ତେଲରେ ଏହା ମିଶେଇ ଲଗାନ୍ତୁ ଫଟା ଗୋଇଠିକୁ ସବୁଦିନ ପାଇଁ ଠିକ କରନ୍ତୁ- Swami Ramdev

ବନ୍ଧୁଗଣ ଆଜିଭଳି ଦିନରେ ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ବହୁତ ଚେଷ୍ଟା କରିଥାନ୍ତି । ଏଥିପାଇଁ ନାନା ପ୍ରକାରର ଉପାୟ ମଧ୍ୟ ଅବଲମ୍ବନ କରିଥାନ୍ତି । ବନ୍ଧୁଗଣ ଆଜିଭଳି ଦିନରେ ଛୋଟ ପିଲାଠାରୁ ଆରମ୍ଭ କରି ଯୁବା ଏବଂ ବୃଦ୍ଧା ଅବସ୍ଥାର ଲୋକ ମାନଙ୍କ ଠାରେ ମଧ୍ୟ ନେଡି ଫାଟିବା ଭଳି ସମସ୍ୟା ଉପୁଜୁଛି । ଏହାର ସଠିକ ଉପାୟ କେହି ମଧ୍ୟ ଜାଣିନାହାନ୍ତି । ଏହା ଫଳରେ ଚାଲିଲା ବେଳେ ଫଟା ପାଦ ଦରଦ କରିଥାଏ । ଆସନ୍ତୁ ଜାଣିବା ନେଡି ଫାଟିଥିଲେ ଆପଣ କେଉଁ ଉପାୟ ଅବଲମ୍ବନ କରିବେ ଯାହା ଦ୍ଵାରା ଆପଣଙ୍କ ଫଟା ନେଡି ଅଧିକ ଫାଟିବା ନାହିଁ ।

ବନ୍ଧଗଣ ବହୁତ ଜଣଙ୍କର ନେଡି କେବଳ ଶୀତ ଦିନରେ ଫାଟିଥାଏ । ମାତ୍ର ବହୁତ ବ୍ୟକ୍ତି ଏଭଳି ଅଛନ୍ତି ଯାହାଙ୍କର ନେଡି ସବୁବେଳେ ଫାଟିଥାଏ । ବନ୍ଧୁଗଣ ଆଜି ଆମେ ସେହି ଉପାୟ ମାନଙ୍କ ଭିତରୁ କେତେକ ଉପାୟ କହିବାକୁ ଯାଉଛୁ ଯାହାକୁ ଆପଣ ବ୍ୟବହାର କରି ଆରାମ ପାଇ ପାରିବେ । ବନ୍ଧୁଗଣ ଆପଣ ନୀତିଦିନ ଜୀବନରେ ବ୍ୟବହାର କରୁଥିବା ନଡିଆ ତେଲରୁ ଗୋଟିଏ ଚାମଚ, ଏବଂ ଭେଶଲୀନ ଅଧ ଚାମଚ, ଏବଂ ଶେଷରେ ଅଧା କଟା ଲେମ୍ବୁକୁ ନିଅନ୍ତୁ । ଏହାପରେ ଏହି ଜିନିଷ ଗୁଡିକୁ ଭଲ ଭାବରେ ମିଶାଇ ଦିଅନ୍ତୁ ।

ଏହାକୁ ଚାମଚ ସାହାଯ୍ୟରେ ମିଶେଇ ଚାଳନ୍ତୁ । ଯେତେବେଳେ ଏହି ମିଶ୍ରଣଟି ଗୋଟିଏ କ୍ରିମ ଭଳି ଦେଖାଯିବ ଆପଣ ଜାଣିନେବେ ଯେ ଏହା ପ୍ରସ୍ତୁତ ହୋଇସାରିଛି । ଏବେ ଆସନ୍ତୁ ଜାଣିବା ଏହାର ବ୍ୟବହାର ଅର୍ଥାତ ଏହାକୁ କିଭଳି ଆପଣ ନିଜ ପାଦ କିମ୍ବା ଫାଟିଥିବା ନେଡିରେ ଲଗାଇବେ । ବନ୍ଧୁଗଣ ଆପଣ ରାତିରେ ଶୋଇବା ପୂର୍ବରୁ ଏହାକୁ ନିଜ ପାଦରେ ଲଗାଇବେ ।

ପ୍ରଥମେ ଆପଣ ନିଜ ପାଦକୁ ଭଲ ଭାବରେ ଉଷୁମୁ ପାଣିରେ ଧୋଇଦେବେ । ଏହା ଫଳରେ ଆପଣଙ୍କ ପାଦରେ ଲାଗିଥିବା ଧୁଳି ସବୁ ଧୋଇ ହେଇଯିବ ଏବଂ ପାଦ ଧୋଇ ସାରିବା ପରେ ଯଦି ଆପଣ ଏହି ମିଶ୍ରଣଟିକୁ ଲଗାନ୍ତି ତେବେ ଏହା ଆପଣଙ୍କର ବହୁତ ଉପକାର କରିବ । ବନ୍ଧୁଗଣ ଆପଣ ପାଦ ଧୋଇ ସାରିବା ପରେ ଗୋଟିଏ ଶୁଖିଲା କପଡାରେ କିମ୍ବା ଗାମୁଛାରେ ପାଦଟିକୁ ଭଲ ଭାବରେ ପୋଛି ନିଅନ୍ତୁ । ଏହା ପରେ ନିଜ ହାତ ଆଙ୍ଗୁଠି ସାହାଯ୍ୟରେ ଆପଣ ବନାଇଥିବା ପେଷ୍ଟ କୁ ନେଇ ଧୀରେ ଧୀରେ ନିଜ ପାଦରେ ଲଗାନ୍ତୁ ।

ପାଦରେ ଏବଂ ଫାଟିଯାଇଥିବା ଗୋଇଠିରେ ଭଲଭାବେ ହାଲକା ହାଲକା ମାଲିସ କରନ୍ତୁ । ଏହା ଫଳରେ ଆପଣଙ୍କୁ ବହୁତ ଆରମ ମିଳିବ । ଆପଣ ଏହାକୁ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ । ବନ୍ଧୁଗଣ ଏହି ମିଶ୍ରଣଟି ଆପଣଙ୍କର ବହୁତ ଉପକାର କରିବ । ଏଥିରେ ମିଶ୍ରିତ ନଡିଆ ତେଲ, ଭେସ୍ଲିନ, ଏବଂ ଲେମ୍ବୁରସ ଆପଣଙ୍କ ନେଡିକୁ ସଫ୍ଟ ବନାଇବା ସହିତ ଏଥିରେ ଥିବା କଳା ଦାଗକୁ ମଧ୍ୟ ଦୂର କରିଥାଏ । ବନ୍ଧୁଗଣ ଏହା ଥିଲା ସେହି ଉପାୟଟି ଯାହାକୁ ଲଗାଇଲେ ଆପଣଙ୍କ ପାଦ ନେଡି ଅର୍ଥାତ ଗୋଇଠି ସଠିକ ରହିବା ଏବଂ ସୁନ୍ଦର ଦେଖାଯିବ ।

ଯଦି ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *