ଭଲ ପାଇବା ଗୋଟେ ଏମିତିକା ଜିନିଷ ଯାହା ଯେତେବେଳେ ହେଇଥାଏ ସେତେବେଳେ ବୟସ, ଧର୍ମ, ଜାତି, ରଙ୍ଗ, ରୂପ କିଛି ମାନ୍ୟତା ରଖି ନଥାଏ । ମଣିଷ କେବଳ ସାମ୍ନା ଲୋକର ମନ ଦେଖିଥାଏ ଆଉ ତାକୁ କିଛି ଦେଖା ଦେଇନଥାଏ, ଯେତେବେଳେ ଝିଅ ବିବାହ ହୋଇଥାଏ ସେତେବେଳେ ସେ କି ତା ଘର ଲୋକ ଝିଅ ଠାରୁ ଅଧିକ ବୟସ ବର ଦେଖିଥାନ୍ତି । ଆମ ସମାଜରେ ଏହି ଧାରଣା ଅଛି ଯେ ସ୍ଵାମୀ ସ୍ତ୍ରୀ ଠାରୁ ବୟସରେ ବଡ ହେଲେ ଭଲ ହେଇଥାଏ, ତେବେ ପ୍ରେମରେ ଥିବା ଲୋକଙ୍କୁ ଏହି କଥା ବୁଝି ଆସେ ନାହିଁ । ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଠାରୁ ଛୋଟ ପୁଅ ସହ ବିବାହ କରିଛନ୍ତି ।
୧. ଭାରତୀ ସିଂହ ଓ ହର୍ଷ ଲିମ୍ବାଛିଆ :
ଭାରତୀୟ କାମେଡି ଦୁନିଆରେ ” ଲାଫ୍ଟର କ୍ଵିନ” ନାମରେ ପ୍ରଚଳିତ ଅଛନ୍ତି, ଯେତେବେଳେ ଭାରତୀୟ କାମେଡି ସର୍କସରେ ଥିଲେ ସେହି ସମୟରେ ହର୍ଷ ଶେଠୀ କମେଡି ସ୍କ୍ରିପ୍ଟ ଲେଖିବା କାମ କରୁଥିଲେ । ଏହି ସମୟରେ ଦୁହେଁ ସାଙ୍ଗ ହେଲେ, ତେବେ ଏହା ପରେ ମିତ୍ରତା ପ୍ରେମରେ ବଦଳି ଗଲା ଆଉ ବହୁତ ବର୍ଷ ଡେଟ କରିବା ପରେ ଦୁହେଁ ୨୦୧୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କଣ ଆପଣ ଏହା ଜାଣିଛନ୍ତି ଯେ ହର୍ଷ ଭାରତୀଙ୍କ ଠାରୁ ୮ବର୍ଷ ସାନ ଅଛନ୍ତି । ତେବେ ଦୁହିଙ୍କ ଭଲ ପାଇବା ମଝିରେ କେବେ ବୟସ ଆସି ନାହିଁ ଦୁହେଁ ବହୁତ ଖୁସି ଅଛନ୍ତି ।
୨. ଅର୍ଚନା ପୁରନ ସିଂହ ଓ ପରମିତ ଶେଠୀ :
ଅର୍ଚନା ଟିଭି ଆଉ ଫିଲ୍ମ ଦୁନିଆ ବହୁତ ବଡ କଳାକାର ଅଟନ୍ତି, ସେ ବର୍ତମାନ “ଦ କପିଲ ଶର୍ମା ଷୋ” ରେ ଦେଖା ଯାଉଛନ୍ତି । ଅର୍ଚନା ପରମିତ ଶେଠୀ ସହ ୧୯୯୨ରେ ବିବାହ କରିଥିଲେ, ତେବେ କଣ ଆପଣ ଜାଣିଛନ୍ତି ଅର୍ଚନା ପରମିତ ଠାରୁ ୭ ବର୍ଷ ବଡ ଅଟନ୍ତି । ତେବେ ବିବାହ ଆଗରୁ ଦୁହେଁ ୪ ବର୍ଷ ପର୍ଯ୍ୟନ୍ତ ଲିଭଇନ ରିଲେସନଶିପରେ ରହିଥିଲେ ଏହି ସମୟରେ ପରିବାର ଆଉ ମିଡିଆ ଲୋକ ବହୁତ କଥା କହିଥିଲେ କିନ୍ତୁ ଦୁହିଙ୍କୁ କିଛି ଫରକ ପଡିନଥିଲା ଆଜିବି ଦୁହିଙ୍କ ମଝିରେ ବହୁତ ଭଲ ପାଇବା ଅଛି ।
୩. ମାହି ବୀଜ : ଜୟ ଭାନୁଶାଳୀ :
ମାହି ବୀଜ ଟିଭି ଦୁନିଆ ବହୁତ ବଡ ନା ଅଟନ୍ତି, ସେ ନିଜ ସ୍ଵାମୀ ଜୟ ଭାନୁଶାଳିଙ୍କ ଠାରୁ ୨ ବର୍ଷ ବଡ ଅଟନ୍ତି, ଦୁହେଁ କିଛି ବର୍ଷ ଏକାଠି ରହିବା ପରେ ୨୦୧୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।