ଠାକୁରଙ୍କୁ ଘରେ କେମିତି ପୂଜା କରିବେ ? କେଉଁ ସବୁ ନିୟମ ପ୍ରତି ଧ୍ୟାନ ଦେବେ, ଦେଖନ୍ତୁ Daily Puja Vidhi

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପ୍ରତେକ ଙ୍କ ଘରେ ଠାକୁର ଘର ରହିଥାଏ । ଯେଉଁ ବ୍ୟକ୍ତି ଭଡାଘରେ ରହିଥାଏ ସେମାନେ ମଧ୍ୟ ଠାକୁର ଘର କରିଥାନ୍ତି । ଆଜି ଆମେ ଆପଣଙ୍କୁ ଠାକୁର ଘରେ କିପରି ପୂଜା କରିବା ଉଚିତ ସେହି ବିଷୟରେ କହିବାକୁ ଯାଉଛୁ । ଯଦି ଆପଣଙ୍କ ଠାକୁର  ଘରେ ଅଳନ୍ଧୁ ଲାଗିଥାଏ ତେବେ ଶନିବାର ଦିନ ସଫା କରନ୍ତୁ । ଅଳନ୍ଧୁ ଲାଗି ରହିଲେ ଠାକୁର ପୂଜା କରିବା ସମୟରେ ନିଦ ଅଧିକ ଲାଗିଥାଏ । ମାଟିରେ କୁମ୍ଭାଟୁଆ ମାନେ ଘର କରିଥାନ୍ତି ଠାକୁର ଘରେ ।

ସେଥିପାଇଁ ଶନିବାର ଦିନ କିରୋସିନି ପକାଇ ତାହାକୁ ମାଟିରେ ସଫା କରନ୍ତୁ । କୁମ୍ଭାଟୁଆ ମାନେ ଘର କରିଲେ ଘର ପାଇଁ ମଧ୍ୟ ଅଶୁଭ ହୋଇଥାଏ । ଯେତେବେଳେ ଆପଣ ଠାକୁରଙ୍କୁ ରଖୁଛନ୍ତି କେବେ ବି ନଇରତ୍ୟ କୋଣରେ ରଖନ୍ତୁ ନାହି । ସର୍ବଦା ଐଶାନ୍ୟ କୋଣରେ ଠାକୁର ଘର କରିବା ଉଚିତ । ଠାକୁର ଘର କବାଟ କୁ କେବେ ବି ପୁରା ବନ୍ଦ କରି ରଖିବେ ନାହି । ଗୋଟେ କବାଟ ରଖିବେ ନାହି ।

ଦୁଇଟି କବାଟରେ ଅଳ୍ପ ଅଳ୍ପ ଫାଙ୍କା ରଖିବା ଦରକାର । ପୁରା ବନ୍ଦ କରି ଦେଲେ ଠାକୁରଙ୍କୁ ବନ୍ଧନ କରାଯାଏ ବୋଲି ମାନା ଯାଏ । ଠାକୁର ଘର ର ଦ୍ଵାରା ମୁହଁ ରେ ବା ସାମ୍ନା ରେ ଗୋଟେ ଘଣ୍ଟି ଲାଗିବା ଉଚିତ । ପୂଜା କରିବାକୁ ଯିବା ପୂର୍ବରୁ ଘଣ୍ଟି ବଜାଇବା ଉଚିତ । ଏହା ଦ୍ଵାରା ପଜେଟିଭ ଊର୍ଜା ସୃଷ୍ଟି ହୋଇଥାଏ ଓ ନେଗେଟିଭ ଶକ୍ତି ଦୂର ହୋଇଥାଏ ।

ଠାକୁର ଘରେ ଦୀପ, ଧୂପ, କର୍ପୁର ଲଗାଇବା ସମୟରେ ଦୀପ କି ଅଗ୍ନି କୋଣରେ ଲଗାଇବା ଉଚିତ । ଐଶାନ୍ୟ କୋଣରେ ଜଳ ପାତ୍ର ଠାକୁର ଙ୍କର ରଖିବା ଉଚିତ । ଐଶାନ୍ୟ କୋଣରେ ଜଳ ପାରା କୁ ଦକ୍ଷିଣାବର୍ତ୍ତୀ ଶଙ୍ଖ ରେ ରଖିଲେ ବହୁତ ଶୁଭ ହୋଇଥାଏ । ଐଶାନ୍ୟ କୋଣରେ ଗୋଟେ ପିତଳ ବା କାଚ ବା ତମ୍ବା ପାତ୍ର ରେ ଜଳ ଭାରି ଗୋମତୀଚକ୍ର, ଦକ୍ଷିଣାବର୍ତ୍ତୀ ଶଙ୍ଖ, କଇଁଛ, ମାଛ, ଶ୍ରୀଜନ୍ତ୍ର, ରାଜା କଉଡି ରଖିବା ଉଚିତ ।

ପୂର୍ବ ଓ ଉତ୍ତର କୋନର ମଝି ଭାଗ ହେଉଛି ଐଶାନ୍ୟ କୋଣ । ପୂଜା ଜିନିଷ ଯାହା ବି ଦରକାର ସେ ସବୁ ଐଶାନ୍ୟ କୋଣରେ ରଖିବା ଉଚିତ । ପ୍ରତି ଦିନ ଜଳରୁ ପାଣି ଚେଞ୍ଜ କରି ଫୁଲ ଦେବା ଉଚିତ । ଅଗ୍ନି କୋଣରେ କର୍ପୁର ଆଳତି, ଦୀପ, ଧୂପ ଦେଇ ପାରିବେ ।

ଭଗବାନ ଙ୍କୁ ପୂଜା କରିବା ପୂର୍ବରୁ ଘଣ୍ଟି ବାଯିବେ ଆଉ ପ୍ରଣାମ କରି ପୂଜା କରନ୍ତୁ । ମନ୍ତ୍ର ନ ଜାଣିଥିଲେ ମଧ୍ୟ ଆପଣ ଭଗବାନ ଙ୍କୁ ଜଣାଇ ତାଙ୍କର ପୂଜା କରିବା ଉଚିତ । କାରଣ ଭଗବାନ ସେହି ମାନଙ୍କୁ ଭଲ ପାଇଥାନ୍ତି ଯେଉଁ ମାନଙ୍କ ପାଖରେ ଭାବ ରହିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *