ଦିନରେ ମାତ୍ର ଥରେ ଏହାର ସେବନ କରନ୍ତୁ, ଶରୀରର ମୋଟାପା, କମଜୋରି, ଏସିଡିଟି ଆଦି ସମସ୍ୟାରୁ ମୁକ୍ତି ମିଳିବ- Health Tips

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘରୋଇ ରେମେଡି ବିଷୟରେ କହିବାକୁ ଯାଉଛୁ ଯାହାର ସେବନ କରିଲେ ମୋଟାପା ଦୂର ହେବା ସହ ଶରୀରରେ ଫୁର୍ତ୍ତି ଆସିବ । ଏହା ଛଡା କେଶ ସମସ୍ଯା, ଚେହେ ରାରେ ଚମକ ଆସିବା, ଏସିଡିଟି ଆଦି ସମସ୍ୟାର ସମାଧାନ ହୋଇଥାଏ । ତେବେ ଆସନ୍ତୁ ଜଣାଇବା ଆୟୁର୍ବେଦିକ ଚାହା ବିଷୟରେ ଯାହାର ସେବନ କରିଲେ ଏହି ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ । ଆପଣ ମାନେ ପାନମଧୁରୀ ଓ ଗୁଜୁରାତି କୁ ଘରେ ବ୍ୟବହାର କରୁଥିବେ ।

ଏହା ଆୟୁର୍ବେଦିକ ଔଷଧୀ ଅଟେ । ପାନମଧୁରୀ ଖାଇବା ଦ୍ଵାରା ଶରୀରରେ ଥିବା ଟକସିନ ଦୂର ହୋଇଥାଏ । ଯଦି ଶରୀରରେ ରକ୍ତ ସଫା ରହିବ ତେବେ କୌଣସି ରୋଗ ହେବ ନାହି । ଆମେ ସର୍ବଦା ସୁସ୍ଥ ରହିବା । ପାନମଧୁରୀ ପେଟ ସଫା ରଖିବା ସହ ହଜମ କ୍ରିୟା କରିଥାଏ । ଏହା ଛଡା ଏସିଡିଟି ଭଳି ସମସ୍ଯାକୁ ଦୂର କରିଥାଏ ।

ଗୁଜୁରାତିର ବ୍ୟବହାର ଦ୍ଵାରା ମହିଳାଙ୍କ ଠାରେ ଥିବା କମଜୋରି ଦୂର ହେବା ସହ ମୁହଁରେ ଥିବା ଦୁର୍ଗନ୍ଧ ଦୂର କରିବାରେ ସାହାଜ୍ଯ କରିଥାଏ । ଏହା ଛଡା ପାଇରିୟା ହେଉ ବା ଲିକୋରିୟା ରୋଗରୁ ମୁକ୍ତି ପାଇବାରେ ଗୁଜୁରାତିର ସେବନ କରାଯାଏ । ଏହି ଚାହା ତିଆରି କରିବା ପାଇଁ ଅଧ ଲିଟର ପାଣିରେ ଦୁଇ ଚାମଚ ପାନମଧୁରୀ ପକାନ୍ତୁ । ଏହା ପରେ ପାଣି ଫୁଟିବା ପରେ ଏଥିରେ ୨ରୁ ୩ଟି ଗୁଜୁରାତି ପକାନ୍ତୁ । ଏହି ପାଣିକୁ ଭଲ ଭାବେ ଫୁଟାନ୍ତୁ ।

ଏହା ପରେ ଏହାକୁ ଛାଣି ଦିଅନ୍ତୁ । ଏହି ଚାହା କୁ ରାତିରେ ଶୋଇବା ପୂର୍ବରୁ ସେବନ କରି ପାରିବେ । ଏହା ଛଡା ଦିନରେ ମଧ୍ୟ ଏହି ଚାହାର ସେବନ ଦୁଇ ରୁ ତିନି କପ କରି ପାରିବେ । ଏହି ଚାହାକୁ ପିଲା ମାନେ ମଧ୍ୟ ପିଇ ପାରିବେ । ଏହା ଦ୍ଵାରା ପିଲାଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ । ଏହି ଆୟୁର୍ବେଦିକ ଚାହାର ସେବନ ଦ୍ଵାରା ମୋଟାପା ଦୂର ହେବା ସହ ଅନେକ ରୋଗରୁ ମଧ୍ୟ ଉପଶମ ମିଳିଥାଏ ।

ଏହା ଛଡା ଏହି ଚାହା ର ସେବନ ଦ୍ଵାରା ଶରୀର ରେ ରକ୍ତ ସଫା ହେବା ସହ ଇମ୍ୟୁନିଟି ପାୱାର ମଧ୍ୟ ବଢିଥାଏ । ଡାଇବେଟିସ ରୋଗୀ ବା ଯେଉଁ ମାନଙ୍କୁ ରାତି ରେ ନିଦ ନ ଲାଗୁଛି ସେମାନେ ମଧ୍ୟ ଏହି ଚାହା ର ସେବନ କରି ପାରିବେ । ଏହା ଛଡା ଯେଉଁ ମାନଙ୍କୁ ଥାଇରଡ, ବିପି ବା କୋଲେଷ୍ଟର ର ସମସ୍ଯା ଥିବ ସେମାନେ ମଧ୍ୟ ଏହି ଆୟୁର୍ବେଦିକ ଚାହାର ସେବନ କରି ପାରିବେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *