ଦୋଳପୂର୍ଣ୍ଣିମା (ହୋଲି) ରେ କରନ୍ତୁ ଏହି ଚମତ୍କାରୀ ଉପାୟ, ହେବ ଧନ ବର୍ଷା

ବନ୍ଧୁଗଣ ହିନ୍ଦୁ ମାନଙ୍କର ଗୋଟିଏ ବଡ ପର୍ବ ଦୋଳପୂର୍ଣ୍ଣିମା ଅଟେ । ଦୋଳି ଅଥବା ବିମାନ ଭଳି ଝୁଲଣ ରେ ରାଧାକୃଷ୍ଣ ଙ୍କୁ ବସାଇ ଭ୍ରମଣ କରାଯାଇଥାଏ । ଏହି ପବିତ୍ର ଦିନରେ ରାଧାକୃଷ୍ଣ ଙ୍କୁ ବସାଇ ପରିକ୍ରମା କରୁଥିବାରୁ ଏହାର ନାମ ଦୋଳଯାତ୍ରା ରଖାଯାଇଛି । ବନ୍ଧୁଗଣ ଏହା ଫାଲ୍ଗୁନ ମାସ ଶୁକ୍ଲ ପକ୍ଷ ର ଦଶମୀ ରୁ ଆରମ୍ଭ ହୋଇ ଏହା ପୂର୍ଣ୍ଣମୀରେ ଶେଷ ହୋଇଥାଏ । ଫଗୁଦଶମୀ ଦିନ ରାଧାକୃଷ୍ଣ ଙ୍କୁ ସଜାଇ ତାଙ୍କୁ ବିମାନରେ ସ୍ଥାପନା କରାଯାଇଥାଏ । ବିମାନଟିକୁ ଅତି ସୁନ୍ଦର ଭାବରେ ଆମ୍ବ ପେନ୍ଥା, ଆମ୍ବ ଡାଳ, ବଉଳ, ନାନା ପ୍ରକାରର ପୁଷ୍ପରେ ସଜାଯାଇଥାଏ ।

ଠାକୁରଙ୍କର ବିମାନକୁ କାନ୍ଧରେ କାନ୍ଧେଇ ଗୋପାଳ ପିଲାମାନେ କୀର୍ତ୍ତନର ସହିତ ଘରକୁ ଘରକୁ ବୁଲାଇ ଥାନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି ଦୋଳ ପୂର୍ଣ୍ଣିମା ପରଦିନ ହୋଲି ପର୍ବ ପାଳନ କରାଯାଏ । ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତେ ହୋଲି ପର୍ବର ମଜା ନେଇଥାନ୍ତି । ଏହି ହୋଲିରେ ଅଭୀର ଖେଳ ବସନ୍ତ ପରି କେତେକ ରୋଗ ପାଇଁ ପ୍ରତିଶୋଧକ ହୋଇଥାଏ । ପୌରାଣିକ ମାନ୍ୟତା ଅନୁଯାୟୀ ଏହିଦିନ ଶ୍ରୀ କୃଷ୍ଣ ମଇତ୍ର ନାମକ ଏକ ରାକ୍ଷ୍ୟାସକୁ ବଦ୍ଧ କରିଥିଲେ । ଏହା ବ୍ଯତୀତ ଅଗ୍ନିଦେବ ପୋଲିକା ରାକ୍ଷାସକୁ ବଦ୍ଧ କରି ପ୍ରହଲ୍ଲାଦ କୁ ମୃତ୍ୟୁ ମୁଖରୁ ନେଇ ଆସିଥିଲେ ।

ବନ୍ଧୁଗଣ ସେହିଦିନଠାରୁ ଏହିଦିନ ଟିକୁ ସ୍ମରଣ କରିବା ପାଇଁ ଦୋଳ ଅଥବା ହୋଲିପର୍ବ ପାଳନ କରାଯାଇଥାଏ । ସେଥିପାଇଁ ଏହିଦୁଇ ଦିନ ଅଧିକ ପାବନ ଏବଂ ପବିତ୍ର ଦିନ ଅଟେ । ଆପଣ ଏହି ଦିନରେ ଯେ କୌଣସି କାର୍ଯ୍ୟ କଲେ ତାହା ସଫଳ ଏବଂ ଫଳପ୍ରଦ ସାବ୍ୟସ୍ଥ ହୋଇଥାଏ । ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ଏହି ଦୋଳ ପୂର୍ଣ୍ଣିମା ଦିନ ମଣିଷର କେଉଁ କାର୍ଯ୍ୟ କରିବା ଦ୍ଵାରା ସେ ରୋଗ, ଦୁଖ-ଦୁର୍ଦଶାରୁ ମୁକ୍ତି ପାଇ ଶାନ୍ତି ଏବଂ ଧନ ପ୍ରାପ୍ତ ହେଲାଭଳି କାର୍ଯ୍ୟ କରି ଉପୋଭୋଗ କରିଥାଏ ।

ବନ୍ଧୁଗଣ ଏହି ଉପାୟ କରିବା ଦ୍ଵାରା ଘରେ ମାତା ଲକ୍ଷ୍ମୀଙ୍କର ଆବାହନ ହୋଇଥାଏ, ଘରେ ଆର୍ଥିକ ସମସ୍ଯା ଦୂର ହୋଇଥାଏ, ଶରୀରର ସମସ୍ତ ପୀଡା କ୍ଷୟ ହୋଇଥାଏ । ସେହି ଉପାୟ ଗୁଡିକ ହେଉଛି ।

୧- ବନ୍ଧୁଗଣ ଯଦି ଆପଣଙ୍କ ଘରେ ଲକ୍ଷ୍ମୀ ମାତାଙ୍କର ପ୍ରତିଛବି ନାହିଁ ତେବେ ଆପଣ ନିଜ ଘରକୁ ଏହି ଶୁଭ ଦିନରେ ମାତା ଲକ୍ଷ୍ମୀଙ୍କର ପ୍ରତିଛବି ଆଣନ୍ତୁ । ଆପଣ ସନ୍ଧ୍ୟା ସମୟରେ ୯ ଗୋଟି ସଳିତାକୁ ଗୁଆ ଘିଅ ରେ ଭିଯାଇ ମାଟି ଦୀପରେ ଜାଳନ୍ତୁ । ବନ୍ଧୁଗଣ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଧନ ଲାଭର ସରଳ ଉପାୟ ଅଟେ ।

୨- ଏହିଦିନ ଘରକୁ ଗୋଟିଏ ସତେଜ ନଡିଆ ଆଣନ୍ତୁ ଅର୍ଥାତ ଧ୍ୟାନ ରଖିବେ ନଡିଆରେ ଯେପରି ପାଣି ଥିବ ଏବଂ ତାହାର ଜାତ ଭାଙ୍ଗି ନଥିବ । ବନ୍ଧୁଗଣ ସେହି ନଡିଆକୁ ଆଣି ସିନ୍ଦୁର ଲଗାଇ ଦିଅନ୍ତୁ, ଏହାପରେ ଲାଲୀ ସୂତା ରେ ଘୂରାଇ ପୂଜା କରିନିଅନ୍ତୁ । ତାହା ପରେ ଏହାକୁ ନେଇ ହନୁମାନଙ୍କ ମନ୍ଦିରରେ ପ୍ରଭୁଙ୍କ ଚରଣ ତଳେ ରଖିଦିଅନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କୁ ଧନ ଲାଭ ହୋଇଥାଏ ।

୩- ଏହିଦିନ ସନ୍ଧ୍ୟା ସମୟରେ ଓସ୍ତ ଗଛ ମୂଳରେ ଏକ ଦୀପ ଜାଳନ୍ତୁ । ଏହାପରେ ଏକମୁଖା ହୋଇ ଘରକୁ ଫେରି ଆସନ୍ତୁ ସେହିଗଛକୁ ଆଉ ଫେରିକି ଅନାନ୍ତୁ ନାହି । ଘରକୁ ଆସିବା ପରେ ଭଲଭାବରେ ହାତ ମୁହଁ ଏବଂ ଗୋଡକୁ ଧୋଇ ନିଅନ୍ତୁ । ଏହିପରି କରିବା ଦ୍ଵାରା ଆପଣଙ୍କୁ ପ୍ରଚୁର ଧନଲାଭ ହେବ । ବନ୍ଧୁଗଣ ଏହାଥିଲା ବିଶେଷ ଉପାୟ ଏହା କରିବା ଦ୍ଵାରା ଆପଣଙ୍କୁ ନିଶ୍ଚିତ ଧନ ଲାଭ ହେବ ଏହା ସହିତ ଆପଣଙ୍କର ସମସ୍ତ ଦୁଖ କଷ୍ଟ ମଧ୍ୟ ଦୂର ହେବ । ବନ୍ଧୁଗଣ ଆପଣଙ୍କୁ ଯଦି ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *