ବାଂଲାଦେଶରେ ବାତ୍ୟା Sitrang ରଚିଲା ତାଣ୍ଡବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଲ୍ୟାଣ୍ଡଫଲ କରିଛି ବାତ୍ୟା ସିତରାଙ୍ଗ । ବାଙ୍ଗାଲଦେଶ ଉପକୂଳରେ ତାଣ୍ଡବ ରହିଛି ବାତ୍ୟା । ବାତ୍ୟା ବ୍ୟାପକ କ୍ଷୟ ଖ୍ଯାତି ଘଟାଇଛି । ବାଙ୍ଗଲାଦେଶ ଉପକୂଳର ୬ଟି ଜିଲ୍ଲାରେ ପ୍ରଭାବ ଦେଖାଇଛି ସାମୁଦ୍ରିକ ଝଡ । ବର୍ତ୍ତମାନ ସୁଦ୍ଧା ବାତ୍ୟାରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ମାନେ ୩ଟି ପରିବାରର ଜଣା ପଡିଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବାଙ୍ଗଲାଦେଶ ଉପକୁଳ ରେ ବାତ୍ୟା ପ୍ରଭାବ କାରଣରୁ ଘଣ୍ଟା ପ୍ରତି ୮୮ କିମି ବେଗରେ ପବନ ବୋହିଥିଲା ।

ସମୁଦ୍ରରେ ୫ରୁ ୮ ଫୁଟ ଜୁଆର ଉଠିଥିଲା । ଅନେକ ସ୍ଥାନରେ ଉପୁଡି ପଡିଛି ବଡ ବଡ ଗଛ । ବହୁ ସ୍ଥାନରେ ରାସ୍ତା କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଦ୍ୟୁତ ସର୍ବାହ ବାଧା ପ୍ରାପ୍ତ ହୋଇଛି । ହଜାର ହଜାର ଲୋକେ ଅନ୍ଧାର ରେ ଅଛନ୍ତି । ବହୁ ଘର ଭାଙ୍ଗିଥିବା ବେଳେ ବ୍ୟାପକ ଫସଲ ନଷ୍ଟ ହୋଇଛି । ବଲିସର ଶାରରେ ପସିଛି ସମୁଦ୍ର ପାଣି । ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳରେ ରଖାଯାଇଛି । ଗତ କାଲି ରାତି ୯ଟା ୩୦ରୁ ୧୧ଟା ୩୦ ମଧ୍ୟରେ ବାତ୍ୟା ବାଙ୍ଗଳାଦେଶ ଉପକୂଳରେ ପରିସାଲ ନିକଟରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ସିତରାଙ୍ଗ ।

ଏହା ପରେ ଦୁର୍ବଳ ହୋଇ ଡିପ ଡିପ୍ରେସନ ହୋଇଛି । ଆସନ୍ତା ୩ ଘଣ୍ଟାରେ ଡିପ ଡିପ୍ରେସନ ହେବ ସହ ପରବର୍ତ୍ତୀ ୬ ଘଣ୍ଟାରେ ୱେଲମାର୍କ ଲୋ ପ୍ରେସର ହେବ । ବାତ୍ୟା ପ୍ରଭାବରେ ବାଙ୍ଗଲାଦେଶରେ ପବନ ସାଙ୍ଗକୁ ବର୍ଷା ମଧ୍ୟ ଅଧିକ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ଲୋ ପ୍ରେସରରେ ପରିଣତ ହୋଇପାରେ । କିନ୍ତୁ କାଲି ଅପରାହ୍ନ ସୁଦ୍ଧା ବର୍ଷାର ପରିମାଣ ଉତ୍ତର-ପୂର୍ବ ରାଜ୍ୟ ମାନଙ୍କରେ ରହିବ । କିନ୍ତୁ ଓଡିଶାରେ ବାତ୍ୟାର ପ୍ରଭାବ କିଛି ବି ରହିବ ନାହି ।

ବାତ୍ୟା ସିତରଙ୍ଗ ନିଜର ଭୟଙ୍କର ରୂପ ଦେଖାଇଛି ଯାହା ଆକଳନ କରାଯାଇ ନ ଥିଲା । ବାଙ୍ଗଲାଦେଶ ସରାକର ୧୨ ହଜାର ପଶୁ ଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି । ସରକାରୀ ସୂତ୍ର ରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲେ ବି ଏହା ଅଧିକ ହୋଇପାରେ ବୋଲି ପ୍ରଚାର ହେଉଛି । ଏହା ସହ ବରୀଶଲ ଅଞ୍ଚଳ ଅଧିକ କ୍ଷୟ କ୍ଷତି ହୋଇଛି । ଏହା ଛାଡ ଚଟଗ୍ରାମ, କୁମୀଲା, ଚାଁଦପୁର ଅଞ୍ଚଳ ରେ ବ୍ୟାପକ କ୍ଷତି ହୋଇଛି ।

ବର୍ତ୍ତମାନ ସୁଦ୍ଧା ଏହାକୁ ସ୍ଵାଭାବିକ କରିବା ପାଇଁ ବାଙ୍ଗାଲଦେଶ ସରକାର ଚେଷ୍ଟା ଚଳାଇଛନ୍ତି । ବୈଜ୍ଞାନିକ ଙ୍କ କହିବା ଅନୁଯାୟୀ ସୁନ୍ଦରବନ ଥିବାରୁ ବାଙ୍ଗଲାଦେଶ ଏହି ଆତଙ୍କ ରୁ ମୁକୁଳି ପାରିଛି । ଏହି ବାତ୍ୟା କୁ ଅନେକ ମାତ୍ରା ରେ ଅଟକାଇବା ପାଇଁ ସୁନ୍ଦରବାନ ମୁଖ୍ୟ ଭୂମିକା ନିଭାଇଛନ୍ତି କହିଛନ୍ତି ବୈଜ୍ଞାନିକ ମାନେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *