ଉଚିତ । ଆପଣ ଶ୍ୱୋଛ ବସ୍ତ୍ର ପିନ୍ଧି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ଏମିତି କରିବା ଦ୍ଵାରା ନବଗ୍ରହଙ୍କର କୃପା ଆପଣଙ୍କ ଉପରେ ବନି ରହିବ ।

ପଞ୍ଚମରେ ଅକ୍ଷତ ଏବଂ ପୁଷ୍ପ ରହିବା ଉଚିତ । ସୂର୍ଯ୍ୟ ଦେବଙ୍କୁ ଜଳ ଚଢାଇବା ସମୟରେ ଜଳରେ ଅକ୍ଷତ ଏବଂ ମନ୍ଦର ଫୁଲ ରହିବା ଆବଶ୍ୟକ । ଶଷ୍ଠରେ ସବୁବେଳେ ଆପଣଙ୍କର ହାତକୁ ନିଜ ମୁଣ୍ଡ ଉପରେ ରଖି ଜଳ ଅର୍ପଣ କରିବା ଆବଶ୍ୟକ । ଏହି କେତେକ ନିୟମର ପାଳନ କରନ୍ତୁ ଦେଖିବେ ଆପଣଙ୍କୁ ଆଶୀର୍ବାଦ ପ୍ରାପ୍ତ ହେବ । ଯଦି ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *