ବର୍ଷର ଶେଷ ସୂର୍ଯ୍ୟପରାଗ(Solar Eclipse 2022), କେଉଁ ସମୟରେ ଲାଗିବ ସୂର୍ଯ୍ୟପରାଗ ? କଣ କରିବେ କଣ ନାହିଁ ?

ନମସ୍କାର ବନ୍ଧୁଗଣ ଆଜି ହେଉଛି ଖଣ୍ଡ ପ୍ରହାର ବା ଆଂଶିକ ସୂର୍ଯ୍ୟ ପରାଗ । ଏହି ସୂର୍ଯ୍ୟ ପରାଗ ବର୍ଷ ର ଅନ୍ତିମ ସୂର୍ଯ୍ୟ ପ୍ରାଗ ଅଟେ । ତେବେ ଏହା ବହୁତ ଭୟଙ୍କର ଓ ଖରାପ ବୋଲି ଜ୍ୟୋତିର୍ବିଦ ମାନେ ଆକଳନ କରି କହିଛନ୍ତି । ତେବେ ପରାଗ ଲାଗିବା ସମୟରେ ସତର୍କ ରହିବାକୁ ସୂଚନା ଦିଆ ଯାଇଛି । ଆଜି ଅପରାହ୍ନ ୨ଟା ୨୮ ରେ ଆରମ୍ଭ ହୋଇ ୫ଟା ୩୨ ମିନିଟ ରେ ଶେଷ ହେଉଥିବା ବେଳେ ଏସିୟା ଓ ୟୁରୋପ ମହାଦେଶରେ ଦୃଶ୍ୟମାନ ହେବ । ତେବେ ଭୁବନେଶ୍ଵର ରେ ୪ଟା ୫୬ ମିନିଟ ରୁ ୫ଟା ୧୬ ଯାଏଁ ଅର୍ଥାତ ପ୍ରାୟ ୨୦ ମିନିଟ ପାଇଁ ଦେଖାଯିବ ଏହି ଆଂଶିକ ସୂର୍ଯ୍ୟ ପରାଗ ।

ଏଠାରେ ସୂର୍ଯ୍ୟ ଙ୍କର ମାତ୍ର ୧୦ ରୁ ୧୫ ପ୍ରତିଶତ ଅଂସ ଘୋଡେଇ ହେବ । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳ ରେଖାରେ ରେହିଲେ ଚନ୍ଦ୍ର ର ଛାଇ ପୃଥିବୀ ଉପରେ ଯେଉଁ ଅଞ୍ଚଳ ରେ ପଡେ ସେଠାରେ ସୂର୍ଯ୍ୟ ପରାଗ ଦେଖାଯାଏ । ତେବେ ଏହି ସମୟରେ ସୂର୍ଯ୍ୟ ଙ୍କୁ କେବେ ବି ଖାଲି ଆଖି ରେ ନ ଦେଖିବା କୁ ସତର୍କ କରିଛନ୍ତି ବୈଜ୍ଞାନିକ ମାନେ । ଆଜି ଭୋର ୪ଟା ୫୬ ମିନିଟ ରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ କରା ଯାଇଛି । ଖାଲି ବିଜ୍ଞାନ ନୁହେଁ ବରଂ ଦେଶରେ ବିଶ୍ବାସରେ ମଧ୍ୟ ରହି ଆସିଛି ସୂର୍ଯ୍ୟ ପରାଗର ବଡ ଭୂମିକା ।

ଜ୍ୟୋତିର୍ବିଦ ଙ୍କ ମତରେ ଆଜି କେତୁ ଗ୍ରସ୍ତ ଖଣ୍ଡ ଗ୍ରସ୍ତ ସୂର୍ଯ୍ୟ ପରାଗ ପଡୁଛି । ସୂର୍ଯ୍ୟ ପରାଗର ସ୍ପର୍ଶ ର ୧୨ ଘଣ୍ଟା ପୂର୍ବ ରୁ ଅର୍ଥାତ ଆଜି ଭୋର ୪ଟା ୫୬ ମିନିଟ ରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ କରା ଯାଇଛି । ଗ୍ରହଣ ସ୍ପର୍ଶ ଆଜି ଅପରାହ୍ନ ୪ଟା ୫୬ ମିନିଟ ୫୨ ସେକେଣ୍ଡ ଓ ଗ୍ରହଣ ଶରବି ମୋକ୍ଷ ସନ୍ଧ୍ୟା ୬ଟା ୨୬ ମିନିଟ ୫୨ ସେକେଣ୍ଡ ରେ ରହିଛି । ଆଜି ଶ୍ରୀ ମନ୍ଦିର ପୁରୀ ରେ ମଧ୍ୟ ସ୍ଵତନ୍ତ୍ର ରୀତିନୀତି ପାଳନ ହୋଇଛି ।

ଗତ କାଲି ରାତି ୧୨ ଟା ରେ ଦ୍ଵାରା ଫିଟା ସହ ଆଜି ଭୋର ୪ଟା ୫୫ ମିନିଟ ରେ ଭୋଗ ମଣ୍ଡପ ଶେଷ ହୋଇ ନୀତି ବନ୍ଦ ହୋଇଛି । ଭୋଗ ନୀତି ସରିବା ପରେ ରାଧା ଦାମୋଦର ବେସ ମଇଲମ୍ବା ହୋଇ ଆଜି ଅପରାହ୍ନ ୪ଟା ୫୬ ମିନିଟ ରେ ଗ୍ରହଣ ସ୍ପର୍ଶ ପରେ ମହାସ୍ନାନ ହେବ ମହାପ୍ରଭୁ ଜଗନ୍ନାଥ ଙ୍କର । ବନ୍ଧୁଗଣ ଆପଣ ମାନଙ୍କର ଲାଗୁଥିବା ସୂର୍ଯ୍ୟପରାଗ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏର ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *