ଏହି ୮ଟି ଉପାୟ ଦ୍ଵାରା ତମ୍ବା ମୁଦି ଦୂର କରିବ ଧନ ଜନିତ ସମସ୍ୟା- Jyotisha Shastra

ପ୍ରତ୍ୟେକ ଧାତୁର କିଛି ବିଶେଷ ମହତ୍ଵ ରହିଛି । ତମ୍ବା ମୁଦି ଗ୍ରହ ଦୋଷ ଶାନ୍ତ କରିବା ସହ ସ୍ଵାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଲାଭଦାୟକ ହୋଇଥାଏ । ଏହିପରି ଏକ ଚମତ୍କାରୀ ଧାତୁ ହେଉଛି ତମ୍ବା । ତମ୍ବା ର ମୁଦି ବା କୌଣସି ଲକେଟ ଧାରଣ କରିବା ଦ୍ଵାରା ମଙ୍ଗଳ ଓ ସୂର୍ଯ୍ୟ ଗ୍ରହ ଶାନ୍ତ ହୋଇଥାନ୍ତି । ତମ୍ବା ବାସ୍ତୁ ଦୋଷ ଦୂର କରିବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଔଷଧ ପରି କାର୍ଯ୍ୟ କରିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧାତୁ ଓ ଗ୍ରହ ର ଅତି ଘନିଷ୍ଟ ସମ୍ବନ୍ଧ ରହିଥାଏ । ଯଦି କୌଣସି ବ୍ଯକ୍ତିର ଗ୍ରହଟି ବିପରୀତ ରହିଥାଏ ତେବେ ସେହି ବ୍ଯକ୍ତିର ଜୀବନ ରେ ନକରାତ୍ମକ ପ୍ରଭାବ ମାନ ପଡିଥାଏ ।

ଶୁଭ ଓ ଅଶୁଭ ଫଳର ପଛରେ ବି ଏହି ଗ୍ରହ କାରକ ହୋଇଥାଏ । ଗ୍ରହ ସହିତ ଜଡିତ ଥିବା ଧାତୁ ଧାରଣ କଲେ ଗ୍ରହ ମାନେ ଶାନ୍ତ ହୋଇଥାନ୍ତି ।

୧) ତମ୍ବା ଏକ ଏହିପରି ଧାତୁ ଅଟେ ଯାହାକୁ ଆଙ୍ଗୁଠିରେ ଧାରଣ କରିବା ଦ୍ଵାରା ବ୍ୟକ୍ତି କୁ ସଫଳତା ଖୁବ ଶୀଘ୍ର ମିଳିଥାଏ । ବିଶେଷ କରି ଯାହା ର ଆଙ୍ଗୁଠି ରେ ସର୍ବଦା ତମ୍ବା ମୁଦିଟିଏ ରହିଥାଏ ତାହା ବହୁତ ପ୍ରଭାବଶାଳି ହୋଇଥାଏ ।

୨) ଯଦି ସୂର୍ଯ୍ୟ ଓ ମଙ୍ଗଳ ଗ୍ରହ ଦୁର୍ବଳ ଥାଏ ତେବେ ତମ୍ବା ର ମୁଦି କିମ୍ବା ଲକେଟ ଧାରଣ କରିବା ଦ୍ଵାରା ବହୁତ ଲାଭ ହୋଇଥାଏ । ଏହାକୁ ଧାରଣ କରିବା ଦ୍ଵାରା ବହୁତ ଶୀଘ୍ର ପ୍ରଭାବ ଦେଖିବାକୁ ମିଳିଥାଏ ।

୩) ଯଦି ଆପଣଙ୍କୁ ତ୍ଵଚା ସମ୍ବନ୍ଧିତ କୌଣସି ରୋଗ ଅଛି ତେବେ ତମ୍ବା ର ମୁଦି କିମ୍ବା ଲକେଟ ଧାରଣ କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ କୌଣସି ଆଲାର୍ଜୀ ଓ ଚର୍ମ ରୋଗ ହୋଇନଥାଏ ।

୪) ତମ୍ବା ର ସମ୍ବନ୍ଧ ସୂର୍ଯ୍ୟ ଙ୍କ ସହ ରହିଥାଏ । ତମ୍ବା ର ମୁଦି ଧାରଣ କରିବା ଦ୍ଵାରା ବ୍ୟକ୍ତି କୁ ସମାଜ ରେ ଉଚ୍ଚ ପଦ ଓ ପ୍ରତିଷ୍ଠା ସମ୍ମାନ ପ୍ରାପ୍ତ ହୋଇଥାଏ ।

୫) ଯଦି ଆପଣଙ୍କୁ ରାତିରେ ଖରାପ ସ୍ଵପ୍ନ ଆସୁଥାଏ ତେବେ ଏହିପରି ସ୍ଥିତିରେ ଆପଣଙ୍କୁ ତମ୍ବା ର ମୁଦି ଧାରଣ କରିବା ନିହାତି ଆବଶ୍ୟକ ହୋଇଥାଏ । କାରଣ ତମ୍ବା ଏକ ଏହିପରି ଧାତୁ ଅଟେ ଯାହା ସକାରାତ୍ମକ ଉର୍ଜ୍ଜା ବୃଦ୍ଧି କରିଥାଏ ।

୬) ଯଦି ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଦୋଷ ଅଛି ତେବେ ତମ୍ବା ର ମୁଦି ଟିଏ ଖୁବ ଶୀଘ୍ର ଧାରଣ କରିବା ଆବଶ୍ୟକ ଅଟେ । ଜ୍ୟୋତିଷ ଶାସ୍ତ୍ର କହିଥାଏ ଯେ ଏହି ଧାତୁ ଶାନ୍ତ ପ୍ରକୃତିର ହୋଇଥାଏ । ଓ ଉତ୍ତାପ କୁ ଦୂର କରିଥାଏ । ତମ୍ବା ଧାରଣ କରିବା ଦ୍ଵାରା ମଣିଷ ମନକୁ ଶାନ୍ତି ମିଳିଥାଏ ।

୭) ଯେଉଁ ବ୍ୟକ୍ତି କୁ ଅଧିକ କ୍ରୋଧ ଆସୁଥାଏ ସର୍ବଦା ଚିନ୍ତାମୁକ୍ତ ରହିବାକୁ ଚାହୁଁଥାଏ ଶରୀର କାମ କରୁନଥାଏ ସେହି ପରି ସମୟରେ ଆପଣଙ୍କୁ ତମ୍ବା ର ମୁଦିଟିଏ ପିନ୍ଧିବା ନିହାତି ଆବଶ୍ୟକ ।

୮)ତମ୍ବା ର ମୁଦି ଧାରଣ କରିବା ଦ୍ଵାରା ମୁହଁ ର ଦାଗ ଲିଭିଯାଇଥାଏ । ଯଦି କୌଣସି ପ୍ରକାରର ଦାଗ ଆପଣଙ୍କ ମୁହଁ ରେ ଅଛି ତେବେ ସେଥିପାଇଁ ମଧ୍ୟ ତମ୍ବା ର ମୁଦି ଖୁବ ଉପକାରୀ ହୋଇଥାଏ ଓ ଯେଉଁ ମାନେ ସର୍ବଦା ତମ୍ବା ମୁଦି ପିନ୍ଧିଥାନ୍ତି ଓ ସକାଳୁ ଉଠିବା ପରେ ପାପୁଲି ଦର୍ଶନ କରିଥାନ୍ତି ତାହା ବହୁତ ଶୁଭ ବିଚାର କରାଯାଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *