ଠାକୁରଘରେ ପୂଜା ସମୟରେ କଣ ଘଟିଲେ ଧନ ବୃଦ୍ଧିର ସଂକେତ ଦେଇଥାଏ- Jyotisha Shastra

ଆପଣ ମାନଙ୍କ ସମସ୍ତଙ୍କ ଘରେ ଠାକୁରଙ୍କ ପାଇଁ ମନ୍ଦିର ଅଛି ଓ ସମସ୍ତଙ୍କ ଘରେ ଭଗବାନଙ୍କୁ ପୂଜା ଅର୍ଚନା ଦିଆ ଯାଇଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି ପୂଜା ଘରେ ମଧ୍ୟ କିଛି ଏମିତି ସଂକେତ ମିଳିଥାଏ ଯାହା ଦ୍ଵାରା ଆପଣଙ୍କ ଧନ ବୃଦ୍ଧି ହବ ବୋଲି ଜଣା ପଡିଥାଏ, ତେବେ ବହୁତ ଲୋକ ଏହି ସଂକେତ ବୁଝି ପାରନ୍ତି ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ସଂକେତ ବିଷୟରେ କହିବାକୁ ଯାଉଛୁ ଯାହା ପୂଜା ସମୟରେ ହବା ଦ୍ଵାରା ଆପଣଙ୍କ ଘରେ ଧନ ର ବାସ ହୋଇଥାଏ ।

୧. କୁହା ଯାଇଛି ଯେ ପୂଜା କରିବା ସମୟରେ ଯଦି କୌଣସି କୁନି ଛୁଆ କାନ୍ଦିବାକୁ ଲାଗିଥାଏ ତେବେ ଏହା ବହୁତ ଅଶୁଭ ସଂକେତ ହୋଇଥାଏ, ସମସ୍ତଙ୍କ ଘରେ ଦୁଇ ସମୟ ସକାଳେ ଓ ସନ୍ଧ୍ୟାରେ ପୂଜା କରିଥାନ୍ତି ତେବେ ସକାଳେ ହେଉ ବା ସନ୍ଧ୍ୟାରେ ଯେଉଁ ସମୟ  ମଧ୍ୟ ପୂଜା କରିବା ସମୟରେ ଯଦି କୌଣସି ଛୁଆ କାନ୍ଦିଥାଏ ତେବେ ଏହାର ଅର୍ଥ ଆପଣଙ୍କ ଘରେ ନକାରାତ୍ମକ ଊର୍ଜା ପ୍ରବେଶ କରି ସାରିଛି ।

Image Courtesy: Google

୨. ମାନ୍ୟତା ଅନୁଯାଇ ଯଦି ଆପଣଙ୍କ ପୂଜା କରିବା ସମୟରେ କୌଣସି ଅତିଥି ଆପଣଙ୍କ ଘରକୁ ଆସନ୍ତି ତେବେ ଜାଣିବେ ଆପଣଙ୍କ ଭାଗ୍ୟ ଉଦୟ ହବାକୁ ଯାଉଛି । ତେବେ ଯଦି ଆପଣଙ୍କ ପୂଜା କରିବା ସମୟରେ କୌଣସି ବିବାହିତ ସ୍ତ୍ରୀ ଆପାନଙ୍କ ଘରକୁ ପ୍ରେବେଶ କରନ୍ତି ତେବେ ଏହା ବହୁତ ବଡ ସୌଭାଗ୍ୟ କଥା ଅଟେ ଆପଣଙ୍କ ଜୀବନରେ ସାକ୍ଷାତ ଲକ୍ଷ୍ମୀ ଆସିଛନ୍ତି ବୋଲି କୁହା ଯାଇଥାଏ ।

Image Courtesy: Google

ଏହି ଘଟଣା ପରେ ଦେଖିବେ ଆପଣଙ୍କ ଘର ଉନ୍ନତି ହବାକୁ ଲାଗିବ ଓ ଆର୍ଥିକ ସମସ୍ଯା ଆପଣଙ୍କ ଓ ପରିବାର ଠାରୁ ଦୂରେଇଯିବ । ତେବେ ପୂଜା ସମୟରେ ଅତିଥିଙ୍କ ଆସିବା ବହୁତ ଶୁଭ ହୋଇଥାଏ ସେଥିପାଇଁ ମନେ ରଖନ୍ତୁ କେବେବି କୌଣସି ଅତିଥିକୁ ଜଳ ପାନ ବିନା ବିଦା କରନ୍ତୁ ନାହିଁ କିଛି ନହେଲେ ପାଣି ଗ୍ଳାସ ନିଶ୍ଚିନ୍ତ ଦିଅନ୍ତୁ ।

Image Courtesy: Google

ଯଦି ଆପଣ ନିଜ ଘରେ ଆସିଥିବା ଅତିଥିଙ୍କ ସେବା କରି ତାଙ୍କୁ ସନ୍ତୁଷ୍ଠ କରନ୍ତି ତେବେ ଆପଣଙ୍କ ଜୀବନରେ ବହୁତ ପ୍ରକାର ଉନ୍ନତି ସହ ସୁଖ ଆସିବ ଓ ଆପଣଙ୍କ ପରିବାର ଓ ଆପଣ ଏହାର ସଫଳତା ଉପଭୋଗ କରିବେ । ତେବେ ଧ୍ୟାନ ରଖନ୍ତୁ ପୂଜା ସମୟରେ ଆସିଥିବା ଅତିଥିଙ୍କୁ କେବେ ଖାଲି ଖାଲି ବିଦା କରିବେ ନାହିଁ ଏହା ଉଚିତ ନୁହ । ଏହା ଛଡା ଯଦି ପୂଜା ସମୟରେ କୌଣସି ଛୁଆ କାନ୍ଦିଥାଏ ତେବେ ନକାରାତ୍ମକ ଊର୍ଜା ପାଇଁ ଉପାୟ ନିଶ୍ଚିନ୍ତ କରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *