କଳା ଫିତା ବାନ୍ଧିବାର ଫାଇଦା, କେଉଁ ରାଶିର ଲୋକେ ପିନ୍ଧିବା ଅନୁଚିତ୍… ଯଦି ପିନ୍ଧିଛନ୍ତି ତେବେ ତୁରନ୍ତ ଦେଖନ୍ତୁ ହୋଇପାରେ ଭୟଙ୍କର କ୍ଷତି

ବନ୍ଧୁଗଣ ଆପଣମାନେ କେତେ ଲୋକଙ୍କ ଗୋଡରେ କଳାଫିତା ପିନ୍ଧିବାର ନିଶ୍ଚୟ ଦେଖିଥିବେ । କଳାଫିତା ଲୋକେ କାହିଁକି ପିନ୍ଧିଥାନ୍ତି ତାହା ପଛରେ ବହୁତ ବଡ କଥା ଅଛି । କଳାସୂତାକୁ ଖାଲି ନଜର ଦୃଷ୍ଟିରୁ ବଞ୍ଚିବା ପାଇଁ ପିନ୍ଧାଯାଏ ନାହିଁ ବରଂ ଏହାର ଅନେକ ଚମତ୍କାରୀ ଗୁଣ ରହିଛି । ଯଦି ଏହାକୁ ଠିକ ଭାବେ ଅଭିମନ୍ତ୍ରିତ କରି ପିନ୍ଧାଯାଏ ତେବେ ଏହା ଆପଣଙ୍କ ଭାଗ୍ୟକୁ ପରିବର୍ତ୍ତନ କରିପାରେ ।

ଆପଣଙ୍କ ଜୀବନକୁ ବେହତର ବନାଇପାରେ । କଳାସୂତାରେ ଏଭଳି ଏନର୍ଜି ରହିଛି ଯାହା କି ନେଗେଟିଭ ଊର୍ଜା ଠାରୁ ସୁରକ୍ଷା ଦେଇଥାଏ । ଆସନ୍ତୁ ଜାଣିବା କଳାସୂତା ପିନ୍ଧିବାର ଫାଇଦା କଣ ଓ କେଉଁ ରାଶିର ଲୋକେ ଏହାକୁ ପିନ୍ଧିବା ଉଚିତ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ କଳାସୂତାରେ କେତେକ ପଜେଟିଭ ପାୱାର ରହିଥାଏ ଯାହା ନେଗେଟିଭ ଶକ୍ତିକୁ ନଷ୍ଟ କରି ଦେଇଥାଏ ।

କଳାସୁତା ମଣିଷକୁ କଳା ବିଦ୍ୟା ଠାରୁ ବଞ୍ଚାଇ ଥାଏ । ଯଦି ବ୍ୟକ୍ତିଙ୍କ ଜୀବନରେ ବାରମ୍ବାର ଅସଫଳତା ମିଳୁଛି ତେବେ ଖରାପ ନଜରରୁ ହୋଇଥାଏ । ଏହି ସ୍ଥିତିରେ ବ୍ୟକ୍ତିକୁ କଳାସୂତା ପିନ୍ଧିବା ଉଚିତ । ଯଦି କାହାର ନଜର ଲାଗିଛି, ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହେଉଛି ତେବେ କଳାସୂତା ଧାରଣ କରନ୍ତୁ । ଯଦି କୌଣସି ବ୍ୟକ୍ତି ଶନିଙ୍କ କୁ-ଦ୍ରୁଷ୍ଟିରୁ ତାର ଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି ତେବେ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଅଭିମନ୍ତ୍ରିତ କଳାସୂତା ଧାରଣ କରିବା ଉଚିତ ।

ଯଦି କୌଣସି ବ୍ୟକ୍ତି ବା ଅଥବା ବାରମ୍ବାର ରୋଗରେ ପଡିଥାନ୍ତି ଏଥିରୁ ବଞ୍ଚିବା ପାଇଁ କଳାସୂତା ଧାରଣ କରନ୍ତୁ । ଆଦି କୌଣସି ବ୍ୟକ୍ତି ଖରାପ ଅଭ୍ଯାସରେ ପଡିଯାଇଛି ତେବେ ଏଥିରୁ ବାହାରିବା ପାଇଁ କଳାସୂତା ଧାରଣ କରିଲେ ଭଲ ହେବ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଶନିବାର ଦିନ ସର୍ବ ଶ୍ରେଷ୍ଠ ଦିନ ଅଟେ । କାରଣ ଏହା ଶନିଦେବ ଙ୍କ ଦିନ ଅଟେ  ଏବଂ କଳା ଜିନିଷ ଶନି ଙ୍କ ସହ ଜଡିତ ଅଟେ ।

ଶନିବାର ଦିନ କଳାସୂତା ବାନ୍ଧିବା ଦ୍ଵାରା ଏହାର ଚମତ୍କାରୀ ଲାଭ ପ୍ରାପ୍ତ ହୋଇଥାଏ । କଳାସୂତା ଦୋକାନରୁ କିଣିକି ସିଧା ହାତରେ ବାନ୍ଧିବା ଅନୁଚିତ । ପ୍ରଥମେ କଳାସୂତା କିଣିବା ପରେ ଶନିଙ୍କ ମନ୍ଦିରକୁ ଯାଇ ମନ୍ତ୍ରରେ ଅଭିମନ୍ତ୍ରିତ କରି ଏହାକୁ ଧାରଣ କରିବା ଉଚିତ । କଳାସୂତାରେ ୯ଟି ଗଣ୍ଠି ପକାଇ ଶରୀରରେ ଅଙ୍ଗ ଉପରେ ବାନ୍ଧିବା ପରେ ଶନିଙ୍କ ମନ୍ତ୍ରକୁ ୧୦୮ ଥର ଜପିବା ଉଚିତ ।

ତେବେ ଯାଇ ଏହି ସୂତା ପ୍ରଭାବଶାଳି ବନିଥାଏ । ଧନ ଜନିତ ସମସ୍ଯା ଥିଲେ ଶନିବାରରେ ଡାହାଣ ପାଦରେ କଳାସୂତା ପିନ୍ଧିବା ଉଚିତ । କୌଣସି ବ୍ଯକ୍ତିର ପେଟ ଜନିତ ସମସ୍ଯା ଅଛି ତେବେ ପାଦର ଆଙ୍ଗୁଳିରେ କଳାସୂତା ବାନ୍ଧିବା ଉଚିତ । କଳାସୂତା ମହିଳାଙ୍କୁ ବାମ ଓ ପୁରୁଷଙ୍କୁ ଡାହାଣ ପାଦରେ ବାନ୍ଧିବା ଉଚିତ । ଶାସ୍ତ୍ର ଅନୁଯାୟୀ ବିଛ ରାଶିର ଲୋକଙ୍କୁ କଳାସୂତା ପିନ୍ଧିବା ଅନୁଚିତ । ଏହାଦ୍ବାରା ଅସୁବିଧା ବଢିଥାଏ । ମେଷ ରାଶିର ବ୍ୟକ୍ତି ମଧ୍ୟ କଳା ସୂତା ବାନ୍ଧିବା ଅନୁଚିତ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *