ସ୍ଵପ୍ନରେ ସାପ ଦେଖିଲେ ମିଳିଥାଏ ଏହି 8 ସଂକେତ, ଭୁଲ୍ ରେ ବି ଅନ୍ୟମାନଙ୍କୁ କୁହନ୍ତୁ ନାହିଁ- Swapna Shastra

ବନ୍ଧୁଗଣ ସ୍ଵପ୍ନ ଆମେ ସମସ୍ତେ ଦେଖିଥାଉ । କେବେ ସୋଇଥିବା ସମୟରେ ବା ଚାହିଁଥିବା ସମୟରେ । ପ୍ରତେକ ସ୍ଵପ୍ନ ନିଜ ନିଜ ଭିତରେ ଖାସ ହୋଇଥାଏ । ପ୍ରତେକ ସ୍ଵପ୍ନର ବିଶେଷ ଅର୍ଥ ମଧ୍ୟ ହୋଇଥାଏ । ଆମ ସ୍ଵପ୍ନରେ କେତେକ ଏମିତି ଜିନିଷ ଆସିଥାଏ ଯାହା ଆମକୁ କିଛି ସଂକେତ ଦେଇଥାଏ ଓ ଭବିଷ୍ୟରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ସୂଚନା ଦେଇଥାଏ । ସ୍ଵପ୍ନରେ ଦେଖାଯାଉଥିବା ବସ୍ତୁ ବିଷୟରେ ଆମେ ଜାଣି ନ ଥାଉ ଯାହା କାରଣରୁ ଆମର ବହୁତ ବଡ କ୍ଷତି ହୁଏ ।

ପଶୁପକ୍ଷୀ ମାଧ୍ୟମରେ ମଧ୍ୟ ସ୍ଵପ୍ନରେ ସଂକେତ ମିଳିଥାଏ । ଆଜି ଆମେ ଆପଣଙ୍କୁ ସ୍ଵପ୍ନରେ ସାପ ଦେଖିଲେ କେଉଁ ସଂକେତ ମିଳିଥାଏ ତାହା କହିବାକୁ ଯାଉଛୁ । ସାଧାରଣତ ସାପକୁ ଦୃଢତା, ଧୃଷ୍ଟତା ର ପ୍ରତୀକ ମାନାଯାଏ । ଏଥିପାଇଁ ସ୍ଵପ୍ନରେ ସାପ ଦେଖିବାର ସଂକେତ ଶୁଭ କମ ଓ ଅଶୁଭ ଅଧିକ ହୋଇଥାଏ । ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ସାପ ଭିତରେ ବିଶେଷ ଶକ୍ତି ରହିଥାଏ ଯାହାକୁ ଭବିଷ୍ୟରେ ଘଟିବାକୁ ଥିବା ଘଟଣା ସମୟରେ ପୂର୍ବରୁ ଜଣା ଯାଇଥାଏ ।

କେବଳ ଏତିକି ନୁହେ ସାପକୁ ପୂର୍ବ ଜନ୍ମର ଜ୍ଞାନ ମଧ୍ୟ ଜନାଜାଏ । ଏବେ ଆସନ୍ତୁ ଜାଣିବା ସାପ କେଉଁ କେଉଁ ସଂକେତ ଦେଇଥାଏ ସ୍ଵପ୍ନ ଜରିଆରେ । ୧- ମରିଥିବା ସାପକୁ ସ୍ଵପ୍ନରେ ଦେଖିଲେ ଆପଣଙ୍କ ଜୀବନରେ ବାଧା, ସଙ୍କଟ ବହୁତ ଜଲ୍ଦି ଦୂର ହେବ ।

୨- ସ୍ଵପ୍ନରେ ସାପକୁ ଧରିବା ଅବସ୍ଥାରେ ଦେଖିଲେ ଶୁଭ ସଂକେତ ହୋଇଥାଏ । ଏହାର ଅର୍ଥ ଭବିଷ୍ୟରେ ପରିଶ୍ରମରେ ବଭୁତ ଧନ ସମ୍ପତି ପ୍ରାପ୍ତ କରିବା ସହ ବହୁତ ଭଲ ଭାବେ ବ୍ୟବହାର କରିବେ ।

୩- ସ୍ଵପ୍ନରେ ଯଦି ସାପ ଉଡୁଥିବାର ଦେଖାଦିଏ ତେବେ ତାହା ଉନ୍ନତି ଓ ପ୍ରଗତିର ସୂଚକ ହୋଇଥାଏ ।

୪- ସ୍ଵପ୍ନରେ କଳା ରଙ୍ଗର ସାପ ଦେଖାଗଲେ ତେବେ ଆମ ଉପରେ କାଳସର୍ପ ର ଦୋଷ ଅଛି । ସବୁଜ ରଙ୍ଗର ସାପ ଦେଖିଲେ ଶୁଭ ସଙ୍କେତ ହେବ ସହ ନିକଟ ଭବିସ୍ୟତରେ ଘଟିବାକୁ ଥିବା ଭଲ ଖବର ଆଡକୁ ଇସାରା ଦେଇଥାଏ ।

୫- ସ୍ଵପ୍ନରେ ଧଳା ରଙ୍ଗରେ ସାପ ଦେଖିଲେ ଶୁଭ ସଂକେତ ହେବା ସହ ଧନ ପ୍ରାପ୍ତି ହୋଇଥାଏ । ସ୍ଵପ୍ନରେ ସାପ ଭୟ କରି ଦୌଡୁଥିବାର ଦେଖିଲେ ଅଶୁଭ ସଂକେତ ହୋଇଥାଏ । ଏହାର ଅର୍ଥ ଶତ୍ରୁଙ୍କ ଠାରୁ ସତର୍କ ରହିବା ଉଚିତ ।

୬- ସ୍ଵପ୍ନରେ ସାପ କାମୁଡିଛି ବା ଗୋଡାଉଛି ଅଶୁଭ ଘଟଣାର ସୂଚନା ଦେଇଥାଏ । ସ୍ଵପ୍ନରେ ନାଗ ନାଗୁଣୀର ଯୋଡା ଦେଖିଲେ ପୂର୍ବଜ ମାନେ କିଛି ସଂକେତ ଦେଇଥାନ୍ତି କି କୁଳଦେବତାଙ୍କ ପୂଜା ଉପାସନା କରିବା ଦରକାର ।

୭- ସ୍ଵପ୍ନରେ ସାପ ଛୁଆ ଦେଖିଲେ ଏକା ସାଥିରେ ଚିନ୍ତାରେ ପଡିବାକୁ ପଡିପାରେ ଓ ଏହାର ନିବାରଣ ଜଲ୍ଦି ହୋଇଯିବ । ସ୍ଵପ୍ନରେ ନେଉଳ ସାପର ଲଢେଇ ଦେଖିଲେ ଗୁପ୍ତ ଶତ୍ରୁର ଖୁଲାସା ହୋଇଯିବ ।

୮- ସ୍ଵପ୍ନରେ ସାପ ଶିବଲିଙ୍ଗ ଉପରେ ସୋଇଥିବାର ଦେଖନ୍ତି ବା ଗୁଡେଇ ହେବାର ଦେଖିଲେ ଶିବଙ୍କ କୃପା ପ୍ରାପ୍ତ ହେବାର ସୂଚନା ମିଳିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବାକୁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *