ଥରେ ପଢ଼ିଲେ ସବୁ ପାଠ ମନେ ରହିବ, ଦେଖନ୍ତୁ କଣ କହୁଛନ୍ତି Acharjya Arun

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଶ୍ରବଣ କରାଇବୁ ଏକ ସୁନ୍ଦର କଥା । ଯାହା ସବୁ ବିଦ୍ୟାର୍ଥୀଙ୍କ ପାଇଁ ଉପୋଯୋଗୀ ଅଟେ । ଥରେ ମାତ୍ର ବହି ପଢିଲେ କିପରି ସେଥିରେ ଥିବା ବିଦ୍ୟା, ଜ୍ଞାନ କେମିତି ମନେ ରହିପାରିବ ସେହି ବିଷୟରେ ଆଲୋଚନା କରିବା । ଯଦି ଆମେ ସିନେମା ଦେଖିବାକୁ ଯାଇଥାଉ ତାହାକୁ କାହାଣୀ ଭାବି ଦେଖିଥାଉ ।

ସିନେମାର ବାତାବରଣ ସେପରି ରହିଥାଏ ଯାହା ମନକୁ ଆକର୍ଷିତ କରିଥାଏ । ଏହି ସମୟରେ କିଛି ବି ଚିନ୍ତା ନ ଥାଏ । ମନକୁ ଗୋଟେ ଜାଗାରେ କେନ୍ଦ୍ରୀଭୂତ କରିଥାଉ । କିନ୍ତୁ ପାଠ ପଢିବା ସମୟରେ ବହି ଧରିଥାଉ କିନ୍ତୁ ମନ ଅନ୍ୟ କେଉଁଠି ରହିଥାଏ । କିଛି ଏମିତି ସୂତ୍ର ଅଛି ଯାହାର ଦୈନିକ କମାରେ ଲଗାଇଲେ ସବୁ ଦିନ ପାଇଁ ପାଠ ମନେ ରହିବ ।

ବହି ପଢିବା ସମୟରେ ପ୍ରାତଃ କାଳରେ ପଢିବା ଉଚିତ । ପାଠ ପଢିବା ସମୟରେ ମନକୁ ପଜେଟିଭ ବାଟାବରଣରେ ରଖିବା ଉଚିତ । ଏହା ସହ ଗାୟତ୍ରୀ ମନ୍ତ୍ର ଭଳି କିଛି ମନ୍ତ୍ର ଜପ କରିବା ଉଚିତ ପାଠ ପଢିବା ସମୟରେ । ଏହା ଦ୍ଵାରା ମେଧା ଶକ୍ତି ବଢାଇଥାଏ ଓ ଜ୍ଞାନର ପରିପକ୍ଵ ହୋଇଥାଏ । ମନ୍ତ୍ର ଜପିବା ସମୟରେ ମନରେ ପଜେଟିଭ ବାର୍ତ୍ତା ଆସିବ ।

ଛୋଟ ପିଲାଙ୍କ କ୍ଷେତ୍ରରେ ଓମ ଶବ୍ଦ ର ଉଚ୍ଚାରଣ କରିବା ଉଚିତ । ଏହା ଦ୍ଵାରା ସେମାନେ ଅତି ସହଜରେ ପାଠ ମନେ ରଖିପାରିବେ । ପାଠ ପଢିବା ସମୟରେ ମଣିଷ ମନକୁ କ୍ରୋଧ, କାମ, ମୋହ, ମଦ ଭଳି ଭାଇରାସ ଆସିଥାଏ ଯାହା ମନକୁ ବିଚଳିତ କରିଥାଏ । ତେଣୁ ଏଥିରୁ ନିବୃତ୍ତି ପାଇବାକୁ ଓମ ଶବ୍ଦ କହିବା ଉଚିତ ।

ପାଠ ପଢିବା ପୂର୍ବରୁ 3 ରୁ 7 ଥର ଓମ ଶବ୍ଦ କହିଲେ ଯାହା ପଢିବେ ତାହା ମନେ ରହିବ । ପାଠ କୁ ସବୁବେଳେ ଗପ ଭଳି ପଢିବା ଉଚିତ । ପାଠ ପଢିବା ସମୟରେ ମନରେ କେବେ ପ୍ରେସର ନେବା ଉଚିତ ନୁହେଁ । କାହାଣୀ ଭାବି ବହି ପଢିବା ଦ୍ଵାରା ପାଠ ମନେ ରହିବ । ଚତୁର୍ଥ କଥା ହେଉଛି ଖେଚୁଡି ମୁଦ୍ରା ର ଅଭ୍ଯାସ କରିବା ଉଚିତ ବିଦ୍ୟାର୍ଥୀ ମାନେ ।

ପାଠ ପଢିବା ସମୟରେ ମେରୁଦଣ୍ଡକୁ ସିଧା ରଖନ୍ତୁ । ଜିହାଲୁ ତାଳୁରେ ଓଲଟାଇଲେ ଖେଚୁଡି ମୁଦ୍ରା କୁହନ୍ତି । ଏହି ଅଭ୍ୟାସ କରିଲେ ପାଠ ମନେ ରହିବ । ଏହା ସହ ପାଠ ପଢିବା ସମୟରେ ପ୍ରାଣାୟମ ର ଅଭ୍ଯାସ କରିବା ଉଚିତ । ଦେଖିବେ ମନ ସ୍ଵତଃ ସ୍ଥିର ହୋଇଯିବ । ପ୍ରାଣାୟମର ଅଭ୍ଯାସ କରିବା ପରେ ତା ପରେ ପାଠ ପଢନ୍ତୁ ।

ଦେଖିବେ ସକାଳ ସମୟରେ ଯାହା ପଢିବେ ତାହା ମନେ ରହିବ । ତେବେ ଏହି ସବୁ ଉପାୟ କୁ ଉପୋଯୋଗ କରିଲେ ଜୀବନରେ ନିଶ୍ଚୟ ଉନ୍ନତି କରିବେ । ଯେଉଁ ବହି ପଢିବେ ତାହା ନିଶ୍ଚୟ ମନେ ରହିବ । ସବୁବେଳେ ପଜେଟିଭ ରୁହନ୍ତୁ ।

Leave a Reply

Your email address will not be published. Required fields are marked *