ଡେଥ ମେସିନକୁ ମିଳିଲା ମଞ୍ଜୁରୀ ! କଣ ରହିଛି ଏହାର ବିଶେଷତ୍ଵ ? ବିନା କୌଣସି କଷ୍ଟରେ କିପରି ପାଇ ପାରିବେ ଇଚ୍ଛା ମୃତ୍ୟୁ

ସୁଇଜରଲ୍ୟାଣ୍ଡ ସରକାର ଏମିତି ଏକ ମେସିନକୁ ମଞ୍ଜୁରୀ ଦେଇଛି ଯେଉଁଥିରେ ଲୋକମାନେ ମାତ୍ର ଗୋଟିଏ ମିନିଟରେ ବିନା କୌଣସି ଯନ୍ତ୍ରଣାରେ ମୃତ୍ୟୁକୁ ଆଲିଙ୍ଗନ କରି ପାରିବେ । ମେସିନକୁ ତିଆରି କରିଥିବା କମ୍ପାନୀର କହିବା ଅଟେ କି ମେସିନ ଭିତରେ ଅକ୍ସିଜେନର ସ୍ତର ବହୁତ କମ ହୋଇଯାଏ । ଯେଉଁ କାରଣରୁ ବ୍ୟକ୍ତିର ହାୟପୋକ୍ସିୟା ଓ ହାଇପୋକୈନିୟା କାରଣରୁ ମୃତ୍ୟୁ ହୋଇଯାଏ ।

ଏହି ମେସିନକୁ ଭିତରେ ବସି ବି ସଞ୍ଚାଳିତ କରାଯାଇ ପାରିବ । ଏହି ମେସିନ ସେହି ରୋଗୀମାନଙ୍କ ପାଇଁ ବହୁତ ସାହାର୍ଯ୍ୟକାରୀ ହେବ ଯେଉଁମାନେ କିଛି ବି କହି ପାରନ୍ତି ନାହିଁ କିମ୍ବା ଅଧିକ ସମୟ ଧରି କୌଣସି ରୋଗରେ ପୀଡିତ ଅଛନ୍ତି । ଏହି ମେସିନକୁ ଓ ୟୁଜରକୁ ନିଜର ପସନ୍ଦିତା ଜାଗାକୁ ନେଇ ଯିବାକୁ ହେବ ।

ମେସିନର ନଷ୍ଟ ହେଉଥିବା ଯୋଗ୍ୟ କ୍ୟାପସୁଲ ଅଲଗା ହୋଇଯାଏ । ଯାହାକୁ ତାବୁତ ଭଳି ବ୍ୟବହାର କରଯାଇ ପାରିବ । କୁହାଯାଉଛି କି ଏକ୍ଜିଟ ଇଣ୍ଟରନ୍ୟାଶନାଲର ନିର୍ଦେଶକ ଓ ‘ଡାକ୍ତର ଡେଥ’ ବୋଲି କୁହାଯାଉ ଥିବା ଡାକ୍ତର ଫିଲୀପ ନିଟସ୍‍ଚକେ ଆତ୍ମହତ୍ୟାର ଏହି ମେସିନକୁ ତିଆରି କରିଛନ୍ତି ।

ଏହାର ନାଁ ସାର୍କୋ କ୍ୟାପସୁଲ ରଖା ଯାଇଛି । ସୁଇଜରଲ୍ୟାଣ୍ଡରେ ସାହାର୍ଯ୍ୟ ସହିତ ଆତ୍ମହତ୍ୟା କରିବା ଆଇନ ଯୁକ୍ତ ନିୟମ ଅଟେ । ଗତ ବର୍ଷ ୧୩୦୦ ଲୋକମାନେ ଏହି ସେବାର ବ୍ୟବହାର କରି ଆତ୍ମହତ୍ୟା କରିଥିଲେ ।

ଡାକ୍ତର ଡେଥ କହିଲେ କି ଯଦି କୌଣସି ଅସୁବିଧା ନ ହୁଏ ତେବେ ଆସନ୍ତା ବର୍ଷ ମଧ୍ୟରେ ଆମେ ଦେଶରେ ସାର୍କୋ ମେସିନ ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବୁ । ଏହା ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ମହଙ୍ଗା ପ୍ରୋଜେକ୍ଟ ଅଟେ ।

କିନ୍ତୁ ଆମକୁ ବିଶ୍ଵାସ ଅଟେ କି ଆମେ ଏହାକୁ ଜଲ୍ଦି କାର୍ଯ୍ୟକାରୀ କରିବୁ । ଡାକ୍ତର ଡେଥ କହିଛନ୍ତି କି ବହୁତ ଲୋକମାନେ ଆଲୋଚନା ବି କରୁଛନ୍ତି କି ତାଙ୍କ ମେସିନରେ ବ୍ୟବହାର କରାଯାଉଥିବା ଉପାୟ ବହୁତ ଭୁଲ ଅଟେ ।

କିନ୍ତୁ ତାଙ୍କର କହିବା ଅଟେ କି ଏହା ଏକ ଗ୍ୟାସ ଚ୍ୟାମ୍ବର ଅଟେ । କିଛି ଅନ୍ୟ ଲୋକମାନଙ୍କ କହିବା ଅଟେ କି ଏହି ମେସିନ ଆତ୍ମହତ୍ୟାକୁ ବୁଦ୍ଧି କରିବାରେ ସାହାର୍ଯ୍ୟ କରିବ । ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ପ୍ରକାରର ସାର୍କୋ ପ୍ରୋଟାଇପ ତିଆରି ହୋଇ ସାରିଛି । ବର୍ତ୍ତମାନ ଗୋଟିଏ ତୃତୀୟ ମେସିନ ତିଆରି କରାଯାଉଛି । ଯାହାକି ଆସନ୍ତା ବର୍ଷ ପର୍ଯ୍ୟନ୍ତ ତିଆରି ହୋଇଯିବ ।

Leave a Reply

Your email address will not be published. Required fields are marked *