ଥଣ୍ଡା, ଜ୍ୱର, କାଶ, ବନ୍ଦ ନାକ, ଛାତିରେ କଫ କୁ ଦୂର କରିବାର ଚମତ୍କାରି ଘରୋଇ ଉପଚାର… Healthy Tips

ବନ୍ଧୁଗଣ ଜଳବାୟୁରେ ପରିବର୍ତ୍ତନ କାରଣରୁ ଆମକୁ ଥଣ୍ଡା, କାଶ, କଫ ଭଳି ସମସ୍ଯା ଭୋଗିବାକୁ ପଡିଥାଏ । କିନ୍ତୁ ଯେବେ ଏହା ଅଧିକ ହୋଇଯାଏ ବା କଷ୍ଟ ପାଇଥାନ୍ତି ତେବେ ଆପଣଙ୍କୁ କିଛି ଘରୋଇ ଉପଚାରର ସେବନ କରିବା ବହୁତ ଜରୁରୀ ଅଟେ । ପ୍ରାକୃତିକ ଉପାୟରେ ଯଦି ଆପଣଙ୍କ ଶରୀରକୁ ଠିକ ରଖିବେ ତେବେ ଆପଣଙ୍କୁ କୌଣସି ମେଡିସିନର ଜରୁରତ ପଡିବ ନାହିଁ ।

ଥଣ୍ଡା ହେବା କାରଣରୁ ଛାତିରେ କଫ ଜମିବା ସହ କାଶ ଅଧିକ ହୋଇଥାଏ । ଆଖି ଓ କାନରୁ ପାଣି ଗଡିଥାଏ । ଏଥିରୁ ରିହାତି ପାଇବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ପ୍ରାକୃତିକ ଘରୋଇ ଉପଚାର । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ପଡିବ ୨୦୦ ଏମଏଲ ପାଣି । ଦ୍ଵିତୀୟ ସାମଗ୍ରୀ ହେଉଛି ୨ ଇଞ୍ଚ ଲମ୍ବର ଅଦା ।

ଅଦାରୁ ଚୋପା କାଢି ଏହାକୁ ଛେଚି ପାଣିରେ ପକାନ୍ତୁ । ଅଦା ଥଣ୍ଡା, କାଶ, କଫ ସମସ୍ଯା ପାଇଁ ବହୁତ ଲାଭକାରୀ ଅଟେ । ତୃତୀୟ ସାମଗ୍ରୀ ହେଉଛି ପାନପତ୍ର । ଯେଉଁଥିରେ ଏମିତି ତତ୍ତ୍ଵ ମିଳିଥାଏ ଯାହା ବାତ, ପୀତକୁ ନିୟନ୍ତ୍ରଣ ରଖିଥାଏ । ପାନପତ୍ର ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହାପରେ ଗୋଲମରିଚକୁ ଛେଚି ପାଣିରେ ପକାନ୍ତୁ । ଏହା ଥଣ୍ଡା ସମସ୍ଯା ଦୂର କରିବାରେ ସାହାର୍ଯ୍ୟ କରିଥାଏ ।

ଏହାପରେ ୫ରୁ ୬ଟି ତୁଳସୀ ପତ୍ର ପକାନ୍ତୁ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଏହା ଆମ ଇମ୍ୟୁନିଟି ପାୱାରକୁ ବୁଷ୍ଟ କରିଥାଏ । ଶେଷ ସାମଗ୍ରୀ ହେଉଛି ଗୁଡ । ଗୁଡ ପାଚନ କ୍ରିୟାକୁ ଶକ୍ତିଶାଳୀ କରିଥାଏ । ଏହା ଥଣ୍ଡା, କାଶ ସମସ୍ଯା କୁ ଦୂର କରିବାରେ ଚମତ୍କାରୀ ଅଟେ । ଗୁଡ ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।

ଏବେ ଏହି ପାଣିକୁ ସେତେ ଯାଏଁ ଫୁଟାନ୍ତୁ ଯେବେ ଯାଏଁ ପାଣି ଅଧା ଗ୍ଳାସ ନ ହୋଇଛି । ପାଣି ଫୁଟି ଅଧା ହେବା ପରେ ଏହାକୁ ୨ଟି ପାତ୍ର ରେ ଛାଣି ନିଅନ୍ତୁ । ଯେମିତି ଏହାର ୨ ଥର ସେବନ କରିପାରିବେ । ଏହାକୁ ସେବନ କରିବା ପୂର୍ବରୁ ହାଲକା ଗରମ କରି ନେବେ । ଏଥିରେ ଏକ ଚାମଚ ମହୁର ପ୍ରୟୋଗ ନିଶ୍ଚୟ କରନ୍ତୁ । ଯାହା କଫ, କାଶ ଭଳି ସମସ୍ଯା ଦୂର କରିଥାଏ ।

ମହୁର ପ୍ରୟୋଗ କରିଲେ ଏହାର ସ୍ଵାଦ ଭଲ ଲାଗିଥାଏ । ପ୍ରତିଦିନ ଏହାକୁ ସକାଳ ଓ ସନ୍ଧ୍ୟା ରେ ସେବନ କରନ୍ତୁ । ଦେଖିବେ ଆପଣଙ୍କର ଥଣ୍ଡା, କାଶ, କଫ ଭଳି ସମସ୍ଯା ଦୂର ହୋଇଯିବ । ଏହା ବହୁ ପରୀକ୍ଷିତ ଓ ଘରୋଇ ଉପଚାର ଅଟେ । ଏଥିରୁ ଆପଣଙ୍କୁ କିଛି ବି କ୍ଷତି ହେବ ନାହିଁ । ଯଦି ଆପଣଙ୍କର ଆଖି, କାନ ରୁ ପାଣି ବାହାରୁଛି, ଅଧିକ କାସ ହେଉଛି, ଥଣ୍ଡା ଓ କଫ ଲାଗି ରହିଛି ତେବେ ଏହି ରେମେଡି ର ଟ୍ରାଏ କରନ୍ତୁ । ଏଥିରେ ବ୍ଯବହୃତ ସାମଗ୍ରୀ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *