ସାବିତ୍ରୀ ବ୍ରତ କରୁଥିଲେ ଏହି 10 ଟି କଥା ନିଶ୍ଚୟ ଜାଣି ନିଅନ୍ତୁ- Sabitri Brata Vidhi

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଚଳିତ ବର୍ଷ ମେ ୧୯ ତାରିଖ ଶୁକ୍ରବାର ଦିନ ପଡୁଛି ପବିତ୍ର ସାବିତ୍ରୀ ବ୍ରତ । ଏହି ବ୍ରତ ସଧବା ନାରୀମାନେ କରିବାର ନିୟମ ରହିଛି । ଆଜି ଆମେ ଆପଣଙ୍କୁ ସାବିତ୍ରୀ ବ୍ରତକୁ ନେଇ କିଛି ବିଶେଷ କଥା କହିବାକୁ ଯାଉଛି । ସାବିତ୍ରୀ ବ୍ରତର ଆରଧ୍ୟା ହେଉଛନ୍ତି ଦେବୀ ସାବିତ୍ରୀ । ଦେବୀ ସାବିତ୍ରୀଙ୍କୁ ବେଦ ମାତା ବୋଲି ସମ୍ବୋଧନ କରାଯାଇଥାଏ ।

ଭଗବାନ ବ୍ରମ୍ହାଙ୍କର ସ୍ତ୍ରୀ ହେଉଛନ୍ତି ଦେବୀ ସାବିତ୍ରୀ ଯାହା ଶ୍ରୀମଦ ଭଗବତ ଗୀତାରେ ଲେଖା ହୋଇଛି । ବାପାଙ୍କ ଘରୁ ନାରୀମାନେ ଟଙ୍କା ଆଣି ବ୍ରତ କରିଲେ ଯନ୍ତ୍ରଣା ଭୋଗ କରିବାକୁ ପଡିଥାଏ ଏବଂ ସ୍ବାମୀଙ୍କ ଆୟୁଷ କମିଯାଏ । ତେଣୁ ଏପରି ଭୁଲ କରିବା ଅନୁଚିତ । ସାବିତ୍ରୀ ବ୍ରତରେ ଦେବୀ ସାବିତ୍ରୀଙ୍କୁ ପୂଜା କରାଯାଏ ।

କିନ୍ତୁ ଶାସ୍ତ୍ର ଅନୁଯାୟୀ ସାବିତ୍ରୀ ଦେବୀ ହେଉଛନ୍ତି ଜେଣେ ମାନବୀ । କିନ୍ତୁ ତାଙ୍କ ପାଖରେ କିଛି ଦଇବି ଶକ୍ତି ଥିଲା । ଦେବୀ ସାବିତ୍ରୀଙ୍କ କୃପାରୁ ସେ ଜନ୍ମଗ୍ରହଣ କରିଥିବାରୁ ତାଙ୍କର ନାମକରଣ ସାବିତ୍ରୀ ରଖାଯାଇଥିଲା । ତାଙ୍କ ବାପା ମା ଥିଲେ ରାଜା ରାଣୀ । ଦେବୀ ସାବିତ୍ରୀ ବନରେ ବାସ କରୁଥିବା ସତ୍ୟବାନଙ୍କୁ ବିବାହ କରିଥିଲେ ।

ସାବିତ୍ରୀ ବ୍ରତର ମୁଖ୍ୟ ଆରଧ୍ୟା ହେଉଛନ୍ତି ଦେବୀ ସାବତୃ ଯିଏକୁ ଭଗବାନ ବ୍ରମ୍ହାଙ୍କର ସ୍ତ୍ରୀ । ମା ସାବିତ୍ରୀଙ୍କ ପାଦାଦେଶରେ ସାବିତ୍ରୀ ଓ ସତ୍ୟବାନଙ୍କୁ ହଳଦୀରେ ତିଆରି କରି ବା ଗୁଆ ରଖିକି ପୂଜା କରିପାରିବେ । ମା ସାବିତ୍ରୀଙ୍କୁ ଆବାହନ କରିବା ସହ ଭଗବାନ ବ୍ରମ୍ହାଙ୍କୁ ମଧ୍ୟ ଆବାହନ କରାଯାଏ । ଭଗବାନ ବ୍ରମ୍ହାଙ୍କର ଦୁଇ ଜଣ ପତ୍ନୀ ଅଛନ୍ତି ସାବିତ୍ରୀ ଓ ଗାୟତ୍ରୀ ।

ସତ୍ୟବାନଙ୍କ ସ୍ତ୍ରୀ ସାବିତ୍ରୀ ତାଙ୍କ ଜୀବନ ରକ୍ଷା କରିବାକୁ ଯେବେ ପ୍ରାର୍ଥନା କରିଥିଲେ ତ୍ରିଦେବ ଓ ତ୍ରିଦେବୀ ତାଙ୍କୁ ସାହାର୍ଯ୍ୟ କରିଥିଲେ । ସେଥିପାଇଁ ଜ୍ୟଷ୍ଠ ମାସରେ ଅମାବାସ୍ୟାରେ ତ୍ରିବେଦଙ୍କ ପୂଜା କରାଯାଏ । ମହାଦେବ ଓ ମା ପାର୍ବତୀଙ୍କୁ ମଧ୍ୟ ଯୁଗଳ ଭାବେ ପୂଜା ସ୍ଥାନରେ ଆବାହନ କରିବା ଉଚିତ । ଯାହା ଦ୍ଵାରା ସ୍ଵାମୀ-ସ୍ତ୍ରୀ ଉଭୟ ଏକାଠି ରହିବେ ।

ସତ୍ୟବାନଙ୍କ ସ୍ତ୍ରୀ ସାବିତ୍ରୀ ଜ୍ୟଷ୍ଠ ମାସରେ ଯମରାଜଙ୍କର ପୂଜା କରିଥିଲେ ତାଙ୍କର ସ୍ବାମୀଙ୍କ ଜୀବନ ବଞ୍ଚାଇବା ପାଇଁ । ପୂଜା ସ୍ଥାନରେ ସାବିତ୍ରୀ ବ୍ରତରେ ଲକ୍ଷ୍ମୀ ନାରାୟଣଙ୍କ ସ୍ଥାପନ କରାଯିବା ଉଚିତ । ଏହାସହ ସତ୍ୟବାନଙ୍କ ସ୍ତ୍ରୀ ସାବିତ୍ରୀ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିଥିବାରୁ ସତ୍ୟବାନ ପୂର୍ଣ୍ଣ ଜନ୍ମ ପାଇଥିଲେ । ମହାଦେବଙ୍କର ସ୍ୱରୂପ ହେଉଛନ୍ତି ସ୍ଵୟଂ ବର ଗଛ ।

ତେଣୁ ଏହି ଦିନ ବର ଗଛକୁ ପୂଜା କରିବା ଉଚିତ । ଏହା ଦ୍ଵାରା ମହାଦେବଙ୍କ କୃପା ମିଳିଥାଏ । ତେଣୁ ବର ଗଛରେ ରକ୍ଷାସୂତ୍ର ବାନ୍ଧି ମହିଳାମାନେ ବିଧି ବିଧାନ ଅନୁଯାୟୀ ପୂଜା କରନ୍ତି । ଯଦି ପତିବ୍ରତା ନାରୀ ହୋଇଥାନ୍ତି ତେବେ ସାବିତ୍ରୀ ବ୍ରତରେ ଦାନ କରିବା, ବାରମ୍ବାର ଖାଇବା, ପିଇବା ମନା, ଶାରୀରିକ ସମ୍ପର୍କ ରଖିବା, ଝଗଡା କରିବା ଅନୁଚିତ । କୌଣସି ବ୍ରତରେ ସ୍ବାମୀଙ୍କର ପାଦ ଧୋଇ ପାଣି ପିଇବା ଅନୁଚିତ ଅଟେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *