ସ୍ଵସ୍ତିକର ଏହି ଅଦ୍ଭୁତ ଉପାୟ ଦ୍ଵାରା ହେବ ସମସ୍ତ କଷ୍ଟର ଅନ୍ତ, ଜୀବନରେ ଭରିଯିବ ସୁଖ ଓ ସମୃଦ୍ଧି

ହିନ୍ଦୁ ଧର୍ମରେ ସ୍ଵସ୍ତିକର ବହୁତ ମହତ୍ଵ ରହିଛି । ହିନ୍ଦୁ ଧର୍ମରେ କିଛିବି ପୂଜା ସ୍ଵସ୍ତିକ ବିନା ହୋଇନଥାଏ । ସବୁ ପୂଜା ପାଠର ଆରମ୍ଭ ସ୍ଵସ୍ତିକ ଚିହ୍ନିରୁ ହିଁ ହୋଇଥାଏ । ସ୍ଵସ୍ତିକକୁ ଶୁଭ ଓ ମଙ୍ଗଳ ଭାବର ପ୍ରତୀକ କୁହାଯାଏ । ସ୍ଵସ୍ତିକ ଶବ୍ଦକୁ ‘ସୁ’ ଏବଂ ‘ ଅସ୍ତି’ ର ମିଶ୍ରଣ ଯୋଗ କୁହାଯାଏ ।

‘ସୁ’ ର ଅର୍ଥ ଶୁଭ ଓ ‘ଅସ୍ତି’ ର ଅର୍ଥ – ମାନେ ହେଉ ଅର୍ଥାତ ‘ଶୁଭ ହେଉ ‘, ‘କଲ୍ୟାଣ ହେଉ ‘ । ସ୍ଵସ୍ତିକ ଅର୍ଥାତ କୁଶଳ ଏବଂ କଲ୍ୟାଣ ।ସ୍ଵସ୍ତିକ କୁ ଘର ବାସ୍ତୁକୁ ଠିକ କରିବା ପାଇଁ ପ୍ରୟୋଗ କରାଯାଏ । ସ୍ଵସ୍ତିକ ପ୍ରୟୋଗ ଦ୍ଵାରା ଘରେ ନକରାତ୍ମକ ଊର୍ଜା ବାହାରକୁ ଚାଲିଯାଇଥାଏ । ଆମେ ଆପଣଙ୍କୁ ଜଣେଇବୁ ସ୍ଵସ୍ତିକର ଏହି ଉପାୟ ଯାହାକୁ ଆପଣ ବ୍ୟବହାର କରି ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆଣିପାରିବେ ।

Image Courtesy: Google

ବାସ୍ତୁ ଦୋଷ ଦୂର କରିବା ପାଇଁ ସ୍ଵସ୍ତିକର ଉପାୟ

ସବୁ ପ୍ରକାର ବାସ୍ତୁ ଦୋଷ ଦୂର କରିବା ପାଇଁ ଘର ମୁଖ୍ୟ ଦ୍ବାରର ଦୁଇ ପାଖରେ ଅଷ୍ଟ ଧାତୁ ଓ ଉପର ମଧ୍ୟରେ ତମ୍ବାର ସ୍ଵସ୍ତିକ ଲଗେଇବା ଉଚିତ । ଏହାଛଡା ପାଞ୍ଚ ଧାତୁର ସ୍ଵସ୍ତିକ ବନେଇକି ପ୍ରଣ ପ୍ରତିଷ୍ଠା କରିବା ପରେ ଚଉଖଟରେ ଲଗେଇବା ଦ୍ଵାରା ବହୁତ ଫଳପ୍ରଦ ହୋଇଥାଏ ।

Image Courtesy: Google

ବ୍ୟାପାରରେ ସଫଳ ହେବା ପାଇଁ ଉପାୟ

ସାତ ଗୁରୁବାରରେ ଇଶାନ କୋଣକୁ ଗଙ୍ଗା ଜଳରେ ଧୋଇ ଓ ଶୁଖିଲା ହଲଦିରେ ସ୍ଵସ୍ତିକ ବନାନ୍ତୁ ଓ ତାର ପଞ୍ଚୌପଚାର ପୂଜା କରନ୍ତୁ । ଏହା ପରେ ସେଠାରେ ଅଧା ତଉଲା ଗୁଡର ଭୋଗ ଲଗାନ୍ତୁ । ସେଠାରେ ବର୍କ ପ୍ଲେସର ଉତ୍ତର ଦିଗରେ ହଳଦୀର ସ୍ଵସ୍ତିକ ବନେଇବା ବହୁତ ଶୁଭ ହୋଇଥାଏ ।

Image Courtesy: Google

ସବୁ ମନୋକାମନା ପୂର୍ଣ ହୋଇଥାଏ

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କର ସବୁ ମନୋକାମନା ପୂର୍ଣ ହେଉ ସ୍ଵସ୍ତିକର ଏହି ଉପାୟ ଆପଣାନ୍ତୁ । ଦେବସ୍ଥାନରେ ସ୍ଵସ୍ତିକ ବନାନ୍ତୁ ଓ ତା ଉପରେ ପାଞ୍ଚ ଧାନ୍ୟ ବା ଦୀପ ଲଗେଇକି ରଖନ୍ତୁ । ଏହାର ଚମତ୍କାରୀ ପ୍ରଭାବ ହେବ ଓ ଆପଣଙ୍କ ମନୋକାମନା ପୂର୍ଣ ହେବ ।

Image Courtesy: Google

ନିଦ ଭଲ ହେବା ପାଇଁ ଉପାୟ

ଏହି ସମସ୍ୟା ବହୁତ ଲୋକଙ୍କର ହୋଇଥାଏକି ରାତି ସମୟରେ ନିଦ ଠିକସେ ହୋଇନଥାଏ ଓ ରାତିସାର ଆପଣ ଏପଟ ସେପଟ ହୋଇଥାନ୍ତି । ଯଦି ଆପଣ ଏହାକୁ ଦୂର କରିବାକୁ ଚହୁଁଛନ୍ତିତ ଶୋଇବା ପୂର୍ବରୁ ସ୍ଵସ୍ତିକକୁ ତର୍ଜନୀରେ ବନେଇକି ସୁଅନ୍ତୁ । ଏହି ଉପାୟ କରିବା ଦ୍ଵାରା ନିଦ ଭଲ ଆସିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *