ଟ୍ରେଣ୍ଟ ବୌଲ୍ଟ, ଟେଷ୍ଟ ସିରିଜ ପୂର୍ବରୁ ବିରାଟ କୋହିଲିଙ୍କୁ ଦେଲେ ଓପନ ଚ୍ୟାଲେଞ୍ଜ

ନ୍ୟୁଜଲ୍ୟାଣ୍ଡ ର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କ ହାତ ର ଆଘାତରୁ ଭଲହୋଇ ଭାରତ ବିପକ୍ଷରେ ହେବାକୁ ଥିବା ଦୁଇଟି ଟେଷ୍ଟ ମ୍ୟାଚ୍ ସିରିଜ ପାଇଁ ମଇଦାନ କୁ ଫେରିଛନ୍ତି । ସେ ଫିଟନେସ ହାସଲ ପାଇଁ ତରତର ନହୋଇ ଶୁକ୍ରବାର ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ କ୍ୟାପଟେନ ବିରାଟ କୋହଲିଙ୍କୁ ୱିକେଟ ନେଇ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ନିଜର ଫେରିବାକୁ ସ୍ମରଣୀୟ କରିବାକୁ ଚାହୁଁଛନ୍ତି ।

ଅଷ୍ଟ୍ରେଲିଆ ସାଙ୍ଗରେ ହେଇଥିବା ତିନୋଟି ଟେଷ୍ଟ ମ୍ୟାଚ ସାରିବା ପରେ ନ୍ୟୁଜଲ୍ୟାଣ୍ଡ ର ମନବୃତି ଭାରତ ବିପକ୍ଷରେ ବହୁତ ଜୋରଦାର ହେବ, ଯେଉଁଠି ଟ୍ରେଣ୍ଟ ବୋଲ୍ଟ ଗୋଟେ ପ୍ରକାରର ଓପନ ଚ୍ୟାଲେଞ୍ଜ ଦେଇଛନ୍ତି ବିରାଟ କୋହଲିଙ୍କୁ ।

ଟ୍ରେଣ୍ଟ ବୋଲ୍ଟ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଖେଳିବା ବେଳେ ତାଙ୍କ ହାତରେ ଆଘାତ ଲାଗିବାରୁ ସେ ଟେଷ୍ଟସିରିଜରୁ ବାହାରି ଯାଇଥିଲେ । ଏହାପରେ ଭାରତ ବିପକ୍ଷରେ ସୀମିତ ଓଭର ସିରିଜରେ ମଧ୍ୟ ଖେଳି ପାରି ନଥିଲେ । ଏବେ ସେ ଚ୍ୟାଲେଞ୍ଜ ଦେଲା ପରି କହିଛନ୍ତି ଯେ ବିରାଟ କୋହଲିଙ୍କ ବିପକ୍ଷରେ ସେ ବୋଲିଂ କରିବା ପାଇଁ ଉତ୍ସାହିତ ଅଛନ୍ତି, କାରଣ ସେ ଏକ ସାନଦାର ଖିଲାଡ଼ି ।

ସେ କହିଛନ୍ତି ଯେ ମୁଁ ଏଥିପାଇଁ କ୍ରିକେଟ ଖେଳୁଛି, ଯେମିତି ବିରାଟ କୋହିଲିଙ୍କ ପରି ଖିଲାଡ଼ିଙ୍କୁ ଆଉଟ କରି, ନିଜକୁ ପରିକ୍ଷା କରିପାରିବି । ଏଥିପାଇଁ ମୁଁ ଟେଷ୍ଟସିରିଜ ଖେଳିବା ପାଇଁ ଅପେକ୍ଷା କରିଛି । ସେ କହିଛନ୍ତି ହାତରେ ଆଘାତ ଲାଗିବା ଦୁର୍ଭାଗ୍ୟ ଥିଲା ହେଲେ ଏବେ ଠିକ ଅଛି ଓ ୱିକେଟ ନେବାକୁ 100 ପ୍ରତିଶତ ପ୍ରସ୍ତୁତ ।

ଖେଳରୁ ଦୂରରେ ରହି ଏବେ ଟେଷ୍ଟସିରିଜ କୁ ଫେରିବା ର ଅପେକ୍ଷା ରହିଛି । ନ୍ୟୁଜଲ୍ୟାଣ୍ଡ ପାଇଁ 65 ଟେଷ୍ଟରେ 256 ୱିକେଟ୍ ନେଇଥିବା‌ 30 ବର୍ଷର ଏ ଖିଲାଡ଼ି କହିଛନ୍ତି ଯେ ମୁଁ ଭଲ ୱିକେଟ୍ ପାଇଁ ପ୍ରସ୍ତୁତ ହେଉଛି ।

Leave a Reply

Your email address will not be published. Required fields are marked *