ସ୍ଵରାଜଙ୍କ ଅସଲ ଜୀବନ ସାଥି

ଅଲିଉଡ ଦୁନିଆ ଏମିତି ଗୋଟେ ଦୁନିଆ ଅଟେ ଯେଉଁଠାରେ ଦର୍ଶକ ମାନଙ୍କୁ ଯିଏ ପସଦ ଆସିଲା ତା ଭାଗ୍ୟ କବାଟ ଖୋଲି ଯାଇଥାଏ ଆଉ ଦର୍ଶକ ମାନଙ୍କୁ ପସନ୍ଦ ନଆସିଲେ ସେହି ବ୍ୟକ୍ତି ସିନେମା ଜଗତରୁ ଖୁବ ଶୀଘ୍ର ହଜି ଯାଇଥାଏ । ତେବେ ସିନେମା ଦୁନିଆରେ ନିଜର ଗୋଟେ ସ୍ଥାନ ବଣାଇ ରଖିବା ବହୁତ କଷ୍ଟକର କାହିଙ୍କିନା ଦିନକୁ ଦିନ ନୂଆ ନୂଆ କଳାକାର ମାନେ ଆସନ୍ତି ଆଉ ସମସ୍ତେ ବହୁତ ଭଲ ହୋଇଥାନ୍ତି । ତେବେ କିଛି କଳାକାର ମାନେ ଏମିତି ମଧ୍ୟ ଅଛନ୍ତି ଯିଏ ଚାଇଲ୍ଡ କଳାକାର ଭାବରେ କାମ କରୁଥିଲେ କିନ୍ତୁ ବର୍ତମାନ ମୁଖ୍ୟ ଅଭିନେତା ବା ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରୁଛନ୍ତି ।

ଆପଣ ମାନେ ସ୍ଵରାଜ ବାରିକଙ୍କୁ ଜାଣିଥିବେ ସେ ଚାଇଲ୍ଡ କଳାକାର ଭାବରେ ବହୁତ ଫିଲମରେ କାମ କରିଛନ୍ତି ତାଙ୍କ ନଟଖଟ ସ୍ଵଭାବ ଆଉ ସୁନ୍ଦର ଚେହେରା ଦର୍ଶକ ମାନଙ୍କ ମନ ବହୁତ କିଣିଥିଲା ତେବେ ଏବେ ସ୍ଵରାଜ ବଡ ହୋଇ ଯାଇଛନ୍ତି ଆଉ ସେ ମୁଖ୍ୟ ଅଭିନେତା ଭାବରେ ପ୍ରଥମ ଚଳଚିତ୍ର ମଧ୍ୟ କରିଛନ୍ତି ଯାହା ନା ଥିଲା “ତୁ ମୋ ଲଭ ଷ୍ଟୋରି” ଏହିଫିଲମରେ ସ୍ବରାଯଙ୍କ ହିରୋଇନ ଭୂମିକା ଦାସ ହୋଇଥିଲେ ।

ଏହି ଫିଲ୍ମ ର କାହାଣୀ ଆଉ ଦୁହିଙ୍କ ପ୍ରେମ ଦେଖି ଦର୍ଶକ ମଧ୍ୟ ଭାବିଥିଲେ ଯେ ଭୂମିକା ତାଙ୍କ ରିଲ ଆଉ ରିଅଲ ଲାଇଫ ପ୍ରେମିକା ଅଟନ୍ତି କିନ୍ତୁ ସେମିତି କିଛି ନଥିଲା । ସ୍ଵରାଜ ନିଜ କାମ ପ୍ରତି ବହୁତ ପରିଶ୍ରମୀ ଅଟନ୍ତି ସେ ସବୁ ଫିଲ୍ମ ଆଗରୁ ଭଲ ଅଭ୍ଯାସ କରନ୍ତି ଆଉ ତାଙ୍କ ସଫଳତା ତାଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥାଏ ।

ତେବେ ଏହି ପ୍ରଥମ ଚଳଚିତ୍ର ପରେ ସମସ୍ତେ ଭୂମିକାଙ୍କୁ ତାଙ୍କ ପ୍ରେମିକା ଭାବିଥିଲେ କିନ୍ତୁ ଏହା ପରେ ଶିବାନୀଙ୍କ ସହ ସ୍ବରାଯଙ୍କ ବହୁତ ଫଟୋ ସୋଶିଅଲ ମିଡିଆରେ ଦେଖିବାକୁ ମିଳିଥିଲା ଯାହା ପରେ ସମସ୍ତେ ଏହା ଭାବିଥିଲେ ଯେ ସ୍ଵରାଜ ଶିବାନୀଙ୍କୁ ଭଲ ପାଉଛନ୍ତି କିନ୍ତୁ ନିଜ ଫିଲ୍ମ ପ୍ରମୋଶନ ପାଇଁ ଆସିଲା ବେଳେ ଯେତେବେଳେ ସ୍ବରାଯଙ୍କୁ ପଚରା ଗଲା ଯେ ଆପଣଙ୍କ ଜୀବନ ସଂଗିନୀ କିଏ ସେତେବେଳେ ସ୍ଵରାଜ କହିଥିଲେ ଯେ ମୋର କେହି ଜୀବନ ସଂଗିନୀ ନାହାନ୍ତି ମୁଁ ଏବେ କେବଳ ନିଜ କାମ ଉପରେ ଧ୍ୟାନ ଦବାକୁ ଚାହୁଁଛି ଆଉ ଜୀବନରେ ଆଗକୁ ବଢିବାକୁ ଚାହୁଁଛି ନିଜ ଲକ୍ଷ ପାଇବା ପରେ ମୁଁ ଏହା ବିଷୟରେ ଚିନ୍ତା କରିବି ବା ଭାବିବି ।

Leave a Reply

Your email address will not be published. Required fields are marked *